Odisha news

ମହିଳା ମାନେ ବ୍ୟବହାର କରୁଥିବା ଲିପଷ୍ଟିକ୍ : ଶରୀର ପାଇଁ କେତେ କ୍ଷତିକାରକ ଆସନ୍ତୁ ଜାଣିବା

ନାରୀ ଓ ଶୃଙ୍ଗାର ର ସମ୍ପର୍କ ଅତି ନିବିଡ ଅଟେ l ସବୁ ନାରୀ ଅଳ୍ପ ବହୁତେ ସଜେଇ ହେବାକୁ ପସନ୍ଦ କରି ଥାଆନ୍ତି l ସବୁ ଶୃଙ୍ଗାର ମଧ୍ୟରେ ଅନେକ ମହିଳାଙ୍କର ଲିପଷ୍ଟିକ ପ୍ରତି ଗୋଟିଏ ବିଶେଷ ଦୁର୍ବଳତା ରହିଛି l  ଲିପଷ୍ଟିକ ନାରୀର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ l ମହିଳା ମାନେ ନିଜ ପୋଷାକକୁ ନେଇ ଲିପଷ୍ଟିକ ଲଗାଇ ଥାଆନ୍ତି l ଅଧିକାଂଶ ମହିଳା ମାନଙ୍କର  ଲିପଷ୍ଟିକ  କଲେକ୍ସନ କରିବା ଗୋଟିଏ ସଉକ ରହିଥାଏ l ଯେ କୌଣସି ପ୍ରସାଧନ ସାମଗ୍ରୀ ଶରୀର ପାଇଁ କ୍ଷତିକାରକ ହୋଇଥାଏ , ସେଥି ମଧ୍ୟରୁ  ଲିପଷ୍ଟିକ ସବୁଠୁ କ୍ଷତିକାରକ ଅଟେ l କାରଣ ଆମେ ଏହାକୁ ଲଗାଇବା ପରେ ଖାଇବା ପିଇବା ସବୁକିଛି କରିଥାଉ l

ଏଥିରେ କେମିକାଲ ସିଧାସଳଖ ଆମର ଡ଼ାଈଜେଷ୍ଟିଭ ସିଷ୍ଟମକୁ ଯାଇଥାଏ l ଆଜି ଆସନ୍ତୁ  ଲିପଷ୍ଟିକ ଆମ ଶରୀର ପାଇଁ କେତେ କ୍ଷତିକାରକ –

*  ଲିପଷ୍ଟିକ କିଣିବା ବେଳେ ଏହିସବୁ କଥାକୁ ଧ୍ୟାନ ରଖିବା ଉଚିତ –

ଲିପଷ୍ଟିକ ରହିଥିବା କେମିକାଲ ଗୁଡିକ ଶରୀର ପାଇଁ କ୍ଷତିକାରକ ଅଟେ l ଏଥିରେ ମାଙ୍ଗାନିଜ , କେଡ଼ମିୟମ , ଏଲ୍ୟୁନମିନିୟମ ଏକା ସହିତ ଏକାଠି ହୋଇ ଥାଆନ୍ତି l ତେଣୁ ଯେଉଁ ପ୍ରଡକ୍ଟ ରେ ଏହିସବୁ କେମିକାଲ ରହିଛି ତାହାକୁ କିଣିବା ଉଚିତ ନୁହେଁ l

–  ଲିପଷ୍ଟିକ ରେ ଲେଡ ଅଧିକ ମାତ୍ରାରେ ରହିଥାଏ , ଯେଉଁ କାରଣରୁ ହାଇପରଟେନ୍ସନ ଓ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ l ଏଥିରେ ଅନେକ ମାତ୍ରାରେ ପରିଜର୍ଭେଟିଭ ରହିଥିବା କାରଣରୁ ଶରୀର ପାଇଁ କ୍ଷତିକାରକ l

–  ଲିପଷ୍ଟିକ ରେ ପେରାବୀନ ନାମକ ପରିଜର୍ଭେଟିବ ରହିଥିବା କାରଣରୁ କ୍ୟାନ୍ସର ଭଳି ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ l ଖାସ କରି ସ୍ତନ କର୍କଟ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ l

– ଗର୍ଭବତୀ ନାରୀ ମାନେ କେମିକାଲ ଯୁକ୍ତ ଲିପଷ୍ଟିକ ଠାରୁ ଦୁରେଇ ରହିବା ଆବଶ୍ୟକ l କାରଣ ଏହାଦ୍ୱାରା ଏଲର୍ଜୀ ହେବାର ସମ୍ଭାବନା ରହିଥାଏ l ତେଣୁ ହର୍ବାଲ  ଲିପଷ୍ଟିକ ଲଗାଇବା ଆବଶ୍ୟକ l

– ଯେତେବେଳେ  ଲିପଷ୍ଟିକ ଲଗାଉଛନ୍ତି ତା ପୂର୍ବରୁ ପେଟ୍ରୋଲିୟମ ଜେଲି ଲଗାଇବା ଉଚିତ l ଏହାଦ୍ୱାରା ସାଇଡ ଇଫେକ୍ଟ କମ ହେବ l  ଲିପଷ୍ଟିକ କିଣିବା ପୂର୍ବରୁ ହର୍ମଫୁଲ କେମିକାଲ ବିଷୟରେ ଜାଣି ରଖିବା ଆବଶ୍ୟକ l

– ସବୁବେଳେ ଗାଢ଼ ରଙ୍ଗର  ଲିପଷ୍ଟିକ ଲଗାଇବାରୁ ଦୁରେଇ ରହିବା ଆବଶ୍ୟକ l କାରଣ ହେବି ମେଟାଲ ଗାଢ଼ ରଙ୍ଗର  ଲିପଷ୍ଟିକ ରେ ଅଧିକ ରହିଥାଏ l

Comments are closed.