Odisha news

ଆସନ୍ତୁ ଜାଣିବା ଦହି ଖାଇବାର ଲାଭ ଓ ଉପଯୁକ୍ତ ସମୟ

ଦହି ସ୍ୱାସ୍ଥ୍ୟ ପାଇଁ ହିତକର ହେବ ସହିତ ଆୟୁର୍ବେଦରେ ଏହାର ଏକ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି l ଏଥିରେ ପ୍ରୋଟିନ ,କ୍ୟାଲସିୟମ ଓ ଅନ୍ୟ ଖଣିଜ ପଦାର୍ଥ ସହିତ ଗୋଟିଏ ଭରପୁର ପ୍ରୋବାୟୋଟିକ ଭାବରେ ଜଣାଶୁଣା l ଦହି ଦାନ୍ତ ଓ ହାଡ଼କୁ ମାଝବୁତ କରିଥାଏ l କିନ୍ତୁ ଗବେଷକ ମାନଙ୍କ ମତରେ ଏହାକୁ ଠିକ ଭାବରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟପାଇଁ ଫଳପ୍ରଦ ହୋଇଥାଏ l ଗବେଷଣାରୁ ଜଣାପଡିଛି ଯେ ଦହି ପେଟ ପାଇଁ ଗୋଟିଏ ଉନ୍ନତ ମନର ପୋଷକତତ୍ୱ ଅଟେ l କିନ୍ତୁ ଏହାକୁ ସେବନ କରିବା ପାଇଁ ଠିକ ସମୟ ଆବଶ୍ୟକ l

* ଆୟୁର୍ବେଦରେ ଏହାକୁ ଗୋଟିଏ ଉତ୍ତମ ଏହାର ଭାବରେ ଗଣନା କରାଯାଇଛି l ଯଦି ଆପଣ ଏହାକୁ ଭୁଲ ମାତ୍ରାରେ ଓ ଭୁଲ ସମୟରେ ଖାଇବେ ତେବେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ l ଆପଣ ନିଜ ଘରେ ଗୁରୁଜନ ମାନଙ୍କୁ କହିବା ଶୁଣିଥିବେ ଯେ ରାତି ସମୟରେ ଦହି ଖାଇବା ଶରୀର ପକ୍ଷରେ କ୍ଷତିକାରକ ହୋଇ ପରେ l ଗବେଷକ ମାନେ ଦହିର ମାଛଟିକୁ ଦେଖି ଯେଉଁ ସମୟରେ ଦହି ଖାଇବା ଉଚିତ ସେ ବିଷୟରେ ଆଲୋଚନା କରିଛନ୍ତି l

* ଆୟୁର୍ବେଦ ଅନୁସାରେ ଦହି ଖାଇବା ହିତକର କିନ୍ତୁ ରାତି ସମୟରେ ଦହି ଖାଇବା ଉଚିତ ନୁହେଁ ,କାରଣ ଅଧିକାଂଶ ଲୋକ ରାତି ସମୟରେ ଖାଦ୍ୟ ଖାଇବା ପରେ ତୁରନ୍ତ ସୋଇଯାଇ ଥାନ୍ତି l ପରିଣାମ ସ୍ୱରୂପ ଦହି ପ୍ରୋଟିନ ଯୁକ୍ତ ହୋଇଥିବାରୁ ରାତି ସମୟରେ ତୁରନ୍ତ ଖାଇ ସୋଇ ପଡିବ ଉଚିତ ନୁହେଁ ,କାରଣ ଏହା ଦ୍ୱାରା ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ –

ରାତିରେ ଦହି ଖାଇବା ଦ୍ୱାରା ପାଚନତନ୍ତ୍ର ଅସୁସ୍ଥ ହୋଇଥାଏ l ଯାହା ଦ୍ୱାରା ଏସିଡ଼ିଟି ବଦହଜମି ଇତ୍ୟାଦି ସମସ୍ୟା ଦେଖାଦେଇଥାଏ ଓ ପେଟକୁ ସୁସ୍ଥ ରଖିବା ପାଇଁ ଦିନ ସମୟରେ ଦହି ଖାଇବା ଆବଶ୍ୟକ l

ଯେଉଁ ବ୍ୟକ୍ତି ମାନେ ସର୍ଦି କାଶ ଭଳି ସମସ୍ୟାରେ ସବୁବେଳେ ପୀଡିତ ରହିଛନ୍ତି ସେମାନେ ରାତି ସମୟରେ ଦହି ଖାଇବା ଉଚିତ ନୁହେଁ l କାରଣ ଆୟୁର୍ବେଦ ଅନୁସାରେ ରାତିରେ ଦହି ଖାଇବା ଦ୍ୱାରା ଛାତିରେ କଫ ସକ୍ରିୟ ହୋଇଥାଏ l

ରାତିରେ ଦହି ଖାଇବା ଦ୍ୱାରା ପିତ ଦୋଷ ବଢିଥାଏ ଓ ଶରୀରର ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଳି ବାତ ରୋଗ ଗୁଡିକ ଅଧିକ ସକ୍ରିୟ ହୋଇଯାଇଥାଏ l ତେଣୁକରି ରାତିରେ ଦହି ଖାଇବା ଉଚିତ ନୁହେଁ l

ଯେଉଁମାନେ ଶ୍ୱାସ ରୋଗରେ ଗ୍ରାସିତ ଅଟନ୍ତି ସେମାନେ ରାତି ସମୟରେ ଦହି ଖାଇବା ଆଦୌ ଠିକ ନୁହେଁ କାରଣ ଏହା ଶ୍ୱାସ ସମ୍ବଧୀୟ ସମସ୍ୟାକୁ ଅଧିକ ବଢ଼ାଇ ଦେଇ ଥିବା କାରଣରୁ ଆୟୁର୍ବେଦରେ ଶ୍ୱାସ ରୋଗୀ ମାନଙ୍କୁ ରାତିରେ ଦହି ଖାଇବା ପାଇଁ ବରଂ କରାଯାଇଥାଏ l

Comments are closed.