Odisha news

ମହାଭାରତର ରୋଚକ କଥା : କାହିଁକି ବିଦୁରଙ୍କୁ ଗିଳି ଦେଲା ସୁଦର୍ଶନ ଚକ୍ର

0

ଭଗବାନ ଶ୍ରୀହରୀ ଙ୍କ ବିଭିନ୍ନ ଅବତାର ମଧ୍ୟରୁ କୃଷ୍ଣ ଅବତାର ଗୋଟିଏ ମୁଖ୍ୟ ଅବତାର ଅଟେ, ଯାହାକି ତ୍ରେତେୟା ଜିଗର ଅବତାର l ଏହି ଅବତାର ରେ ଭଗବାନ କୃଷ୍ଣଙ୍କ ର ଅନେକ ଭକ୍ତ ଥିଲେ l କିନ୍ତୁ ଏହି ଭକ୍ତ ମାନଙ୍କ ମଧ୍ୟରୁ ଗୋଟିଏ ପରମ ଭକ୍ତ ହେଉଛନ୍ତି ମହାତ୍ମା ବିଦୁର l ଯିଏକି କୌରଵ ମାନଙ୍କ ପକ୍ଷରେ ରହି ମଧ୍ୟ ପାଣ୍ଡଵ ଙ୍କୁ ଖୁବ ଭଲ ପାଉଥିଲେ l ସେ ଗୋଟିଏ ଦାସୀ ପୁତ୍ର ହୋଇ ମଧ୍ୟ ମହାଭାରତ କାଳରେ ତାଙ୍କର ମହତ୍ଵପୁର୍ଣ ଭୂମିକା ରହିଥିଲା l

ନିଜର ବିଚାର ଶକ୍ତି ଓ ବୁଦ୍ଧିମତା କାରଣରୁ ସେ ହସ୍ତିନା ପୁରର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିଲେ l ଏବଂ ଉଭୟ କୌରଵ ଓ ପାଣ୍ଡଵ ଙ୍କ ଦାଦା ମଧ୍ୟ ଥିଲେ l ଏତେ ମହତ୍ଵପୁର୍ଣ ଭୂମିକା ଥାଇ ମଧ୍ୟ ବିଦୁର ମହାଭାରତ ରେ ନିଜର କୌଣସି ଅସ୍ତିତ୍ବ ରଖିପାରିଲେ ନାହିଁ l ଏପରିକି ବିଦୁର କୁରୁକ୍ଷେତ୍ର ଯୁଦ୍ଧରେ ଯୁଦ୍ଧ କରିବା ପାଇଁ ମଧ୍ୟ ମନା କରି ଦେଇଥିଲେ, କିନ୍ତୁ ମୃତ୍ୟୁ ପୂର୍ବରୁ ନିଜର ଶେଷ ଇଚ୍ଛା ଶ୍ରୀକୃଷ୍ଣ ଙ୍କୁ କହିଲେ l

ସେ କୃଷ୍ଣଙ୍କୁ କହିଥିଲେ ପ୍ରଭୁ ପୃଥିବୀ ପୃଷ୍ଠରେ ଏତେ ଭୟଙ୍କର ଯୁଦ୍ଧ ଦେଖି ମୁଁ ଆତ୍ମଗ୍ଲାନି ଅନୁଭବ କରୁଛି l ମୋର ଶେଷ ଇଚ୍ଛା ହେଉଛି ମୋର ମୃତ୍ୟୁ ପରେ ମୁଁ ନିଜ ଶରୀରର ଗୋଟିଏ ଅଂଶ ମଧ୍ୟ ଏହି ପୃଥିବୀ ଉପରେ ଛାଡିକି ଯିବି ନାହିଁ l ତେଣୁ ମୋର ଶେଷ ଇଚ୍ଛା ହେଉଛି ମୋର ମୃତ୍ୟୁ ପରେ ନା ମତେ ପୋଡା ଯାଉ, ନା ମୋତେ ପୋତା ଯାଉ , ନା ଜଳରେ ପ୍ରବାହିତ କରାଯାଉ ? ମୋର ମୃତ୍ୟୁ ପରେ ଆପଣ ମତେ ସୁଦର୍ଶନ ଚକ୍ର ରେ ପରିବର୍ତ୍ତନ କରି ଦିଅନ୍ତୁ l ଏବଂ ଏହାପରେ ଶ୍ରୀକୃଷ୍ନ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ମୁଁ ନିଶ୍ଚିନ୍ତ ଭାବରେ ତୁମର ଏହି ଶେଷ ଇଚ୍ଛା ପୂରଣ କରିବି l

ମହାଭାରତ ଯୁଦ୍ଧ ସମାପ୍ତ ହେବା ପରେ ଯେତେବେଳେ ପଞ୍ଚୁ ପାଣ୍ଡଵ ବିଦୁର ଙ୍କୁ ସାକ୍ଷାତ କରିବା ପାଇଁ ଜଙ୍ଗଲ ରେ ପହଂଚି ଥାଆନ୍ତି, ସେତେବେଳେ ବିଦୁର ଯୁଧିଷ୍ଠିର ଙ୍କୁ ଦେଖିବା କ୍ଷଣି ନିଜ ପ୍ରାଣ ତ୍ୟାଗ କରନ୍ତି ଏବଂ ଯୁଧିଷ୍ଠିର ଙ୍କ ଶରୀର ରେ ତାଙ୍କ ଆତ୍ମା ସମ୍ମlହିତ ହୋଇ ଯାଆନ୍ତି l ଏହି କଥା ଯେତେବେଳେ ଯୁଧିଷ୍ଠିର ଶ୍ରୀକୃଷ୍ନ ଙ୍କୁ କୁହନ୍ତି ଶ୍ରୀକୃଷ୍ନ କହିଲେ ବିଦୁର ଧର୍ମରାଜ ଙ୍କ ଅବତାର ଥିଲେ ଏବଂ ତୁମେ ସ୍ୱୟଂ ଧର୍ମରାଜ l ସେଥିପାଇଁ ସେ ପ୍ରାଣତ୍ୟାଗ କରି ତୁମ ମଧ୍ୟରେ ସମ୍ମlହିତ ହୋଇଗଲେ l

କିନ୍ତୁ ମୁଁ ବିଦୁର ଙ୍କୁ ଦେଇଥିବା କଥା ନିଶ୍ଚିନ୍ତ ପୂରଣ କରିବି l  ଏହା କହି ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଙ୍କୁ ଅନୁମତି ଦେଇଥିଲେ ବିଦୁର ଙ୍କ ଶବ କୁ ନିଜ ମଧ୍ୟରେ ସମ୍ମlହିତ କରି ନେବା ପାଇଁ ଏବଂ ସୁଦର୍ଶନ ଚକ୍ର ମଧ୍ୟ ତାହା କରିଥିଲେ l  ଏହାପରେ ଯୁଧିଷ୍ଠିର ସ୍ୱର୍ଗ ରେ ପହଞ୍ଚିବା ପରେ ବିଦୁର ଙ୍କ ଆତ୍ମା ମଧ୍ୟ ସ୍ୱର୍ଗ ରେ ପହଞ୍ଚିଥିଲା l

Leave A Reply