ଜିମ ରେ ଏହିସବୁ ଏକ୍ସରସାଇଜ ଆପଣଙ୍କୁ କରି ଦେଇପାରେ ଶଯ୍ୟାଶାୟୀ : ରିସର୍ଚ୍ଚ
ଜିମ ଯିବା ଓ ଫିଟ ରହିବା ଆଜିର ଗୋଟିଏ ଲାଇଫ ଷ୍ଟାଇଲ୍ ର ଗୋଟିଏ ଅଂଶ ହୋଇ ଯାଇଛି l କିନ୍ତୁ କେବେ କେବେ ଏହି ଜିମ ଯିବା ମଧ୍ୟ ଜୀବନ ପ୍ରତି ବିପଦର କାରଣ ମଧ୍ୟ ହୋଇଯାଇ ଥାଏ l ଏବଂ ଏହା ବେଳେବେଳେ ଆମ ଫିଟନେସ ଉପରେ ମଧ୍ୟ ଖରାପ ପ୍ରଭାବର କାରଣ ହୋଇଥାଏ l ଆସନ୍ତୁ ଜାଣିବା ଜିମ ଯିବା ଦ୍ୱାରା କେଉଁସବୁ ରୋଗରେ ଆକ୍ରାନ୍ତ ହେବେ l
* ଅଧିକ ସମୟ ଜିମ ଯିବା ଦ୍ୱାରା ହୋଇଥାଏ କେଉଁ ସଙ୍କଟ –
– ଆମେ ଯେତେ ବେଳେ ଜିମ ଯାଇଥାଉ ୱେଟ ଲିଫ୍ଟଟିଂ ମଧ୍ୟ କରିଥାଉ, ଏବଂ ସ୍ଟ୍ରେଚିଙ୍ଗ ମଧ୍ୟ କରିଥାଉ l ଯାହାକି ମାଂସପେଶୀ କୁ ପ୍ରଭାବିତ କରିଥାଉ l ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ ମାଂସପେଶୀ ଆବଶ୍ୟକତା ଠାରୁ ଅଧିକ ପ୍ରେସର ନେଇଥାଏ l ଏହାଦ୍ୱାରା ଯନ୍ତ୍ରଣା, ଫୁଲା ଓ ମାଂସପେଶୀ ଦୁର୍ବଳ ହେବାର ସମ୍ଭାବନା ଦେଖା ଯାଇଥାଏ l ତେଣୁ ନିର୍ଦ୍ଧିଷ୍ଟ ଶୈଳୀ କୁ ଆପଣାଇବା ସହିତ ସମୟ ମଧ୍ୟ ସ୍ଥିର କରିବା ଜରୁରୀ l
– କିଛିଟା ବ୍ୟାୟାମ ଏଭଳି ରହିଥାଏ ଯାହାକି ଆମର ଗଣ୍ଠି ଓ ଜଏଣ୍ଟ ଉପରେ ପ୍ରଭାବ ପକାଇଥାଏ, ଏବଂ ଏହାଦ୍ୱାରା ଗଣ୍ଠି ର ଯନ୍ତ୍ରଣା ବୃଦ୍ଧି ପାଇଥାଏ l ବିଶେଷ ଭାବରେ ଗଣ୍ଠି ଓ ଆଣ୍ଠୁ ରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ l ତେଣୁ ସେଭଳି ବ୍ୟାୟାମ ପ୍ରତି ସତର୍କ ରହିବା ଜରୁରୀ l
– ଜିମ ରେ ଅଧିକ କାର୍ଡିଓ ଏକ୍ସରସାଇଜ କରିବା ଦ୍ୱାରା ହାର୍ଟ ଉପରେ ପ୍ରଭାବ ପଡିଥାଏ l ତେଣୁ ଅଧିକ ଓଜନିଆ ଜିନିଷ ଉଠାଇବା ପୂର୍ବରୁ ସତର୍କ ନିହାତି ରୁହନ୍ତୁ l ଏବଂ ନିଜ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l
– ବ୍ୟାୟାମ କରିବା ସମୟ ରେ ଅଧିକ ଝାଳ ବୋହିଥାଏ, ଯାହାଦ୍ୱାରା ଡି -ହାଇଡ୍ରେସନ ସମସ୍ୟା ହେବାର ସମ୍ଭାବନା ଦେଖା ୱେଇଥାଏ l ଯାହାଦ୍ୱାରା ମୁଣ୍ଡ ଘୁରାଇବା ସହିତ ଦୁର୍ବଳ ଲାଗି ଦେହ ମଧ୍ୟ ଥରିଥଏ l ତେଣୁ ଜିମ ଯିବା ପରେ ଅଧିକ ପାଣି ପିଇବା ଜରୁରୀ l
– ଜିମ ରେ ଅଧିକ ଓଜନ ଉଠାଇବା ଦ୍ୱାରା ବେଳେବେଳେ ଜୀବନ ପ୍ରତି ମଧ୍ୟ ବିପଦର କାରଣ ହୋଇଥାଏ, ଏହା ଆମର ଲିଗାମେଣ୍ଟ କୁ ପ୍ରଭାବିତ କରିଥାଏ l ଏବଂ ଲିଗାମେଣ୍ଟ ଈଂଜୁରୀ ର ସମୁଖୀନ ହୋଇଥାଉ l ଏବଂ ଚଳପ୍ରଚଳ ହେବାରେ ମଧ୍ୟ ଅସୁବିଧା ହୋଇଥାଏ l ବେଳେ ବ୍ୟକ୍ତି ଶଯ୍ୟାଶାୟୀ ମଧ୍ୟ ହେବାର ସମ୍ଭାବନା ଦେଖା ଦେଇଥାଏ l