Odisha news

କଣ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଉଚନ୍ତି କି ? ହୋଇ ଯାନ୍ତୁ ସାବଧାନ

0

ଗୋଟିଏ ସୁସ୍ଥ ଶରୀର ପାଇଁ ଭଲ ନିଦ ଖୁବ ଜରୁରୀ l ଯଦି ଆପଣ କମ ନିଦ ରେ ଶୋଇବେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ l ମଧୁମେହ, ହୃଦ ରୋଗ, ସହିତ ଅନେକ ରୋଗ କମ ନିଦ କାରଣରୁ ଦେଖା ଯାଇଥାଏ l ତେଣୁ ଡାକ୍ତରଙ୍କ ପରାମର୍ଶ ରେ ଅତି କମ ରେ ୮ ଘଣ୍ଟା ନିଦ ନେବା ଜରୁରୀ l କିନ୍ତୁ ଯଦି ଏହାଠାରୁ ଅଧିକ ଶୋଇବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦପୂର୍ଣ୍ଣ ହୋଇପାରେ l ଓଭର ସ୍ଲିପିଂ କାରଣରୁ କ୍ରୋନିକ ଡିଜିଜ ଅଧିକ ବଢ଼ିଯାଇ ଥାଏ l

– ଯଦି ଆପଣ ଓଭର ସ୍ଲିପିଂ କରୁଛନ୍ତି ତେବେ ସର୍ବ ପ୍ରଥମେ ଆପଣ ମଧୁମେହ ରେ ପ୍ରଭାବିତ ହୋଇ ପାରନ୍ତି l ଅଧିକ ଶୋଇବା ଦ୍ୱାରା ଶୁଗର ଲେବୁଲ ଅଧିକ ବଢ଼ିଯାଇ ଥାଏ l ଆପଣଙ୍କ ଶରୀର ର ସୁଗାର ର ପ୍ରୋସେସ କରିବାର କ୍ଷମତା ବାଧାପ୍ରାପ୍ତ ହୋଇଥାଏ l

– ଅଧିକ ଶୋଇବା ଦ୍ୱାରା ଅଧିକ ଓଜନ ମଧ୍ୟ ବଢ଼ିଯାଇ ଥାଏ l ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇ ଥାଆନ୍ତି ତେବେ ଆପଣଙ୍କ ମେଟାବୋଲିଯିମ ମଧ୍ୟ ପ୍ରଭାବିତ ହୋଇଥାଏ ଓ ଫ୍ୟାଟ ଡିପୋଜିଟ ହେବାକୁ ଲାଗିଥାଏ l ଯେଉଁ କାରଣରୁ ଓଜନ ବୃଦ୍ଧି ସମସ୍ୟା ଦେଖାଯାଇ ଥାଏ l

– ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ମସ୍ତିଷ୍କ ର କିଛି ନ୍ୟୁରୋ ଟ୍ରାନ୍ସମିଟର ଉପରେ ପ୍ରଭାବ ପଡିଥାଏ , ଓ ମଣିଷ ନିଜର ମାନସିକ ଭାରସାମ୍ୟ ପ୍ରଭାବିତ କରିଥାଏ l ଏହାଛଡା ମସ୍ତିଷ୍କ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଯାଇ ଥାଏ l

– ଓଭର ସ୍ଲିପିଂ କାରଣରୁ ହାର୍ଟ ସମ୍ବନ୍ଧିତ ସମସ୍ୟା ବଢ଼ିଯାଇ ଥାଏ l ଶରୀରରେ ବ୍ଲଡ଼ ଶେର୍କୁଲେସନ ଠିକ ଭାବରେ ହୋଇନଥାଏ l ଏହାଛଡା ଉଚ୍ଚ ରକ୍ତଚାପ ସମସ୍ୟା ଦେଖା ଦେଇଥାଏ l ଏହାଛଡା ପିଠି ଯନ୍ତ୍ରଣା ଦେଖାଦିଏ l ମଣିଷ ଉଭୟ ଶାରୀରିକ ଓ ମାନସିକ ଭାବରେ ଦୁର୍ବଳ ହୋଇଯାଏ l

Leave A Reply