ଆଜି ହେଉଛି ଶ୍ରାବଣମାସ ର ଶେଷ ସୋମବାର :ଏଭଳି ପୂଜାବିଧି ରେ କରନ୍ତୁ ମହାଦେବଙ୍କୁ ସନ୍ତୁଷ୍ଟ , ମିଳିବ ସମସ୍ତ ଦୁଖାରୁ ମୁକ୍ତି
ଶ୍ରାବଣ ମାସର ସୋମବାର ଦିନଟି ମହାଦେବଙ୍କର ଖୁବ ପ୍ରିୟ ଅଟେ, ଅନେକ ଲୋକ ଆମ ମାନଙ୍କ ମଧ୍ୟରୁ ଶ୍ରାବଣମାସ ସୋମବାର ଦିନ ବ୍ରତ କରି ଥାଆନ୍ତି l ଅଗଷ୍ଟ ମାସର ୧୧ ତାରିଖ ଦିନଟି ଶ୍ରାବଣମାସ ର ଶେଷ ସୋମବାର ଅଟେ l ଚଳିତ ଥର ଶ୍ରାବଣ ମାସର ଶେଷ ସୋମବାର ଦିନଟିରେ ମହାଦେବଙ୍କ ନିକଟରୁ କୃପା ଲାଭ କରିବା ପାଇଁ କିଛିଟା ବିଶେଷ ଜିନିଷ ସମର୍ପିତ କରିବା ଜରୁରୀ l
– ଆଜିର ଦିନରେ ଅନେକ ଗୁଡିଏ ଶୁଭ ସଂଯୋଗ ଘଟୁଛି, ତେଣୁ ଆଜିର ଦିନରେ ସନ୍ତାନ ଲାଭ ପାଇଁ ମହାଦେବଙ୍କ ନିକଟରେ ମାନସିକ କରି ଗୁଆ ବସାଇବା ଶୁଭ ଅଟେ l ଏବଂ ଆଜିର ଦିନରେ ଉଭୟ ସ୍ୱାମୀ -ସ୍ତ୍ରୀ ବ୍ରତ ପାଳନ କରିବା ଜରୁରୀ l ଏହାଛଡା ବ୍ରାହ୍ମଣ ଙ୍କୁ ମଧ୍ୟ ଭୋଜନ କରାନ୍ତୁ l
– ଆଜିର ଦିନରେ ମହାଦେବଙ୍କୁ ଦୁଗ୍ଧ ରେ ରାଶି ମିଶାଇ ଅର୍ପଣ କରିବା ଦ୍ୱାରା ସମସ୍ତ ବିପଦ ଓ ବିଘ୍ନ ରୁ ମୁକ୍ତି ମିଳିଥାଏ l ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଜପ କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l
– ଯଦି ସନ୍ତାନ ମାନଙ୍କ ଜୀବନ ରେ ସଫଳତା ଚାହୁଁଛନ୍ତି ତେବେ ଆଜିର ଦିନରେ ମିଶ୍ରି ମିଶାଇ ଦୁଗ୍ଧ ଶିବ ଲିଂଗରେ ଅର୍ପଣ କରନ୍ତୁ l ଏଥି ସହିତ ଶିବ ପଞ୍ଚାକ୍ଷରୀ ମଧ୍ୟ ପାଠ କରନ୍ତୁ l ଯଦି ଚାକିରୀ ସମ୍ବନ୍ଧିତ କିଛି ଅସୁବିଧା ଦେଖା ଦେଉଛି ତେବେ ଆଜିର ଦିନରେ ଗୋଟିଏ ପାତ୍ରରେ ଲୁଣ ଭରି ବ୍ରାହ୍ମଣ ଙ୍କୁ ଦାନ କରନ୍ତୁ l
– ଶ୍ରାବଣ ମାସର ଶେଷ ଷୋମବାର ରେ ମହାଦେବଙ୍କୁ ଗଙ୍ଗାଜଳ ରେ ଅଭିଷେକ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ, ଏବଂ ଶିବ ଚାଳିଶା ୭ଥର ପାଠ ମଧ୍ୟ କରନ୍ତୁ l ଏପରି କରିବା ଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଦୂର ହେବ l