ଆଜିକାଲି ଆଲକୋହଲ ବେସ୍ଡ ମାଉଥ ୱାସ ପ୍ରାୟ ବଜାରରେ ଦେଖିବାକୁ ମିଳୁଛି, ଏବଂ ଏହାର ବ୍ୟବହାର ମଧ୍ୟ ଅଧିକ ରୁ ଅଧିକ ହେଉଛି l ମୁଖ ଗହ୍ୱର କୁ ଜ୍ୱର୍ମ ଫ୍ରି ରଖିବା ପାଇଁ ଓ ପାଟିକୁ ଠିକ ଭାବରେ ସଫା କରିବା ପାଇଁ ମାଉଥ ୱାସ ର ବ୍ୟବହାର କରାଯାଇ ଥାଏ l ଗୋଟିଏ ଅଧ୍ୟୟନ ଅନୁସାରେ ଆଲକୋହଲ ବେସ୍ଡ ମାଉଥ ୱାସ କ୍ୟାନ୍ସର ର କାରଣ ମଧ୍ୟ ହୋଇପାରେ l ଏହି ଅଧ୍ୟୟନ ରେ କୁହାଯାଇଛି ଯେ ଆଲକୋହଲ ବେସ୍ଡ ମାଉଥ ୱାସ ଓରାଲ ମାଇକ୍ରୋ ଵାୟମ ଅର୍ଥାତ ମୁଖ ଗହ୍ୱରର ବ୍ୟାକ୍ଟେରିଆ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଯେଉଁ କାରଣରୁ ପିରିୟଡୋଣ୍ଟଲ ଡିଜିଜ ଓ କ୍ୟାନ୍ସର ର ବିପଦ ଅଧିକ ବଢ଼ିଯାଇ ଥାଏ l ଓରାଲ ମାଇକ୍ରୋଵାୟମ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ଓ ମୁଖ ଗହ୍ୱର କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l
କଣ କହୁଛି ଗବେଷଣା –
ଜର୍ଣ୍ଣାଲ ଅଫ ମେଡିକାଲ ମାଇକ୍ରୋବାୟୋଲୋଜି ରେ ପ୍ରକାଶିତ ରିସର୍ଚ୍ଚ ରେ କୁହାଯାଇଛି ଯେ ଯେଉଁ ପୁରୁଷ ମାନେ ପରସ୍ପର ମଧ୍ୟରେ ଯୌନ ସମ୍ବନ୍ଧ ରଖି ଥାଆନ୍ତି, ଯୌନ ରୋଗ ରୁ ଦୁରେଇ ରହିବ ପାଇଁ ପ୍ରତିଦିନ ମାଉଥ ୱାସ ବ୍ୟବହାର କରି ଥାଆନ୍ତି l ବେଲଜିୟମ ର ଗୋଟିଏ ବିଶ୍ୱବିଦ୍ୟାଳୟ ର ସୂଚନା ଅନୁସାରେ ୩ମାସ ଧରି ଲଗାତାର ଭାବରେ ବ୍ୟବହାର କରିବା ଦ୍ୱାରା ଓରାଲ କ୍ୟାନ୍ସର ଅଧିକ ବୃଦ୍ଧି ପାଇଥାଏ l
-ଏପରି ସ୍ଥିତି ରେ ଉଚ୍ଚ ରକ୍ତଚାପ ସମସ୍ୟା ମଧ୍ୟ ଅଧିକ ରୁ ଅଧିକ ବୃଦ୍ଧି ହୋଇଥାଏ l ଏବଂ ଲୋକେ ପାଟିର ଦୁର୍ଗନ୍ଧକୁ ଦୂର କରିବା ପାଇଁ ବ୍ୟବହାର କରୁଥିବା କାରଣ ରୁ ମାଉଥ ୱାସ ର ବ୍ୟବହାର କରି ଥାଆନ୍ତି ଯାହାକି ଗଳାରେ କ୍ୟାନ୍ସର ସମସ୍ୟାର କାରଣ ଅଟେ l ଏପରି କି ଏହା ଶରୀରରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର କାରଣ ମଧ୍ୟ ଅଟେ l
