Odisha news

ବ୍ରେନ ଫୁଡ : ଛୋଟ ବେଳରୁ ଏହିସବୁ ଜିନିଷକୁ ଖାଇବା ଦ୍ୱାରା ଶିଶୁ ମାନେ ହୋଇ ଥାଆନ୍ତି ବୁଦ୍ଧିମାନ

ସବୁ ପିତାମାତା ଚାହିଁ ଥାଆନ୍ତି ତାଙ୍କ ସନ୍ତାନ ବୁଦ୍ଧିମାନ ହେଉ l କାରଣ ଆଜିକାଲି ସବୁ ସ୍ଥାନରେ କେବଳ ପ୍ରତିଯୋଗିତା ରହିଛି l ତେଣୁ ଯୁଗକୁ ଦେଖି ସବୁ ପିତାମାତାଙ୍କର ମନର ଇଛା ରହିଥାଏ ଯେ ତାଙ୍କ ଶିଶୁ ବୁଦ୍ଧିମାନ ହେଉ l ନିଜ ପିଲାକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ନିହାତି ଆବଶ୍ୟକ l ସେଥିପାଇଁ ଉପଯୁକ୍ତ ପୋଷଣ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି l ଶିଶୁ ବିଶେଷଜ୍ଞ ମାନଙ୍କ ମତରେ ନିଜ ଶିଶୁକୁ ମାନସିକ ସ୍ତରରେ ବୁଦ୍ଧିମାନ ରଖିବା ପାଇଁ ସେମାନଙ୍କୁ ଏପରି ଖାଦ୍ୟ ଦେବା ଆବଶ୍ୟକ ଯାହା ତାଙ୍କ ମସ୍ତିସ୍କ କୁ ଦୃତ କରିବ ଓ ସତେଜ ରଖିବ l

ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ କଣ –
* ମାଛ – ଛୋଟ ପିଲାମାନଙ୍କ ମସ୍ତିସ୍କ ପାଇଁ ମାଛ ଖାଇବା ଆବଶ୍ୟକ l ଯେଉଁ ମାଛରେ ଓ଼ମେଗା 3 ଫ୍ୟାଟି ଏସିଡ ରହିଛି ସେହି ମାଛକୁ ଖାଇବା ଦ୍ୱାରା ଶିଶୁ ମାନଙ୍କର ମସ୍ତିଷ୍କର କାର୍ଯ୍ୟ ଦକ୍ଷତା ଓ ବିକଶିତ ହେବା ବୃଦ୍ଧି ପାଇଥାଏ l

* ଅଣ୍ଡା – ଅଣ୍ଡା ମଧ୍ୟ ଛୋଟ ଛୁଆ ମାନଙ୍କ ପାଇଁ ଖୁବ ହିତକର l ଅଣ୍ଡାରେ ଅମେଗା 3 ଫ୍ୟାଟି ଏସିଡ , ଲ୍ୟୁଟିନ , କୋଲିନ ଓ ଜିଙ୍କ ରହିଥାଏ l ଏହି ସମସ୍ତ ପୋଷାକ ତତ୍ୱ ଶିଶୁ ମାନଙ୍କର ଧ୍ୟାନ ବଢ଼ିଥାଏ l ସ୍ମରଣ ଶକ୍ତି ମଧ୍ୟ ବଢିଥାଏ l

* ଦହି – ଛୋଟ ପିଲା ମାନଙ୍କର ବ୍ରେନ ଡେଭେଲପମେଣ୍ଟ ପାଇଁ ଦୁଗ୍ଧ ଠାରୁ ଅଧିକ ଦହି ର ଯୋଗଦାନ ରହିଛି l ଯଦି ଶିଶୁକୁ ନିୟମିତ ଭାବରେ ଦହି ଦିଆଯାଏ ମସ୍ତିଷ୍କର ଟିସୁ ଗୁଡିକର ଗଠନ କାର୍ଯ୍ୟ ପ୍ରଣାଳୀ ସଠିକ ଭାବରେ ହୋଇଥାଏ l

* ପନିପରିବା – ଉନତ ମସ୍ତିସ୍କ ପାଇଁ ପନିପରିବା ଖାଇବା ନିହାତି ଆବଶ୍ୟକ l ମସ୍ତିସ୍କ ର କାର୍ଯ୍ୟ କ୍ଷମତାକୁ ବଢାଇବା ପାଇଁ ପାଳଙ୍ଗ ,କଞ୍ଚା କଦଳୀ , ବ୍ରକୋଲି ଓ ବିଭିନ୍ନ ପ୍ରକାରର ଶାଗ ଯୁକ୍ତ ଖାଦ୍ୟ ନିହାତି ଆବଶ୍ୟକ l ଅନ୍ୟ ଆଣ୍ଟିଆକ୍ସିଡେଣ୍ଟ ଯୁକ୍ତ ଫଳ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ହିତକର l ଶିଶୁଙ୍କର ମସ୍ତିଷ୍କର ବିକାଶ ପାଇଁ ଘରୋଇ ଓ ପ୍ରାକୃତିକ ଖାଦ୍ୟ ଖୁବ ଉପଯୋଗୀ l

Comments are closed.