ନୂଆଦିଲ୍ଲୀ : ଆଜିକାଲି ଭଡାରେ ଅନେକ ଜିନିଷ ମିଳୁଛି l କିନ୍ତୁ ନ୍ୟୁ ୟର୍କ ର ଜଣେ ମହିଳା ନିଜ ଶାଶୁଙ୍କ ପାଇଁ ଏଭଳି ଗୋଟିଏ ଅଦ୍ଭୁତ ବିଜ୍ଞାପନ ଦେଇଛନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି l ଏହାକୁ ମଧ୍ୟ ସୋସିଆଲ ମିଡିଆରେ ଖୁବ ଆଲୋଚନା କରାଯାଉଛି l ଏଥିରେ ମହିଳା ଜଣଙ୍କ ଦାବି କରିଛନ୍ତି ତାଙ୍କୁ ତାଙ୍କ ଶାଶୁଙ୍କ ପାଇଁ ବଏ ଫ୍ରେଣ୍ଡ ଆବଶ୍ୟକ l ଦୁଇଦିନ ପାଇଁ ତାଙ୍କ ଶାଶୁଙ୍କ ସହିତ ରହିବା ବ୍ୟକ୍ତିଙ୍କୁ ୭୨ ହଜାର ଟଙ୍କା ଦିଆଯିବ l ତାଙ୍କ ଶାଶୂଙ୍କର ବୟସ ୫୧ ବର୍ଷ l ତାଙ୍କ ଶାଶୁଙ୍କ ପୁରୁଷ ବନ୍ଧୁ ଯେପରି ତାଙ୍କ ସହିତ ବିବାହ ଓ ଭୋଜି ରେ ସାମିଲ ହୋଇ ପାରିବେ l
ଘଟଣାଟି ଏହିପରି ଉକ୍ତ ମହିଳାଙ୍କୁ ଗୋଟିଏ ବିବାହ ସମାରୋହ ରେ ସାମିଲ ହେବାର ଅଛି l ଯେଉଁଥିରେ ସେ ନିଜ ଶାଶୁଙ୍କୁ ମଧ୍ୟ ନେଇକି ଯିବାକୁ ଚାହୁଁଛନ୍ତି l ମହିଳା ଜଣଙ୍କ ଇଛା ରଖିଛନ୍ତି ଯେ ଏହି ବିବାହ ଉତ୍ସବରେ ତାଙ୍କ ଶାଶୁ ମଧ୍ୟ ସୁନ୍ଦର ପୋଷାକ ପିନ୍ଧି ଗୋଟିଏ ଦମ୍ପତି ଭଳି ନଜର ଆସନ୍ତୁ l ସେ ଇଛା ପି[ରକ୍ଷ କରିଛନ୍ତି ଯେ ତାଙ୍କ ଶାଶୁଙ୍କ ପୁରୁଷ ବନ୍ଧୁ ଦୁଇ ଦିନ ପର୍ଯ୍ୟନ୍ତ ଗୋଟିଏ ସ୍ୱାମୀ ଭଳି ତାଙ୍କ ଶାଶୁଙ୍କ ଦେଖା ଚାହାଁ କରନ୍ତୁ l ଏହି ବିଜ୍ଞାପନ ରେ ଆହୁରି ମଧ୍ୟ ଲେଖା ଯାଇଛି ଯେ ପୁରୁଷ ବନ୍ଧୁଙ୍କ ବୟସ ୪୦ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ l
ଏହି ବୋହୁଙ୍କ ସହିତ ତାଙ୍କ ବିଜ୍ଞାପନ ର ଖୁବ ଚର୍ଚା ହେଉଛି l ଯାହାକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଯାଉଛି l
Comments are closed.