ଧନର ଦେବୀ ମା ଲକ୍ଷ୍ମୀଙ୍କ ବାସ ଯେଉଁ ଗୃହରେ ହୋଇଥାଏ, ସେହି ସ୍ଥାନରେ କଦାପି ଧନ ସମ୍ପଦ ର କମି ହୋଇନଥାଏ l ସେହି ଘରର ଲୋକମାନେ ସର୍ବଦା ସୁଖ ଶାନ୍ତି ରେ ବାସ କରିଥାଆନ୍ତି l କିନ୍ତୁ ମାତା ଲକ୍ଷ୍ମୀ ଯେଉଁ ଘରକୁ ପ୍ରବେଶ କରନ୍ତି ତାହା ପୂର୍ବରୁ କିଛିଟା ଶୁଭ ସଂକେତ ଲାଭ ହୋଇଥାଏ l ଏହି ଶୁଭ ସଂକେତ କୁ କଦାପି ଅଣଦେଖା କରିବା ଉଚିତ ନୁହେଁ l
– ହିନ୍ଦୁ ଧର୍ମ ରେ ଶଙ୍ଖ କୁ ଗୋଟିଏ ପବିତ୍ର ବସ୍ତୁ ଭାବରେ ଗ୍ରହଣ କରାଯାଇ ଥାଏ l ସକାଳୁ ଉଠିବା ମାତ୍ରକେ କାନରେ ଯଦି ଶଙ୍ଖ ର ଧ୍ୱନି ବାଜିଲା ତେବେ ଏହା ଖୁବ ଶୁଭ ଅଟେ ଓ ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l ଏହାଛଡା ଗୁରୁବାର ଦିନ ଯଦି କେହି ଆପଣଙ୍କୁ ଶଙ୍ଖ ଦେଉଛନ୍ତି ତେବେ ଏହା ମଧ୍ୟ ଶୁଭ ସଂକେତ ଅଟେ l
– ଝାଡୁ ରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ l ଯଦି ଆପଣ ଘରୁ ବାହାରିବା ସମୟରେ ସକାଳୁ କାହାକୁ ଝାଡୁ ମାରୁ ଥିବାର ଦେଖୁଛନ୍ତି ତେବେ ଏହା ମା ଲକ୍ଷ୍ମୀଙ୍କ ଆସିବା ସଂକେତ ହୋଇଥାଏ l ଆହୁରି ମଧ୍ୟ ଗୁରୁବାର ଦିନ ଘରକୁ ଝାଡୁ ଆଣିବା ଶୁଭ ଅଟେ l
– ଯଦି ପରିବାରର କୌଣସି ସଦସ୍ୟ ମାଂସାହାର ଓ ନିଶା ସେବନ ଠାରୁ ନିଜକୁ ଦୁରେଇ ସତ ମାର୍ଗ ରେ ପରିଚାଳିତ ହେଉଛି, ତେବେ ଏହା ମଧ୍ୟ ଶୁଭ ସଂକେତ ଅଟେ l ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ l
– ପେଚା ହେଉଛି ମା ଲକ୍ଷ୍ମୀଙ୍କ ବାହନ , ଯଦି ଗୁରୁବାର ଦିନ ଆପଣ କୌଣସି ସ୍ଥାନରେ ପେଚା ଦେଖୁଛନ୍ତି ତେବେ ଏହା ଲକ୍ଷ୍ମୀଙ୍କ ଆଗମନ ର ସଂକେତ ଅଟେ l ଏହାଦ୍ୱାରା ଆପଣଙ୍କ ଜୀବନ ରେ ଶୁଭ ସମୟ ଉପନୀତ ହେବ ଓ ଦରିଦ୍ରତା ନାଶ ହେବ l
– ମାତା ଲକ୍ଷ୍ମୀଙ୍କୁ ସର୍ବଦା ପୂଜା କରିବା ସମୟରେ ଧଳା କିମ୍ବା ଗୋଲାପୀ ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରିବା ଆବଶ୍ୟକ l ଲକ୍ଷ୍ମୀଙ୍କ ଡାହାଣ ପଟରେ ବିଷ୍ଣୁ ଓ ବାମ ପାର୍ଶ୍ୱରେ ଗଣେଶ ଙ୍କୁ ସ୍ଥାପନା କରିବା ଖୁବ ଶୁଭ ହୋଇଥାଏ l ଯଦି ସକାଳ ସମୟରେ ଆପଣ ପଦ୍ମ ଫୁଲ ଦେଖୁଛନ୍ତି ତେବେ ଏହା ଶୁଭ ସଂକେତ ଦେଇଥାଏ l