ଅନୁଗୁଳ: କରୋନା ମୁକାବିଲା ପାଇଁ ଅନୁଗୁଳ ସହରର ଗରିବ ଶ୍ରେଣୀର ଲୋକ ମାନଙ୍କୁ ଲାୟନ୍ସ କ୍ଲବ ଅନୁଗୁଳ ଫର୍ଚ୍ୟୁନ ପକ୍ଷରୁ ୫୦୦ ମାସ୍କ ବଟଂନ କରାଯାଇଛି । ଲାୟନ୍ସ କ୍ଲବ ଅନୁଗୁଳ ଫର୍ଚ୍ୟୁୁନ ସଭାପତି ଶୁଭ୍ରାଲକ୍ଷ୍ମୀ ଦାସଙ୍କ ନେତୃତ୍ୱରେ ମାସ୍କ ବଟଂନ ସହ ଲୋକ ମାନଙ୍କୁ ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ସମ୍ପର୍କରେ ସଚେତନ କରାଯାଇଥିଲା ।
ଆଗାମୀ ଦିନରେ ଏହିପରି କାର୍ଯ୍ୟ ଜାରି ରହିବ ବୋଲି ସଭାପତି ଶୁଭ୍ରାଲକ୍ଷ୍ମୀ ଦାସ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କଚ ମଧ୍ୟରେ କ୍ଲବର ସଦସ୍ୟ ଅରୁଣା ମିଶ୍ର, ଆଲୋକ ମିଶ୍ର, ରାଜେଶ ଗୋୟେଲ, ସୁବୋଧ ମହାପାତ୍ର ଓ ବିନୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।