Odisha news

ଅବକାରୀ ଚଡାଉ : ମଦ ମାଫିଆଙ୍କ ଛତ୍ରଭଙ୍ଗ , ବ୍ୟାପକ ମଦ ରନ୍ଧା ସାମଗ୍ରୀ ଜବତ

0

ବେତନଟୀ : ଆଜି ଉଦଳା ଅବକାରୀ ସର୍କଲ ଇନସପେକ୍ଟର ଅଭିରାମ ବେହେରାଙ୍କ ନିଦେ୍ର୍ଦଶକ୍ରମେ ବେତନଟୀ ଅବକାରୀ କର୍ମଚାରୀ ମାନେ ବଡସାହି ଥାନା ଅଧୀନ ରଙ୍ଗାଡିହା ନାଳ ନିକଟରେ ଦେଶୀ ମଦ ରନ୍ଧା ଯାଉ ଥିବାର ଖବର ପାଇ ଚଢ଼ାଉ କରି ଥିଲେ । ଏହି ଚଢ଼ାଉ ବେଳେ ମଦ ରାନ୍ଧୁ ଥିବା ଅଭିଯୁକ୍ତ ଘଟଣା ସ୍ଥଳରୁ ଖସି ପଳାଇ ଯାଇ ଥିବାର ଜଣା ପଡିଛି । ଅବକାରୀ କର୍ମଚାରୀ ମାନେ ବିପୁଳ ମାତ୍ରାରେ ମଦ ରନ୍ଧା ସାମଗ୍ରୀ ଜବତ କରି ବେତନଟୀକୁ ଆଣି ଥିଲେ । ଏହି ଘଟଣାକୁ ନେଇ ବେତନଟୀ ଅବକାରୀ ଥାନାରେ ଏକ ମାମଲା ରୁଜୁ ହୋଇ ଥିବାର ଜଣା ପଡିଛି ।

Leave A Reply