ଗାନ୍ଧାରୀଙ୍କର ବଡ ପୁଅ ଦୁର୍ଯ୍ୟଧନ ଓ କୁନ୍ତୀଙ୍କର ଦୁତୀୟ ପୁଅ ଭୀମ ,ଦୁଇଜଣ କୁସ୍ତିରେ ପାରଙ୍ଗମ ଥିଲେ l ଭୀମ ଅଧିକ ଶକ୍ତିଶାଳୀ ଥିଲେ ସେଥିପାଇଁ ଦୁର୍ଯ୍ୟଧନ ଭୀମଙ୍କ ସହିତ ସବୁବେଳେ ହିଂସା କରୁଥିଲା l ସେ ଭାବୁଥିଲା କି ଉଦ୍ୟାନରେ ସୋଇଥିବା ସମୟରେ ଭୀମଙ୍କୁ ଗଙ୍ଗାନଦୀରେ ଭସାଇଦେଇ ,ଯୁଧିଷ୍ଠିର ଓ ଅର୍ଜୁନଙ୍କୁ ବନ୍ଦୀ କରି ସାରା ପୃଥିବୀ ଉପରେ ରାଜୁତି କରିବ l ଦୁର୍ଯ୍ୟଧନ ଓ ତାର ମାମୁ ଶକୁନି କୁନ୍ତିଙ୍କ ପୁତ୍ରମାନଙ୍କୁ ମାରିବା ପାଇଁ ସବୁବେଳେ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଥିଲେ l ଏହି ଯୋଜନା ମାନଙ୍କ ମଧ୍ୟରେ ଥରେ ଦୁଷ୍ଟ ଦୁର୍ଯ୍ୟଧନ ଭୀମଙ୍କ ଜହର ଦେବାପାଇଁ ଯୋଜନା ପ୍ରସ୍ତୁତ କଲା l
ସେ ଏକଦା ଜଳ ବିହାର କରିବା ପାଇଁ ଗଙ୍ଗାନଦୀ କୂଳରେ ବଡ ବଡ କୁଟୀର ନିର୍ମାଣ କଲା l ସେହି ସ୍ଥାନର ନାମ ରଖିଲା ଉଦୟନ କ୍ରୀଡନ l ଦୁର୍ଯ୍ୟଧନର କହିବା ଅନୁସାରେ ଭୋଜନ ପ୍ରସ୍ତୁତ କରୁଥିବା ବ୍ୟକ୍ତିଟି ଖାଇବା ଓ ପିଇବା ପାଇଁ ବହୁତ ଜିନିଷ ତିଆରି କଲା l ଏହାପରେ ଦୁର୍ଯ୍ୟଧନ ଯୁଧିଷ୍ଠିରଙ୍କୁ ଅନୁରୋଧ କରିଥିଲା ସେହି ସ୍ଥାନକୁ ଆସି ଜଳ କ୍ରୀଡା କରିବା ପାଇଁ l ଦୁର୍ଯ୍ୟଧନର ଅନୁରୋଧକୁ ରକ୍ଷାକରି ସମସ୍ତ କୌରବ ଓ ପାଣ୍ଡବ ସେଠାରେ ଏକାଠି ହେଲେ l ସମସ୍ତ ରାଜା କୁମାର ଉଭୟ ଉଭୟଙ୍କୁ ଖୁଆଇବକୁ ପିଆଇବାକୁ ଲାଗିଲେ l ଦୁର୍ଯ୍ୟଧନଙ୍କ ଯୋଜନା ଅନୁସାରେ ଭୀମଙ୍କ ଭୋଜନରେ ଜହର ମିଶାଇ ଦିଆଯାଇଥିଲା l ଏହି ଜହର କାଳକୂଟ ଜହର ଥିଲା ,ଯାହାର ଅସର ଧୀରେ ଧୀରେ ହୋଇଥାଏ l
ଭୀମଙ୍କର ଭୋଜନ ଅତି ପ୍ରିୟ ଥିଲା ,ସେଥିପାଇଁ ଦୁର୍ଯ୍ୟଧନ ଅତି ଆଗ୍ରହ ସହକାରେ ତାଙ୍କପାଇଁ ଭୋଜନ ପରସୁଥିଲେ l ଭୀମ ମଧ୍ୟ ସମାସଟା ଭୋଜନ ଖାଇ ଦେଉଥିଲେ l ଦୁର୍ଯ୍ୟଧନ ମାନେ ମାନେ ଭାବୁଥିଲା ମୋ କାମ ହୋଇଗଲା l ଏହା ପରେ ସମସ୍ତେ ମିଶି ଜଳକ୍ରୀଡା କରିବାକୁ ଲାଗିଲେ l ଜଳକ୍ରୀଡା କରିବା ସମୟରେ ଭୀମ ଜଲ୍ଦି ଥକି ଯାଉଥିଲେ ଓ କୁଟୀରରେ ଆସି ବିଶ୍ରାମ କରୁଥିଲେ l ଧୀରେ ଧୀରେ ଜହର ଭୀମ ସାରା ଶରୀରରେ ବ୍ୟାପିବାକୁ ଲାଗିଥିଲା l ଏହାପରେ ଭୀମ ନିସ୍ତେଜ ହୋଇ କୁଟୀରରେ ସୋଇ ରହିଲେ l ଏହି ସମୟରେ ଦୁର୍ଯ୍ୟଧନ ଲତାରେ ପ୍ରସ୍ତୁତ ହୋଇଥିବା ରାଶି ସାହାଯ୍ୟରେ ବାନ୍ଧି ଗଙ୍ଗା ନଦୀରେ ଫିଙ୍ଗି ଦେଇଥିଲା l ଏବିଷୟରେ ପାଣ୍ଡବ ମାନେ ଜାଣି ପାରିନଥିଲେ l
ଭୀମ ବେହୋସ ଅବସ୍ଥାରେ ଗଙ୍ଗା ନଦୀ ଭିତରେ ଗଭୀର ଜଳରେ ଥିବା ନାଗ ଲୋକରେ ପହଂଚିଥିଲେ l ସେଠାରେ ଥିବା ବିଷାକ୍ତ ସାପମାନେ ଭୀମ ସେନଙ୍କୁ ଦଂଶନ କରିଥିଲେ l ସାପ ମାନଙ୍କ ଦଂଶନ ଦ୍ୱାରା ଦୁର୍ଯ୍ୟଧନଙ୍କ ଦ୍ୱାରା ଦିଆଯାଇଥିବା ବିଷର ପ୍ରଭାବ କମ ହୋଇଯାଇଥିଲା l ଭୀମଙ୍କ ଚମଡା ଏତେ କଠୋର ହୋଇଯାଇଥିଲା ଯେ ସର୍ପମାନେ ତାଙ୍କର କିଛି ବିଗାଡି ପାରିନଥିଲେ l ସର୍ପ ମାନଙ୍କ ଦଂଶନ ଓ ବିଷର ପ୍ରଭାବ କମିବା ପରେ ଭୀମ ଜାଗ୍ରତ ହୋଇଯାଇଥିଲେ l ଏହା ପରେ ଭୀମ ସାପ ମାନଙ୍କୁ ଧରି ମାରିବାକୁ ଲାଗିଲେ l ଏହା ପରେ ସେମାନେ ଡରିଯାଇ ନାଗରାଜା ବାସୁକୀଙ୍କ ପାଖକୁ ଯାଇ ସମସ୍ତ ବୃତାନ୍ତ କହିଥିଲେ l
ଏହାପରେ ବାସୁକୀ ଭୀମଙ୍କ ପାଖକୁ ଆସିଥିଲେ l ତାଙ୍କ ସହିତ ଥିବା ଆର୍ଯ୍ୟକ ନାମକ ନାଗ ଭୀମଙ୍କୁ ଦେଖି ଚିହିଁ ପାରିଥିଲେ l ଆର୍ଯ୍ୟକ ନାଗ ଭୀମଙ୍କର ଅଜାଙ୍କର ଅଜା ଥିଲେ l ସେହି ସମୟରେ ବାସୁକୀ ପଚାରିଥିଲେ ଆମେ ଭୀମଙ୍କୁ କଣ ଭେଟିଦେବା ,କିଛି ରତ୍ନ ଓ ଧନ ଦେଇଦେବ l ଆର୍ଯ୍ୟକ କହିଥିଲେ ଭୀମସେନ ଧନ ଦୌଲତ ନେଇ କଣ କରିବ l ଯଦି ଆପଣ ତା ଉପରେ ପ୍ରସନ ଅଛନ୍ତି ତେବେ ସେହି କୁଣ୍ଡର ରସ ପିଇବାକୁ ଆଜ୍ଞା ଦିଅନ୍ତୁ l ଯାହାକୁ ପିଇବା ଦ୍ୱାରା ଶହଶହ ହାତୀର ବଳ ପ୍ରାପ୍ତ ହୋଇଥାଏ l ବାସୁକୀଙ୍କ ଆଜ୍ଞା ପାଇ ଭୀମ ସମସ୍ତ ରସ ଗୋଟିଏ ଥରରେ ପିଇଯାଇଥିଲେ l ଏହି ପ୍ରକାର ଭାବେ ଭୀମ ୮ଟି କୁଣ୍ଡର ରସ ପାନକରି ସୋଇଯାଇଥିଲେ l
ନିଦ ଭାଙ୍ଗିବା ପରେ ପାଣ୍ଡବ ଓ କୌରବ ମାନେ ହସ୍ତିନା ପୁରକୁ ଯାଇଥିଲେ l ପାଣ୍ଡବ ମାନେ ନିଜ ମଧ୍ୟରେ କଥା ହୋଇଥିଲେ ଯେ ବୋଧହୁଏ ଭୀମ ଆମ ପୂର୍ବରୁ ହସ୍ତିନା ପୁରରେ ପହଁଚିଯାଇଥିବା l କିନ୍ତୁ ଯେତେବେଳେ ସେଠାରେ ପହଂଚିଥିଲେ ଜାଣିବାକୁ ପାଇଥିଲେ ଯେ ଭୀମ ସେଠାକୁ ଆସିନାହାଁନ୍ତି l ଏହା ପରେ ମା କୁନ୍ତିଙ୍କ ସହିତ ଚାରି ପାଣ୍ଡବ ବିବ୍ରତ ହୋଇ ପଡ଼ିଥିଲେ l କୁନ୍ତୀ ଦୁର୍ଯ୍ୟଧନଙ୍କ ଉପରେ ସନ୍ଦେହ କରି ଚିତ୍କାର ଛାଡି କହିଥିଲେ ଯେ ଦୁଷ୍ଟ ଦୁର୍ଯ୍ୟଧନ ମୋ ପୁତ୍ରକୁ ମାରିଦେଲା l ସେହି ସମୟରେ ବିଦୁର ସେଠାରେ ଉପସ୍ଥିତ ଥିଲେ ଓ କହିଥିଲେ ଯେ ବେଦ ବ୍ୟାସଙ୍କ କଥା ଅନୁସାରେ ଭୀମ ଦୀର୍ଘାୟୁ ଅଟେ ତେଣୁ ତମେ ବିଳାପ କରନାହିଁ l
ଅନ୍ୟ ପକ୍ଷରେ ନାଗ ଲୋକରେ ଭୀମ ଆଠଦିନ ପର୍ଯ୍ୟନ୍ତ ରସ ପିଇ ସୋଇ ରହିଥିଲେ l ଯେତେବେଳେ ସେ ନିଦରୁ ଉଠିଲେ ତାଙ୍କୁ ନାଗରାଜ ବାସୁକୀ କହିଲେ ତମେ ଯେଉଁ ରସ ପଈଛ ତାହା ଅତ୍ୟନ୍ତ ବଳବର୍ଦ୍ଧକ l ଆପଣଙ୍କୁ ଯୁଦ୍ଧରେ କେହିବି ହରାଇ ପାରିବେ ନାହିଁ l ଆପଣ ବର୍ତ୍ତମାନ ଜୀବ୍ୟଜଳରେ ସନ୍ନ କରିସାରି ହସ୍ତିନା ପୁର ଯାନ୍ତୁ ,ସେଠାରେ ଆପଣଙ୍କ ପରିଜନ ବ୍ୟାକୁଳ ହେଉଥିବେ l ଏହାପରେ ନାଗ ଲୋକର ନାଗମାନେ ଭୀମଙ୍କ ପାଣିରୁ ବାହାର କରି ପୁନର୍ବାର ସେହି ଗଙ୍ଗାନଦୀ କୂଳରେ ଛାଡି ଦେଇଥିଲେ l
ଏହା ପରେ ଭୀମ ହସ୍ତିନା ପୁରରେ ପହଂଚି ତାଙ୍କ ଭାଇମାନଙ୍କୁ ସମସ୍ତ କଥା କହିଥିଲେ ଓ ଦୁର୍ଯ୍ୟଧନର କ୍ରୁର ବୁଦ୍ଧି ବିଷୟରେ ମଧ୍ୟ ଜଣାଇଥିଲେ l ସେହି ସମୟରେ ଯୁଧିଷ୍ଠିର କହିଥିଲେ ଏହି କଥା କାହା ଆଗରେ କେବେବେ କହିବା ନାହିଁ ଯେ ତମ ଭିତରେ ଶହଶହ ହାତୀର ବଳ ଅଛି l