Odisha news

ଲିଟିଲଷ୍ଟାର ଗ୍ରୁପର ସମର ଏକ୍ସପ୍ରେସ କାର୍ଯ୍ୟକ୍ରମ ଉଦ୍ଘାଟିତ,’ମୋ ଆଶା’ ପତ୍ରିକା ଉନ୍ମୋଚିତ

0

ନିମାପଡା : ଛୋଟ ଛୋଟ ପିଲାମାନଙ୍କ ସୃଜନାତ୍ମକ କଳାର ବିକାଶ ପାଇଁ ନିମାପଡା ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ୧୭ତମ ସମର ଏକ୍ସପ୍ରେସ କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହୋଇଯାଇଛି ।ଏହି ଅବସରରେ ପ୍ରକାଶ ପାଉଥିବା ‘ମୋ ଆଶାର ‘ଏକ ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରାଯାଇଥିଲା ।

ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ,ବିଶିଷ୍ଟ କାଟୁ୍ୟନିଷ୍ଟ କିଶୋର ରଥ,ଶିଳ୍ପୀ ଗୁରୁ ପଦ୍ମଶ୍ରୀ ପ୍ରଭାକର ମହାରଣା,ପାରାଦ୍ୱୀପ ଫସ୍ଫେଟର ମୁଖ୍ୟ ଲୋକସଂପର୍କ ଅଧିକାରୀ ସୁଧି ରଂଜନ ମିଶ୍ର,ପତ୍ରିକାର ସଂପାଦକ ସୁମନ୍ତ ମହାରଣା,ଅଧ୍ୟାପକ ସୁବ୍ରତ ମହାନ୍ତି,ସମାଜସେବୀ ଅଶୋକ ପଣ୍ଡା ପ୍ରମୁଖ ଯୋଗଦେଇ ଏହି ପତ୍ରିକାକୁ ଉନ୍ମୋଚନ କରିବା ସହ ସମର ଏକ୍ସପ୍ରେସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।କରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ଅନ୍ଲାଇନ ମାଧ୍ୟମରେ ୧୦ଦିନ ଧରି ପିଲାମାନଙ୍କୁ ବହୁ ଶିକ୍ଷଣୀୟ ଶିକ୍ଷା ପ୍ରଦାନ କରାଯିବ ।ଏଥିରେ ଅଂଶ ଗ୍ରହଣ କରୁଥିବା ରାଜ୍ୟର ବିଭିନ୍ନ ଅଂଚଳର ପିଲାମାନଙ୍କୁ ଡାକ ଯୋଗେ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.