ନିଜ ଭାବି ଜୀବନ ସାଥୀଙ୍କ ଭିତରେ ରହିଛିକି ଏହି ଅଭ୍ୟାସ : ତେବେ ତରବରିଆ ଭାବରେ ନିଅନ୍ତୁ ନାହିଁ ବିବାହ ନିଷ୍ପତି , କଣ କହୁଛନ୍ତି ମନସ୍ତତ୍ବବିତ
ଆଜିକାଲି ପ୍ରାୟ ସମସ୍ତେ ଦୀର୍ଘ ସମୟ ଧରି ସମ୍ପର୍କ ରେ ରହିବା ପରେ ବିବାହ କରିବାର ନିଷ୍ପତି ନେଉଛନ୍ତି l କିନ୍ତୁ ଉଭୟ ଉଭୟଙ୍କୁ ଜାଣିବା ପରେ ଏହି ବିବାହ ଦୀର୍ଘସ୍ଥାୟୀ ହୋଇ ରହୁନାହିଁ l କିଛି ମନସ୍ତତ୍ବବିତ ଏହି କଥାକୁ ନେଇ ବିଭିନ ବିସ୍ଲେସଣ କରିଛନ୍ତି , ଯାହାକୁ ଆଧାରକରି କିଛିଟା ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦିଆଯାଇଛି l ଯାହାକୁ ଜାଣିବା ଆବଶ୍ୟକ l
* ବିବାହକୁ ନେଇ ଦ୍ବନ୍ଦରେ ରହିବା – ପ୍ରେମ , ବୁଲିବା , ରାତ୍ରି ଭୋଜନରେ ଯିବା , ଲଙ୍ଗ ଡ୍ରାଇଭ ରେ ବୁଲିଯିବା ,ଏହି ସବୁକୁ ନେଇ ଆପଣଙ୍କ ପାର୍ଟନର ସମ୍ପୂର୍ଣ ଠିକ ଥାଆନ୍ତି l କିନ୍ତୁ ବିନା କୌଣସି କାରଣରେ ବିବାହ କୁ ଦ୍ବନ୍ଦରେ ରୁହନ୍ତି ତେବେ ଆପଣ କୌଣସି ନିଷ୍ପତି ନେବା ପୂର୍ବରୁ ଠିକ ଭାବରେ ଚିନ୍ତା କରିବା ଆବଶ୍ୟକ l
* ବାରମ୍ବାର ସବୁ କାର୍ଯ୍ୟ ରେ ବାରଣ କରିବା – ଆପଣଙ୍କ ଭଲ ପାଇଁ କୌଣସି କଥାରେ ଅଟକାଇବା ଠିକ କଥା ଅଟେ l ଯଦି ବାରମ୍ବାର ବିନା କାରଣରେ କୌଣସି କାର୍ଯ୍ୟକୁ ନେଇ ବାରଣ କରୁଛନ୍ତି ତେବେ ତାଙ୍କୁ ଆପଣ ବୁଝାଇବା ଆବଶ୍ୟକ ଓ ତାଙ୍କ ବାରଣ ର କାରଣ ନିହାତି ଜାଣିବା ଆବଶ୍ୟକ l
* ଉଭୟଙ୍କର ଅଲଗା ଅଲଗା ଭାବନା ହୋଇଥିଲେ – ସବୁ ମଣିଷ ସମାନ ନୁହନ୍ତି l ସମସ୍ତଙ୍କ ଭାବନା ମଧ୍ୟ ଏକାପରି ନୁହେଁ l ତେଣୁ ନିଜ ଜୀବନ ସାଥୀର ମନର ଧାରଣାକୁ ବେଳେ ଜାଣିବା ନିହାତି ଆବଶ୍ୟକ l କାରଣ ଉଭୟଙ୍କ ମନର ଧାରଣାରେ ଜୀବନ ଆଗକୁ ବଢିବ l
* ଅନ୍ୟ ମଣିଷ ଆଡକୁ ଆକର୍ଷିତ ହେବା – ଆପଣଙ୍କ ଭାବି ଜୀବନ ସାଥି ଯଦି ଆପଣଙ୍କ ସହିତ ରହି ଅନ୍ୟ ପୁରୁଷ କିମ୍ବା ମହିଳା ପ୍ରତି ଖରାପ ଧାରଣା ରଖୁଛି ତେବେ ସେଥିପ୍ରତି ସଜାଗ ହେବା ଆବଶ୍ୟକ l ଆପଣ ତୁରନ୍ତ ଏହି ବିଷୟରେ ନିଜ ଜୀବନ ସାଥୀକୁ ପଚାରି ତା ଠାରୁ ଦୂରେଇବା ଆବଶ୍ୟକ l ଏପରି ସ୍ଥଳେ ଉଭୟ ଠିକ ଭାବରେ ଜୀବନରେ ଆଗକୁ ବଢି ପାରିବେ ନାହିଁ l
Comments are closed.