ସଫଳତା ଜୀବନରେ ପାଇବାକୁ ହେଲେ ଅନେକ ପ୍ରକାରର ଅସୁବିଧା ଦେଇ ଗତି କରିବାକୁ ପଡିଥାଏ l ସଫଳତାର ସ୍ୱାଦ ପାଇବା ଏତେ ସହଜ ନୁହେଁ l ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଜୀବନରେ ମହତ କାର୍ଯ୍ୟ କରିଥାଏ ତା ପ୍ରତି ସବୁବେଳେ ଭଗବାନ ସନ୍ତୁଷ୍ଟ ରହିଥାଆନ୍ତି ଓ ତାକୁ ସମସ୍ତ ପ୍ରକାରର ଐଶ୍ୱର୍ଯ୍ୟ ପ୍ରଦାନ କରିଥାଆନ୍ତି l ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ ଓ ତାଙ୍କୁ ନିୟମ ଓ ଅନୁଶାସନ ଅଧିକ ପ୍ରିୟ ଅଟେ l
* ସେହି ଲୋକ ମାନେ ପରିଶ୍ରମ କରନ୍ତି ନାହିଁ ଓ ଅଳସୁଆ ହୋଇ ଥାଆନ୍ତି ସେମାନଙ୍କୁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳେ ନାହିଁ l ଲକ୍ଷ୍ମୀଙ୍କ ଆଶୀର୍ବାଦ ବ୍ୟକ୍ତିକୁ ବିପଦରୁ ରକ୍ଷା କରିଥାଏ l
* ଗୀତାର ଉପଦେଶରେ ଭଗବାନ ଶ୍ରୀକୃଷ୍ନ ଙ୍କୁ କହିଛନ୍ତି ବ୍ୟକ୍ତିକୁ ସଙ୍କଟ ସମୟରେ ଧର୍ଯ୍ୟ ହରାଇବାଉଚିତ ନୁହେଁ l କାରଣ ଧର୍ଯ୍ୟ ମଣିଷକୁ ସମୟ ଆସିଲେ ସଠିକ ଫଳ ଦେଇଥାଏ l
* ଯେଉଁ ବ୍ୟକ୍ତି ମାନବ କଲ୍ୟାଣ ପାଇଁ ନିଜର ଯୋଗଦାନ ରଖିଥାଏ ସେହିଭଳି ବ୍ୟକ୍ତି ଉପରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ରୁହେ l ଧନ ଗୋଟିଏ ଏଭଳି ଜିନିଷ ଯାହା ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ରୁହେ ନାହିଁ l
* ଶାସ୍ତ୍ର ଅନୁସାରେ ବ୍ୟକ୍ତି ଧନକୁ ନେଇ ଅହଂକାର କରିବା ଉଚିତ ନୁହେଁ l ଅହଂକାର କରିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ସବୁବେଳେ ଅହଂକାର ଠାରୁ ଦୁରେଇ ରହିବା ଆବଶ୍ୟକ l
* ବିଦ୍ୱାନ ମାନଙ୍କ ମତରେ ଧନର ପ୍ରୟୋଗ କଦାପି ମଣିଷର ଅହିତରେ କରିବା ଉଚିତ ନୁହେଁ l ଯେଉଁ ବ୍ୟକ୍ତିମାନେ ଧନର ପ୍ରୟୋଗ ଭୁଲ ବାଟରେ କରି ଥାଆନ୍ତି ଜୀବନରେ ଅନେକ ଦୁଃଖ ଭୋଗ କରି ଥାଆନ୍ତି l