୧୮ ତମ ଲୋକସଭା ନିର୍ବାଚନ ରେ ସବୁଠୁ କୋଟିପତି ସାଂସଦ କିଏ ଏବଂ ସବୁଠୁ କରଜ କରିଥିବା ସାଂସଦ କିଏ
ଦେଶର ୧୮ ତମ ଲୋକସଭା ନିର୍ବାଚନର ଭବିଷ୍ୟତ ନିର୍ଧାରଣ ହୋଇସାରିଛି l ୨୦୧୯ ରେ ଏକୁଟିଆ ନିଜ ଦମ ରେ ୩୦୩ ସିଟ ରେ ବିଜୟ ଲାଭ କରିଥିବା ବିଜେପି ୨୦୨୪ ରେ ୨୪୦ ସିଟ ରେ ସୀମିତ ରହିଯାଇଛି l କିନ୍ତୁ କେନ୍ଦ୍ର ରେ NDA ସରକାର କରିବ ଏହା ନିର୍ଧାରଣ ହୋଇ ସାରିଛି l କିନ୍ତୁ ଆପଣ କଣ ଜାଣିଛନ୍ତି ନୂଆ ସଂସଦ ରେ ସବୁଠୁ ଧନୀ ସାଂସଦ କିଏ ଏବଂ କିଏ ସବୁଠୁ ଋଣଗ୍ରସ୍ତ ସାଂସଦ ଅଟନ୍ତି , ଯାହାଙ୍କ ଆୟୁ ୨୫ ବର୍ଷ ?
ସର୍ବପ୍ରଥମେ ଜାଣିବା ୧୮ ତମ ଲୋକସଭା ନିର୍ବାଚନ ରେ ସବୁଠୁ ଧନୀ ସାଂସଦ କିଏ ?
ଏହି ତାଲିକାର ସବୁଠୁ ଉପରେ ରହିବେ ଆନ୍ଧ୍ର ପ୍ରଦେଶ ର ଗୁଣ୍ଠୁର ଲୋକସଭା ସିଟ ରେ ବିଜୟ ଲାଭ କରିଥିବା ଟିଡ଼ିପି ସାଂସଦ ଡକ୍ଟର ଚନ୍ଦ୍ରଶେଖର ପେମାସାନି , ତାଙ୍କର ସମୁଦାୟ ସମ୍ପତି ପାଖାପାଖି ୫୭୦୭ କୋଟି ଅଟେ l ଦ୍ଵିତୀୟ ସ୍ଥାନରେ ରହିଛନ୍ତି ବିଜେପି ର ଟିକେଟ ରେ ତେଲେଙ୍ଗାନା ର ଚେବେଲା ସିଟ ରୁ ବିଜୟ ଲାଭ କରିଥିବା କୋଣ୍ଡା ବିଶେଶ୍ୱର ରେଡି , ଯାହାଙ୍କ ସମୁଦାୟ ସମ୍ପତି ୪୫୬୮ କୋଟି l ତୃତୀୟ ସ୍ଥାନରେ ରହିଛନ୍ତି ବିଜେପି ସାଂସଦ ନବୀନ ଜିନ୍ଦଲ, ଯିଏ କି ହରିୟାଣା ର କୁରୁକ୍ଷେତ୍ର ସିଟ ରୁ ବିଜୟ ହାସଲ କରିଛନ୍ତି, ଯାହାଙ୍କ ସମ୍ପତି ୧୨୪୧ କୋଟି ଅଟେ l
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ବର୍ତମାନ ସବୁଠୁ ଧନୀ ସାଂସଦ ଅଧିକ ଋଣଗ୍ରସ୍ତ ମଧ୍ୟ ଅଟନ୍ତି , ସେ କେହି ଆଉ ନୁହନ୍ତି , ସେ ଆନ୍ଧ୍ରପ୍ରଦେଶ ର ଗୁନ୍ତୁର ସିଟ ରୁ ବିଜୟଲାଭ କରିଥିବା ଟିଡ଼ିପି ନେତା ଡକ୍ଟର ଚନ୍ଦ୍ରଶେଖର l ତାଙ୍କ ଉପରେ ପାଖାପାଖି ୧୦୩୮ କୋଟି ର ଋଣ ରହିଛି l
ବର୍ତମାନ ଜାଣିବା ସେହି ସାଂସଦ ଙ୍କୁ ଯିଏ ବର୍ଷ ସାରା ସବୁଠୁ ଅଧିକ ରୋଜଗାର କରନ୍ତି l ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବିଜେପି ସାଂସଦ ନବୀନ ଜିନ୍ଦଲ l ସେ ଏହା ନିଜ ଆଫିଡେଭିଟ ରେ ଦର୍ଶାଇ ଛନ୍ତି l ଯାହାଙ୍କର ପାଖାପାଖି ବର୍ଷକୁ ଆୟ ୭୪ କୋଟି l
ସବୁଠୁ କମ ଆୟୁ ର ସାଂସଦ –
ଦେଶର କେତେଜଣ ନୂଆ ସାଂସଦ ମଧ୍ୟ ରହିଛନ୍ତି , ଯାହାଙ୍କ ଆୟୁ ୨୫ ବର୍ଷ l ବିହାର ସମଷ୍ଟିପୁର ସିଟ ରୁ ୱେଲଜେପି ନେତା ଶାମ୍ଭଵୀ ପ୍ରଥମ ସ୍ଥାନରେ ରହିଛନ୍ତି, ୟୁପି ର କୌସମ୍ବି ସିଟ ରୁ ବିଜୟ ଲାଭ କରିଥିବା ପୁଷ୍ପେନ୍ଦ୍ର ସରୋଜ ଓ ମଛଲୀଶହର ସିଟ ରୁ ବିଜୟ ଲାଭ କରିଥିବା ସରୋଜ ପ୍ରିୟ ଏହି ତାଲିକାରେ ରହିଛନ୍ତି l ଉଭୟ ଦୁଇ ନେତା ସମାଜବାଦୀ ପାର୍ଟି ରୁ ସାଂସଦ ହୋଇଛନ୍ତି l
ସବୁଠୁ ବୟସ୍କ ସାଂସଦ କିଏ ? –
ତାମିଲନାଡୁ ର ଶ୍ରୀପେରନବୁନ୍ଦାର ସିଟ ରୁ ଡ଼ିଏମକେ ଟିକଟ ରେ ବିଜୟ ଲାଭ କରିଥିବା ଟି.ଆର ବାଲୁ ଙ୍କ ନାମରେ ଏହି ରେକର୍ଡ ରହିଛି l ତାଙ୍କ ବୟସ ୮୨ ବର୍ଷ l
