Odisha news

ଗୁରୁବାରରେ ଏହି ସବୁ ମନ୍ତ୍ର ଦ୍ୱାରା ମାତା ଲକ୍ଷ୍ମୀଙ୍କୁ କରନ୍ତୁ ସନ୍ତୁଷ୍ଟ

ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ହିନ୍ଦୁ ଧର୍ମଶାସ୍ତ୍ରରେ ମନ୍ତ୍ର ପାଠର ବିଧାନ ରହିଛି l ମାତାଙ୍କୁ ବିଭିନ୍ନ ମନ୍ତ୍ର ପାଠ କରାଯାଇ ସନ୍ତୁଷ୍ଟ କରାଯାଏ l କାରଣ ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l

“ଓଂ ଶ୍ରୀ ହିଂ କଲିଂ ଶ୍ରୀ ସିଦ୍ଧି ଲଖ୍ମୈ ନମଃ ”

ଏହା ବୈଭବ ଲକ୍ଷ୍ମୀଙ୍କ ମନ୍ତ୍ର ଅଟେ ,ଏହି ମନ୍ତ୍ରକୁ ୧୦୮ ଥର ଜପ କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ l

“ଓଂ ଲକ୍ଷ୍ମୀ ନମଃ ”

ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଘରର ଆର୍ଥିକ ସଙ୍କଟ ଦୂର ହେବା ସହିତ ଜୀବନରେ ସକାରାତ୍ମକ ସ୍ଥିତି ପ୍ରାପ୍ତ ହୋଇଥାଏ l

“ଓଂ ହିଂ ହିଂ ଶ୍ରୀ ଲକ୍ଷ୍ମୀ ବାସୁଦେବାୟ ନମଃ ”

ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ନିବିଡ଼ତା ବଢିଥାଏ ଓ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ l

“ଲକ୍ଷ୍ମୀ ନାରାୟଣlୟ ନମଃ ”

ଏହି ମନ୍ତ୍ରକୁ କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ପାଠ କରିବା ଦ୍ୱାରା ସଫଳତାର ବାଟ ଅଧିକ ସୁଦୃଢ ହୋଇଥାଏ l

“ଓଂ ହିଂ ତ୍ରିଂ ହୁଂ ଫଟ ”

ଯଦି ଆପଣ ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ରୂଣରୁ ମୁକ୍ତି ମିଳିଥାଏ l ଏହାଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହିତ ମଣିଷର ସବୁ ଅସୁବିଧା ଦୂର ହୋଇଥାଏ l

Comments are closed.