Odisha news

ନଟିପିସି ବାଇପାସ୍ ଛକରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ମିଳିତ ମଚଂ ପକ୍ଷରୁ ପ୍ରତୀକାତ୍ମକ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ

0

କଣିହାଁ: କେନ୍ଦ୍ରର ବିଜେପି ସରକାରଙ୍କ ଶ୍ରମିକ ମାରଣ ନୀତି ବୁରୁଦ୍ଧରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ମିଳିତ ମଚଂ ପକ୍ଷରୁ ସର୍ବଭାରତୀୟ ପ୍ରତୀକାତ୍ମକ ପ୍ରତିବାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏନଟିପିସି ବାଇପାସ୍ ଛକ ଠାରେ ଆଇଏନଟିୟୁସି, ଏଚ.ଏମ.ଏସ, ଏଆଇଇଟିୟୁସି ପକ୍ଷରୁ ସାମାଜିକ ଦୂରତା ରକ୍ଷା କରି ପ୍ରତିବାଦ ଆନେ୍ଦାଳନ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କରୋନା ଭୂତାଣୁ ଜନିତ ଦେଶବ୍ୟାପି ଲକ୍ ଡାଉନ୍ ଚାଲିଥିବା ଯୋଗୁଁ ଶ୍ରମଜୀବି ଓ ଜନସାଧାରଣ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରୁଥିବା ବେଳେ କେନ୍ଦ୍ର ସରକାର ଶ୍ରମିକ ବିରୋଧରେ ପଦକ୍ଷେପ ନେଉଛନ୍ତି ।

ଶ୍ରମିକ ମାନଙ୍କ କାର୍ଯ୍ୟ ଦିବସ ଦୈନିକ ୮ ଘଟାଂରୁ ୧୨ ଘଟାଂ ବୃଦ୍ଧି ନିଷ୍ପତି ପ୍ରତ୍ୟାହାର କରିବା, ରାଷ୍ଟ୍ରାୟାତ ଉଦ୍ୟୋଗରେ ଏଫଡିଆଇ ବୃଦ୍ଧି କରିବା ନିଷ୍ପତି ପ୍ରତ୍ୟାହାର କରିବା, ଲକ୍ ଡାଉନ୍ ସମୟରେ ସମସ୍ତ ଶ୍ରମିକଙ୍କୁ ମଜୁରୀ ପ୍ରଦାନ କରିବା, ପ୍ରବାସୀ ଶ୍ରମିକ ପରିବାରଙ୍କୁ ଜଣ ପ୍ରତି ୧୦ ହଜାର ଟଙ୍କା ପ୍ରଦାନ କରିବା, ମୃତ ଶ୍ରମିକଙ୍କ ପରିବାରଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ମହଙ୍ଗା ଭତା ପ୍ରଦାନ, ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ଆଣିବା ପାଇଁ ସବୁ ପ୍ରକାର ସହାୟତା ପ୍ରଦାନ କରିବା, ଏନଟିପିସି, ନାଲକୋ, କୋଇଲା କ୍ଷେତ୍ର ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟାତ ଉଦ୍ୟୋଗର ଘରୋଇକରଣ ନିଷ୍ପତି ପ୍ରତ୍ୟାହାର କରିବା ସମେତ ବିଭିନ୍ନ ଦାବୀ ନେଇ ଆନେ୍ଦାଳନ କରାଯାଇଥିଲା ।

ପରେ ଶ୍ରମିକ ସଙ୍ଗଠନ ପକ୍ଷରୁ ସମସ୍ତ ଦାବୀକୁ ନେଇ ଏକ ଦାବୀପତ୍ର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି । ଏହି ପ୍ରତିବାଦ ଆନେ୍ଦାଳନରେ ଏନଟିପିସି ଏମ୍ପ୍ଲଇଜ ୟୁନିୟନର କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ପ୍ରଧାନ, ସାଧାରଣ ସମ୍ପାଦକ ସତ୍ୟାନନ୍ଦ ସାହୁ, ଅଫିସ ସମ୍ପାଦକ ନିର୍ମଳ ପ୍ରଧାନ, କାର୍ଯ୍ୟକାରୀ ସଦସ୍ୟ ପ୍ରବାସୀ ସାହୁ, ଏଚଏମଏସର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ପାଣି,ୟୁନାଇଟେଡ ଏମ୍ପ୍ଲଇଜ ୟୁନିୟନର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ସାହୁ, ସହ ସମ୍ପାଦକ ରାଜେଶ ପାଣି, ଏଆଇୟୁଟିୟୁସିର ସଭାପତି ଜୟସେନ ମେହେର, ସାଧାରଣ ସମ୍ପାଦକ ପ୍ରହ୍ଲାଦ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଟୁନା ନାଏକ ପ୍ରମୁଖ ସାମିଲ ଥିଲେ ।

Leave A Reply