Odisha news

ଘରୋଇକରଣ ଓ ଶ୍ରମିକମାରଣ ନୀତି ବିରୁଦ୍ଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ପ୍ରତିବାଦ ଦିବସ ପାଳିତ

0

ଅନୁଗୁଳ- କରୋନା ମହାମାରୀ ମୁକାବିଲା ପାଇଁ ସାରାଦେଶରେ ଲକ୍ଡାଉନ୍ ଲାଗୁ ହୋଇଥିବାବେଳେ ଶିଳ୍ପ, ଖଣି, ଖାଦାନ ତଥା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କୋଟି କୋଟି ଶ୍ରମଜୀବୀ ମଣିଷ କାମଧନ୍ଦା ହରାଇ ବଞ୍ଚôରହିବା ପାଇଁ ହାହାକାର କରୁଛନ୍ତି । ଶ୍ରମଜୀବୀ ଜନସାଧାରଣଙ୍କ ଦୁଃଖଲାଘବ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାସ୍ତବ ପଦକ୍ଷେପ ନେବା ବଦଳରେ ଦେଶର ବୃହତ ପୁଞ୍ଜିପତି ଶିଳ୍ପପତିମାନଙ୍କ ସ୍ୱାର୍ଥରେ ପ୍ରଚଳିତ ଶ୍ରମ ଆଇନ୍ର ସଂଶୋଧନ, ବିଲୋପ ଏବଂ ଲାଭଦାୟକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ନିଷ୍ପତ୍ତିକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘରୋଇକରଣ ଏବଂ ଶ୍ରମିକମାରଣ ନୀତି ବିରୁଦ୍ଧରେ ଆଜି ସାରାଭାରତ ପ୍ରତିବାଦ ଦିବସ ପାଳିତ ହୋଇଛି ।

ଏହି ଉପଲକ୍ଷେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇ.ଏନ୍.ଟି.ୟୁ.ସି, ଏଚ୍.ଏମ୍.ଏସ୍, ସି.ଆଇ.ଟି.ୟୁ, ଏ.ଆଇ.ୟୁ.ଟି.ୟୁ.ସି, ଏ.ଆଇ.ସି.ସି.ଟି.ୟୁ ପକ୍ଷରୁ ନାଲକୋ ପ୍ରଶାସନିକ ଅଫିସ, ସିପିପି ପ୍ଲାଣ୍ଟ ଗେଟ୍ ସାମନା ଏବଂ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପରିଧାନ କରି ସରକାରଙ୍କର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଛି । ମାଲିକଶ୍ରେଣୀ ସ୍ୱାର୍ଥରେ ଦୈନିକ ଶ୍ରମ ନିର୍ଘଣ୍ଟ ୮ ଘଣ୍ଟାରୁ ୧୨ଘଣ୍ଟା ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବା, ଶ୍ରମ ଆଇନ୍ର ସଂଶୋଧନ ଓ ବିଲୋପ ବନ୍ଦ କରି ପ୍ରଚଳିତ ଶ୍ରମ ଆଇନ୍କୁ କଡାକଡି ଭାବେ ଲାଗୁକରିବା, ଲାଭଦାୟକ ନାଲକୋ, ଏନ୍.ଟି.ପି.ସି, ଏମ୍.ସି.ଏଲ୍ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରେନ ଓ ବସ୍ ଯୋଗେ ସୁରକ୍ଷିତ ଭାବେ ମାଗଣାରେ ଘରେ ପହଞ୍ଚାଇବା ସହିତ ୧୦ହଜାର ଟଙ୍କା ଆର୍ଥôକ ସହାୟତା ଯୋଗାଇଦେବା, ଲକ୍ଡାଉନ୍ ସମୟର ସମସ୍ତ ପ୍ରାପ୍ୟ ଓ ମଜୁରୀ ପ୍ରଦାନ କରିବା, ଛଟେଇ ବନ୍ଦ କରିବା, ମୃତ ଶ୍ରମିକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା, ଡି.ଏ. ଡି.ଆର୍ ଫିଜିଂ ବନ୍ଦ କରିବା, ମଧ୍ୟାହ୍ନ ଭୋଜନ ପାଚିକା, ବିଡି ଶ୍ରମିକ, ଅସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କୁ ୫ହଜାର ଟଙ୍କା ଆର୍ଥôକ ସହାୟତା ଦେବା, ବିଦୁ୍ୟତ୍ ସେବା, ସ୍ୱାସ୍ଥ୍ୟସେବା, ଜଳଯୋଗାଣ କ୍ଷେତ୍ରରେ କାର୍ଯ୍ୟରତ ଠିକା ଶ୍ରମିକ କର୍ମଚାରୀଙ୍କୁ ଛଟେଇ ବନ୍ଦ କରିବା, ଅଟୋ ଚାଳକ, କ୍ଷୁଦ୍ର ବ୍ୟବସାୟୀ, ବୁଲା ବିକାଳି, ପରିବହନ କର୍ମଚାରୀ ମାନଙ୍କୁ ଆର୍ଥôକ ସହାୟତା ଯୋଗାଇଦେବା, ଚାଷୀମାନଙ୍କୁ ସାର, ବୀହନ, କୀଟନାଶ ଔଷଧ, କୃଷି ଯନ୍ତ୍ରପାତି, ବିଦୁ୍ୟତ୍ ଓ ଡିଜେଲ ମାଗଣାରେ ଯୋଗାଇଦେବା ପ୍ରଭୃତି ଦାବି ସମ୍ବଳିତ ସ୍ମାରକପତ୍ରକୁ ଅନ୍ଲାଇନ୍ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରେରଣ କରାଯାଇଛି ।

ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ଓ ପ୍ଲାକାର୍ଡ ପ୍ରଦର୍ଶନରେ ଆଇ.ଏନ୍.ଟି.ୟୁ.ସି.ର ଶ୍ରମିକନେତା ପରେଶ ଜେନା, ନିର୍ମଳ ସାମଲ, ବିଭୂତି ଶତପଥୀ, ବିମ୍ବାଧର ସାମଲ, ବସନ୍ତ ନାୟକ, ବିଭବ ଜେନା, ମନୋଜ ସ୍ୱାଇଁ, ମୂରଲୀ ପଣ୍ଡା, ମଳୟ ସ୍ୱାଇଁ, ଶ୍ରବଣ ସ୍ୱାଇଁ, ସୁଜିତ ସେଠ, ଏଚ୍.ଏମ୍.ଏସ୍. ରାଜ୍ୟ ସମ୍ପାଦକ ତ୍ରିଲୋଚନ ପ୍ରଧାନ, ପବିତ୍ର ବିଶ୍ୱାଳ, ସି.ଆଇ.ଟି.ୟୁ. ଜିଲ୍ଲା ସାଧାରଣ ସମ୍ପାଦକ ଉପେନ୍ଦ୍ର ଶର୍ମା, ସୀତାରାମ ପ୍ରଧାନ, ପ୍ରକାଶ କୁମାର ତ୍ରିପାଠୀ, ନିର୍ମଳ କୁମାର ମହାନ୍ତି, ପ୍ରଶାନ୍ତ କୌଶିକ, ସୁଲଭ କୁମାର ସାହୁ, ଏ.ଆଇ.ୟୁ.ଟି.ୟୁ.ସି ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁ, ତୀର୍ଥବାସୀ ଭୋଇ, ନାରାୟଣ ସେଠୀ, କୈଳାସ ଭୋଇ, ଭାଦା ହାଂସଦା, ନୀଳାମ୍ବର ରଥ, ମୋହନ ଦେହୁରୀ, ଏ.ଆଇ.ସି.ସି.ଟି.ୟୁ.ର ବସନ୍ତ ପଟ୍ଟନାୟକ, ପ୍ରାପା ପ୍ରସାଦ ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ମାରଣନୀତି ପ୍ରତ୍ୟାହାର ନକଲେ ତୀବ୍ର ଶ୍ରମିକ ଆନେ୍ଦାଳନ ହେବ ବୋଲି ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ କଡା ଚେତାବନୀ ଦିଆଯାଇଛି ।

Nalco
Leave A Reply