ଅସ୍ତରଙ୍ଗ ,ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧିନ ଛୁରିଆନା ଗ୍ରା ପ ଅଧିନସ୍ଥ ଗୁଣ୍ଡଳବା ଗ୍ରାମରେ ଘଟିଛି ଏକ ଅଘଟଣ ଉକ୍ତ ଗ୍ରାମର ଜଣେ ଯୁବକ ନିକଟସ୍ଥ ସମୁଦ୍ର କୁ ଶୁକ୍ରବାର ଦିନ ସକାଳେ ଶୌଚ ହେବାପାଇଁ ଯାଇଥିବା ବେଳେ ପାଣିରେ ଭାସିଯାଇ ମୂର୍ତ୍ୟୁ ବରଣ କରିଥିବା ଜଣାପଡିଛି।ଘଟଣା ରୁ ପ୍ରକାଶ ଯେ ଉକ୍ତ ଯୁବକ ଗୁଣ୍ଡଳବା ଗ୍ରାମର ହର୍ଷ ସ୍ବାଇଁ ଙ୍କ ପୁତ୍ର , ଦୁର୍ଗା ପ୍ରସାଦ ସ୍ବାଇଁ ।ଶ୍ରୀ ସ୍ୱାଇଁ ଭୋରୁ ଭୋରୁ ତାଙ୍କ ଗ୍ରାମ ସଂଲଗ୍ନ ସମୁଦ୍ର କୁ ଶୌଚ ହେବା ପାଇଁ ଯାଇଥିଲେ ।ଶୌଚ ହେବା ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ଏକ ବଡ ଲହଡି ମାଡି ଆସିଥିଲା ଯାହା ଫଳରେ କି ସମୁଦ୍ର ର ସ୍ରୋତ ଏତେ ପ୍ରଖର ଥିଲା ଯେ ଦୁର୍ଗା ଙ୍କୁ ଭସାଇ ନେଇଯାଇଥିଲା ।କିଛି ବାଟ ସମୁଦ୍ର ସ୍ରୋତରେ ଭାସିଯିବା ପରେ ପୁନର୍ବାର ଲହଡି କୂଳରେ ଲାଗିଥିଲେ ସେହି ସମୟରେ ସେହି ଗ୍ରାମର ପ୍ରଫୁଲ୍ଲ କୁମାର ବିଶ୍ବାଳ ସମୁଦ୍ର କୂଳକୁ ଯାଇଥିବା ବେଳେ ଦେଖିଲେ ଯେ ଜଣେ ଯୁବକ ଅହତ ଅବସ୍ଥାରେ କୂଳରେ ଲାଗିଅଛି ।ସେ ସଙ୍ଗେ ସଙ୍ଗେ ତାଙ୍କ ଗ୍ରାମ ବାସୀଙ୍କୁ ଜଣାଇବା ପରେ ଗ୍ରାମ ବାସୀ ମାନେ ସେଠାରେ ପଂହଁଚି ତାଙ୍କ ଗ୍ରାମର ଦୁର୍ଗା ପ୍ରସାଦ ସ୍ୱାଇଁ ବୋଲି ଚିହ୍ନଟ କଲେ କାଳବିଳମ୍ବ ନକରି ଗ୍ରାମର କେତେକ ଯୁବକ ତାଙ୍କୁ ଅସ୍ତରଙ୍ଗ ଡାକ୍ତର ଖାନା କୁ ଆଣିଥିଲେ ଡାକ୍ତର ଖାନାରେ ପଂହଁଚିବା ପରେ ଡାକ୍ତର ତାଙ୍କୁ ଚିକିତ୍ସା କରି ପରେ ମୂର୍ତ ଘୋଷଣା କରିଥିଲେ । ଅସ୍ତରଙ୍ଗ ପୋଲିସ ଡାକ୍ତର ଖାନାରେ ପଂହଁଚି ଶବକୁ ଜବତ କରିବା ସହ ସବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା ବେଳେ ୫/୨୧ରେ ଏକ ଅପମୁର୍ତ୍ତୃ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲୁଅଛି ବୋଲି ଅସ୍ତରଙ୍ଗ ଥାନା ଅଧିକାରୀ ଶ୍ରୀଯୁକ୍ତ ବାମଦେବ ନନ୍ଦ ପ୍ରକାଶ କରିଛନ୍ତି ।
Comments are closed.