ପ୍ରାୟ ସମସ୍ତ ଭାରତୀୟ ପରିବାର ରେ ଛୋଟ ପିଲାଙ୍କ ଚକ୍ଷୁ ରେ କଜ୍ଜଳ ଲଗାଇବାର ଦେଖିବାକୁ ମିଳିଥାଏ , ଯେଭଳି ଏହା ଗୋଟିଏ ନୀତି ନିୟମ ଭଳି ଲାଗିଥାଏ । ଆମେ ଘରର ବୟୋଜ୍ୟେଷ୍ଠ ଙ୍କ ନିକଟରୁ ଶୁଣି ଥାଉ ଯେ କଜ୍ଜଳ ଲଗାଇବା ଦ୍ଵାରା ନଜର ଲାଗି ନଥାଏ। କିନ୍ତୁ ବର୍ତ୍ତମାନ ର ଷ୍ଟଡି ଆକ୍ଷିରେ କଜ୍ଜଳ ଲଗାଇବାକୁ ନେଇ ଅନ୍ୟ କିଛି ସୁଚେଇ ଦେଉଛି । ବୈଜ୍ଞାନିକ ଓ ମେଡିକାଲ ଚିକିତ୍ସକ ଙ୍କ ମତରେ ଚକ୍ଷୁ ରେ କଜ୍ଜଳ ଲଗାଇବା ଦ୍ଵାରା ଅନେକ ପ୍ରକାର କ୍ଷତି ହୋଇଥାଏ ।
– ଛୋଟ ପିଲାଙ୍କ ଚକ୍ଷୁରେ କଜ୍ଜଳ ଲଗାଇବାର କ୍ଷତି –
ଆଜିକାଲି ବଜାରରେ କେମିକାଲ ଯୁକ୍ତ କଳା ମିଳୁଛି । ଯାହାକୁ ନବଜାତ ଛୁଆ ର ଚକ୍ଷୁ ରେ ଲଗାଇବା ଦ୍ଵାରା କ୍ଷତି ହୋଇପାରେ । କାହିଁକି ନା ଛୋଟ ପିଲାଙ୍କ ଚକ୍ଷୁ ଖୁବ୍ ସମ୍ବେଦନଶୀଳ ହୋଇଥାଏ । ତେଣୁ କେମିକାଲ ଯୁକ୍ତ କଜଳ ଲଗାଇବା ଦ୍ଵାରା କ୍ଷିତି ହୋଇପାରେ । କେମିକାଲ ଯୁକ୍ତ କଳାରେ ଅନେକ ମାତ୍ରାରେ ଲିଡ୍ ରହିଥାଏ । ଯାହା ଚକ୍ଷୁ ମାଧ୍ୟମ ରେ ଶରୀର ର ଅନ୍ୟ ଅଂଶକୁ ଯାଇ କ୍ଷତି ଘଟାଇ ଥାଏ । ଏହାଛଡା ଏହି କଳା ମସ୍ତିସ୍କ ଓ ବୋନ୍ ମ୍ୟାରୋ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ ।
– ହୋଇପାରେ ଏହିସବୁ ସମସ୍ୟା –
ଚକ୍ଷୁରେ କାଜଲ ଲଗାଇବା ଦ୍ୱାରା କେମିକାଲ କଂଜେକ୍ଟିବାଇଟିସ ସମସ୍ୟା ହୋଇପାରେ l ଏହାଦ୍ୱାରା ଚକ୍ଷୁରେ ଇନଫେକ୍ସନ ହେବା, ଆକ୍ଷି ନାଲି ହେବା, ଆକ୍ଷିରୁ ଲଗାତାର ପାଣି ବୋହିବା , ଚକ୍ଷୁରୁ ପିଂଚୁଳା ବୋହିବା ଇତ୍ୟାଦି ସମସ୍ୟା ଦେଖା ଯାଇଥାଏ l ଏହାଛଡା କର୍ନିଆଲ ଅଲସର ସମସ୍ୟା ମଧ୍ୟ ହୋଇଥାଏ l
– ଘରେ ପ୍ରସ୍ତୁତ ହେଉଥିବା କାଜଲ କେତେ ସୁରକ୍ଷିତ –
କିଛି ଲୋକଙ୍କର ଧାରଣା ରହିଥାଏ ଘରେ ପ୍ରସ୍ତୁତ ହୋଇଥିବା କଜଳ ସେଫ ଅଟେ l କିନ୍ତୁ ଏହି କାଜଲ ସେଫ ହୋଇ ନଥାଏ l କାହିଁକି ନା ଏହାଦ୍ୱାରା ମଧ୍ୟ ଇନଫେକ୍ସନ ର ବିପଦ ରହିଥାଏ l କାହିଁକି ନ ଏହାଦ୍ୱାରା ମଧ୍ୟ ଚକ୍ଷୁ ରେ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ l
– ଯେପରିକି ଘରର କଜଳ ପ୍ରାକୃତିକ ଜିନିଷ ରେ ତିଆରି ହୋଇଥାଏ, କିନ୍ତୁ ଏହାକୁ ଲଗାଇବାରେ ସାବଧାନତା ରଖିବା ଉଚିତ l
– ଯେପରିକି ନିଜ ହାତକୁ ଠିକ ଭାବରେ ଧୋଇବା ଆବଶ୍ୟକ l
– ନଚେତ ଆକ୍ଷି ରେ ଇନଫେକ୍ସନ ହୋଇପାରେ l
– ଯେବବି ଛୋଟ ପିଲାଙ୍କୁ କଜଳ ଲଗାଉଛନ୍ତି ଦେଖିବେ ଯେଭଳି ଆପଣଙ୍କ ଆଙ୍ଗୁଳି ରେ ନଖ ନଥିବା ଜରୁରୀ l ନଚେତ ନଖ ଦ୍ୱାରା ଆଘାତ ବାଜି ଚକ୍ଷୁ ନଷ୍ଟ ହୋଇପାରେ l