ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୃଙ୍କ ନିକଟରେ ବିଜେପି କୃଷକ ମୋର୍ଚ୍ଚାର ଗୁହାରୀ ଜଗନ୍ନାଥ ମହାପ୍ରଭୃ ଓଡିଶା ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ, ମଣ୍ଡିରୁ ଚାଷୀଙ୍କ ଧାନ କିଣନ୍ତୁ ସରକାର : ପ୍ରଦୀପ ପୁରୋହିତ
ଭୁବନେଶ୍ୱର,ତା.୧୭/୩: ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ନୂତନ କାର୍ଯ୍ୟକାରିଣୀ କମିଟି ଗତ ମଙ୍ଗଳବାର ଦିନ ଗଠିତ ହେବା ପରେ ଆଜି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ସହ ମୋର୍ଚ୍ଚାର ପଦାଧିକାରୀ, କାର୍ଯ୍ୟକାରିଣୀ କମିଟି ସଦସ୍ୟ, ରାଜ୍ୟ ସଂଯୋଜକମାନେ ପୁରୀ ଜଗନ୍ନାଥ ଧାମରେ ପହଂଚି ମହାପ୍ରଭୃଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି ।
ଓଡିଶାର ଚାଷୀମାନେ ଦାର୍ଘଦିନରୁ ମଣ୍ଡିରେ ପଡିରହିଥିବା ଲକ୍ଷ ଲକ୍ଷ କ୍ୱିଂଟାଲ ଧାନ ବିକ୍ରି ପାଇଁ ରାସ୍ତାରୋକ, ସରକାରୀ ଅଫିସରେ ଧାନ ଗଦାଇବା, ଧାରଣା, ଆମରଣ ଅନଶନ କରିବା ପରେ ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ କିଣୁନାହଁନ୍ତି । ଓଡିଶା ବିଧାନସଭାରେ ଧାନ ସଂଗ୍ରହ ପ୍ରସଙ୍ଗରେ ଅଚଳ ହୋଇ ଗତ ୨୭ ଫେବୃଆରୀରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମଣ୍ଡିରେ ପଡିଥିବା ସମସ୍ତ ଧାନକୁ ରାଜ୍ୟ ସରକାର କିଣିବା ପାଇଁ ଘୋଷଣା କରିବା ସତ୍ୱେ ଆଜି ବି ମଣ୍ଡିରୁ ଧାନ କିଣାଯାଇନାହିଁ । ଏବେ ଗତ ୫ ଦିନ ହେଲା ବିଧାନସଭା ଅଚଳ ହୋଇ ରହିଛି । ଏହି ପରିପ୍ରେକ୍ଷୀରେ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପୁରୋହିତଙ୍କ ସମେତ ମୋର୍ଚ୍ଚାର ସମସ୍ତ ସଦସ୍ୟମାନେ ‘ରାଜ୍ୟ ସରକାରଙ୍କୁ ଜଗନ୍ନାଥ ମହାପ୍ରଭୃ ସଦବୃଦ୍ଧି ଦିଅନ୍ତୁ, ରାଜ୍ୟର ଚାଷୀ କାନ୍ଦୁଛି, ତୁରନ୍ତ ମଣ୍ଡିରୁ ଧାନ ସରକାର କିଣନ୍ତୁ’ ବୋଲି ଜଗନ୍ନାଥ ମହାପ୍ରଭୃଙ୍କ ଆଗରେ ଗୁହାରୀ କହିଛନ୍ତି ।
ଆନେ୍ଦାଳନ, ବିଧାନସଭାରେ ଘୋଷଣା, କେନ୍ଦ୍ରର ଚାପ ସତ୍ୱେ ରାଜ୍ୟ ସରକାର ନିର୍ଲଜ ଭୂମିକା ନେଇଥିବାରୁ ଚାଷୀଙ୍କ ସ୍ୱାର୍ଥ ପାଇଁ ସବୁଠୁ ବଡ ଅଦାଲତ ଜଗନ୍ନାଥ ମହାପ୍ରଭୃଙ୍କ ଠାରେ ଗୁହାରୀ କରିଛୁ ବୋଲି ଶ୍ରୀ ପୁରୋହିତ କ୍ଷୋଭର ସହ ପ୍ରକାଶ କରିଛନ୍ତି ।
ଜଗନ୍ନାଥଙ୍କ ମହାପ୍ରଭୃଙ୍କ ଦର୍ଶନ ସମୟରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ସମେତ ନବନିଯୁକ୍ତ ରାଜ୍ୟ ସାଧାରଣ ସଂପାଦକ କାମାକ୍ଷା ପ୍ରଧାନ, ଲକ୍ଷ୍ମଣ ବାଗ, ମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ବରିଷ୍ଠ ନେତା ରଂଜନ ପଟେଲ, ମହେଶ୍ୱର ସାହୁ, ଉପାଧ୍ୟାୟ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ । ପୁରୀଯିବା ରାସ୍ତାରେ ଭୁବନେଶ୍ୱର ଉତରା ଛକ, ପିପିଲି, ସାକ୍ଷୀଗୋପାଳ ଠାରେ ଶତାଧିକ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତାମାନେ ମୋର୍ଚ୍ଚାର ନବନିଯୁକ୍ତ ପଦାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
Comments are closed.