ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଏହି ଉପାୟରେ ସନ୍ତୁଷ୍ଟ କରିବା ଦ୍ୱାରା ଐଶ୍ୱର୍ଯ୍ୟ ପ୍ରାପ୍ତି ହେବା ସହିତ ମିଳିବ ଜୀବନରେ ସଫଳତା
ରବିବାରର ସ୍ୱାମୀ ଗ୍ରହ ସୂର୍ଯ୍ୟ ଅଟନ୍ତି l ତେଣୁ ଏହିଦିନ ବିଶେଷ କରି ସୂର୍ଯ୍ୟ ଦେବଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ l ସୂର୍ଯ୍ୟଦେବ ସମସ୍ତ କାର୍ଯ୍ୟକୁ ସିଦ୍ଧ କରି ଥାଆନ୍ତି l ସେ ପୃଥିବୀ ଲୋକର ଜୀବନ ଦାତା ଅଟନ୍ତି l
ରବିବାର ଦିନ ଯଦି ପୂର୍ବ ଦିଗକୁ ଯାତ୍ରା କରନ୍ତି ତେବେ ଏହା ମଙ୍ଗଳମୟ ଅଟେ l ପ୍ରେମରେ ସଫଳତା ପାଇଁ ସୂର୍ଯ୍ୟ ଆରାଧନା ଲାଭକାରୀ ଅଟେ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ରବିବାର ଦିନ ଜନ୍ମ ନେଇଥାଏ ସେ ପ୍ରତେକ କ୍ଷେତ୍ରରେ ସଫଳତା ଲାଭ କରିଥାଏ l
କିଛି ଲୋକ ଜୀବନର ବିଭିନ୍ନ ଅସୁବିଧାକୁ ନେଇ ଚିନ୍ତାରେ ରହି ଥାଆନ୍ତି l ସେହି ଭଳି ସ୍ଥିତିରେ ରବିବାରଦିନ ଏଭଳି କିଛି ଉପାୟ କରିବା ଦ୍ୱାରା ଜୀବନରେ ଉନ୍ନତିର ଓ କର୍ମର ମାର୍ଗ ଖୋଲି ଯାଇଥାଏ l
* ରବିବାରଦିନ ସୂର୍ଯ୍ୟଙ୍କ ପୂଜା ସହିତ ଶିବଲିଙ୍ଗକୁ ମଧ୍ୟ ପୂଜା କରିବା ଆବଶ୍ୟକ l ଏହିଦିନ ଉଭୟ ସୂର୍ଯ୍ୟଦେବ ଓ ଶିବ ଲିଙ୍ଗରେ ତମ୍ବା ପାତ୍ରରେ ଜଳ ଦାନ କରିବା ଉଚିତ l ଏହାଦ୍ୱାରା କୃପା ଲାଭ ହେବ l
* ଯଦି ଆପଣଙ୍କ ଘର ନିକଟରେ ନଦୀ କିମ୍ବା ନାଳ ରହିଛି ତେବେ ସେହିଠାରେ ନାଲି ଫୁଲ ,ଦୁବ ଓ ସିନ୍ଦୁର ପାଣିରେ ଅର୍ପଣ କରି ସୂର୍ଯ୍ୟଙ୍କ ମନ୍ତ୍ର ଉଚ୍ଚାରଣ କରନ୍ତୁ l
* ରବିବାରଦିନ ଦୁଗ୍ଧ ,ଚାଉଳ ଓ ଗୁଡରେ ପ୍ରସ୍ତୁତ ଖିରି ସୂର୍ଯ୍ୟଙ୍କ ନିକଟରେ ପ୍ରସାଦ ଲଗାନ୍ତୁ ଓ ତାହାକୁ ସମସ୍ତଙ୍କୁ ବାଣ୍ଟିବା ସହିତ ନିଜେ ସେବନ କରନ୍ତୁ l ଏହିଦିନ କପଡ଼ାରେ ବାନ୍ଧି ଗହମ ଓ ଗୁଡ଼ ଦାନ କଲେ ସନ୍ତାନ ମାନଙ୍କ ଉପରୁ ବିପଦ ଦୂରେଇଯିବ l
* ଘରର ସୁଖଶାନ୍ତି ପାଇଁ ପ୍ରତେକ ରବିବାର ଘରେ ହରିବଂଶ ପୁରାଣ ପାଠ କରିବା ଦ୍ୱାରା ମିଳିଥାଏ ଲାଭ l ଏହାଦ୍ୱାରା ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ମିଳିବା ସହିତ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିବ l
* ରବିବାରଦିନ ଉଲ୍ଲାସି ଗଛରେ ଜଳ ଅର୍ପଣ କରିବା ପରେ ତାଙ୍କ ଚାରିପାଖରେ ୧୧ ଥର ପରିକ୍ରମା କରିବା ଦ୍ୱରା ରୋଗ ଓ ବ୍ୟାଧିରୁ ଦୁରେଇ ରହିବେ ଓ ଜୀବନରେ ଅନେକ ସୁଖ ପ୍ରାପ୍ତି ହେବ l
