Odisha news

ବୃଦ୍ଧାଙ୍କ ଠାରୁ ଟଙ୍କା ଲୁଟ ଉଦ୍ୟମ : ୨ ଲୁଟେରାଙ୍କୁ ପୁଲିସ ଜିମା ଦେଲେ ଗ୍ରାମବାସୀ

0

ରାସୋଳ: ହିନେ୍ଦାଳ ଉପଖଣ୍ଡ ରାସୋଳ ଥାନା କୁନୁଆଁ ଗ୍ରାମର ଜଣେ ବୃଦ୍ଧା ଙ୍କ ଠାରୁ ଟଙ୍କା ଲୁଟ ଉଦ୍ୟମ କରି ଦୁଇ ଲୁଟେରା ଗ୍ରାମବାସୀଙ୍କ ଦ୍ୱାରା ଧରା ପଡିବା ପରେ ପୁଲିସ ଜିମା ଦେଇଥିବାର ଜଣା ଯାଇଛି । ଖବରରୁ ଜଣାଯାଏ ଯେ, ବୁଧବାର ଦିନ କୁନୁଆଁ ଗ୍ରାମର ସ୍ୱାମୀ ସ୍ତ୍ରୀ ସନାତନ ମାଝୀ ଓ ତୁଳସୀ ମାଝୀ ଦିନ ପ୍ରାୟ ୧ଟା ବେଳେ ରାସୋଳ ୟୁକୋବ୍ୟାଙ୍କ ରେ ଥିବା ସନାତନଙ୍କ ସଚଂୟ ଖାତାରୁ ୫୦ ହଜାର ଟଙ୍କା ଉଠାଇଥିଲେ । ଟଙ୍କା ଏକ ବ୍ୟାଗ୍ ରେ ଧରି ଗ୍ରାମର ଜଣେ ଯୁବକ ସହ ବାଇକରେ ଆସି ଘର ସାମ୍ନାରେ ଓହ୍ଲାଇଥିଲେ ।

ଏମାନଙ୍କୁ ପିଛା କରୁଥିବା ଦୁଇ ଲୁଟେରା ସେଠାରେ ପହଚିଂ ମାଉସୀ ତୁମେ ଏବେ ବ୍ୟାଙ୍କରୁ ଉଠାଇଥିବା ଟଙ୍କ୍ା ସବୁ ନକଲି, ମୋତେ ଆଧାରକାର୍ଡ ଦିଅ ଆମେ ତୁମକୁ ଅସଲି ଟଙ୍କା ଦେବୁ କହିବାରୁ ସନାତନ ଆଧାର କାର୍ଡ ଆଣିବାକୁ ଘରକୁ ଯାଇଥିଲେ । ଏହାର ସୁଯୋଗ ନେଇ ସେମାନେ ତୁଳସୀ ହାତରେ ଥିବା ଟଙ୍କା ବ୍ୟାଗକୁ ଛଡାଇବାକୁ ଉଦ୍ୟମ କରିଥିଲେ ।

ତୁଳସୀ ଜଣେ ଲୁଟେରାକୁ କୁଣ୍ଢାଇ ଖୁବ ଜୋରରେ ପାଟି କରିବାରୁ ପାଖରେ ଥିବା ଲୋକ ମାନେ ଦୁଇ ଲୁଟେରାକୁ କାବୁ କରି ପୁଲିସ ଜିମା ଦେଇଥିଲେ । ପୁଲିସ ଦୁଇ ଲୁଟେରାକୁ ଥାନାକୁ ନେଇ ଆସିଥିବା ବେଳେ ସେମାନେ ବ୍ୟବହାର କରିଥିବା ବାଇକ ଓଡି୩୫ଡି-୬୮୪୨କୁ ଜବତ କରିଛି । ଲୁଟେରା ଦୁଇ ଜଣ ସମଲ ଥାନା କୁଲେଇ ଗ୍ରାମର ହେମନ୍ତ ବେହେରାଙ୍କ ପୁଅ ହରିଶ୍ ବେହେରା (୩୬) ଓରଫ ନାଣ୍ଡୁ ଓ ସେହି ଗ୍ରାମର ଚେରୁ ନାଏକଙ୍କ ପୁଅ ବାବାଜୀ ନାଏକ (୩୦) କୁ ଜଣାପଡିଥିବା ବେଳେ ରାସୋଳ ଥାନା କେଶ ନମ୍ବର ୭୧/୨୦ରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି । ହରିଶ୍ ନାଁରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବାର ପୁଲିସ ସୂତ୍ରରୁ ପ୍ରକାଶ ।

Leave A Reply