Odisha news

ମହାଭାରତର ରୋଚକ କଥା : କାହିଁକି ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ନ ହୋଇଥିଲେ ଅର୍ଜୁନ ଙ୍କ ସାରଥୀ

0

ମହାଭାରତରେ ଶ୍ରୀକୃଷ୍ଣ ଅସ୍ତ୍ର ତ ଉଠାଇ ନଥିଲେ, କିନ୍ତୁ ସ୍ୱୟଂ ବିଷ୍ଣୁ ଙ୍କ ଅବତାର ହୋଇ ମଧ୍ୟ ଅର୍ଜୁନ ଙ୍କ ସାରଥୀ ହେବାର ନିଷ୍ପତି କରିଥିଲେ l ଏହି ଯୁଦ୍ଧ କୌରଵ ଓ ପାଣ୍ଡଵ ମାନଙ୍କ ମଧ୍ୟରେ ୧୮ ଦିନ ଧରି ଚାଲିଥିଲା l ଏହି ଯୁଦ୍ଧରେ ଶ୍ରୀକୃଷ୍ଣ ଅର୍ଜୁନ ଙ୍କ ସାରଥୀ ହେବା ପଛରେ ଅର୍ଜୁନ ଙ୍କ ମଧ୍ୟରେ ଥିବା କିଛିଟା ଗୁଣ, ଯାହା ତାଙ୍କୁ ମହାଭାରତ ରେ ବାକି ଅନ୍ୟ ଲୋକଙ୍କ ନିକଟରୁ ଅଲଗା କରୁଥିଲା l

ଏଥିରେ ଅର୍ଜୁନ ଙ୍କର ପ୍ରଥମ ଗୁଣ ଥିଲା ତାଙ୍କ ତେଜମୟୀ ବ୍ୟକ୍ତିତ୍ୱ l ଯାହାକି ତାଙ୍କୁ ଅନ୍ୟ ପାଣ୍ଡଵ ମାନଙ୍କ ନିକଟରୁ ଅଲଗା କରିଥିଲା l ଅର୍ଜୁନ ଯେପରି ତେଜସ୍ୱୀ ଥିଲେ ସେଭଳି ଅନ୍ୟ ପାଣ୍ଡଵ ମାନେ ନଥିଲେ l ଅର୍ଜୁନ ଜଣେ କୁଶଳୀ ଧନୁର୍ଦ୍ଧର ଥିଲେ l ଏହା ସମସ୍ତେ ଜାଣିଥିଲେ କିନ୍ତୁ ଭଗବାନ ଶ୍ରୀକୃଷ୍ନ ଅର୍ଜୁନ ଙ୍କ ଧନୁ ଯୁଦ୍ଧକୁ କିଛି ଅଲଗା ପ୍ରକାରର ଦେଖୁଥିଲେ l ଭଗବାନ ଶ୍ରୀକୃଷ୍ନ ଙ୍କ ମତରେ ଅର୍ଜୁନ ସମସ୍ତ ସ୍ଥିତି କୁ ସମୁଖୀନ କରିବା ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହୁଥିଲେ l ଏବଂ ପ୍ରତ୍ୟେକ ମୁହୁର୍ତରେ କୁଶଳୀ ନୀତି ପ୍ରସ୍ତୁତ କରିବାରେ ଜଣେ କୁଶଳୀ ଧନୁର୍ଦ୍ଧର ଭାବରେ ପରିଚୟ ଦେଉଥିଲେ l ପ୍ରତ୍ୟେକ ଆହ୍ୱାନ କୁ ମୁକାବିଲା କରିବା ପାଇଁ ସେ ସର୍ବଦା ବୀରତ୍ବର ସହିତ ଠିଆ ହେଉଥିଲେ l ଜଣେ ସାହସୀ, ବଳବାନ ଜୋଧା ଭାବରେ ସେ ସର୍ବଦା ନିଜ ପରିଚୟ ଦେଇ ଥାଆନ୍ତି l ଉଚିତ ସମୟରେ ସଠିକ କାର୍ଯ୍ୟ କରିବାର ଦୃଢ଼ ସଂକଳ୍ପ ମନୋଭାବ ଅର୍ଜୁନ ଙ୍କ ମଧ୍ୟରେ ରହିଥିଲା l ଅର୍ଜୁନ ଖୁବ ନିର୍ଭିକ ଥିଲେ l

ଯେତେବେଳେ ଅର୍ଜୁନ ଯୁଦ୍ଧ କ୍ଷେତ୍ର ରେ ନିଜ ସମ୍ପର୍କୀୟ ଙ୍କୁ ଦେଖି ଧନୁ ତ୍ୟାଗ କରିଥିଲେ , ସେତେବେଳେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହିଥିଲେ ଯଦି ଆପଣ ଏହି ସମୟ ରେ ସର ତ୍ୟାଗ କରିବେ ତେବେ ଅଧର୍ମ ର ଜୟ ହୋଇଯିବ l ଆପଣ ସତ ମାର୍ଗ କୁ ଗ୍ରହଣ କରି ପାରନ୍ତି , କିନ୍ତୁ ଆପଣଙ୍କ ଶତ୍ରୁ ମାନେ ନୁହନ୍ତି l

ପଞ୍ଚୁ ପାଣ୍ଡଵ ଙ୍କ ମଧ୍ୟରେ ସବୁଠୁ ଅଧିକ ଧର୍ଯ୍ୟ ଅର୍ଜୁନ ଙ୍କ ନିକଟରେ ଥିଲା l ଯାହା ନିକଟ ରେ ଧର୍ଯ୍ୟ ଥାଏ ସେ କଦାପି ଜୀବନ ରେ ହାରି ନଥାଏ l

Leave A Reply