Odisha news

ଅନୁଗୁଳ ସହରର ବହୁ ଚର୍ଚିତ ମଦ ମାଫିଆ ବିକ୍ରମ ସାହୁଙ୍କ ବେଲ ପିଟିସନ ଖାରଜ

0

ଅନୁଗୁଳ-କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶରେ ଲକ୍ ଡାଉନ୍ ଚାଲିଛି । ଏହି ଲକ୍ ଡାଉନ୍ ସମୟରେ ସରକାର ସମସ୍ତ ମଦ ଦୋକାନ ଓ ଦେଶୀ ମଦ ଭାଟିକୁ ସିଲ କରିବା ସହ ମାଦକ ଦ୍ରବ୍ୟ ବିକ୍ରି ଉପରେ କଡାକଡି ଭାବେ ରୋକ ଲଗାଇଛନ୍ତି । କିନ୍ତୁ ଅନୁଗୁଳ ସହରର ବହୁ ଚର୍ଚିତ ମଦ ମାଫିଆ ବିକ୍ରମ ସାହୁ ସରକାରୀ ନିଦେ୍ର୍ଦଶକୁ ବେଖାତିର କରି ବେଆଇନ ଭାବେ ନିଜ ଦେଶୀ ମଦ ଭାଟିରେ ମଦ ତିଆରି କରି ବିକ୍ରି କରୁଥିବା ଅଭିଯୋଗରେ ଗତ ଏପ୍ରିଲ ୨୪ ତାରିଖ ଠାରୁ ଗିରଫ ହୋଇ ଜେଲ ହାଜତରେ ଥିବା ବେଳେ ମଙ୍ଗଳବାର ଦିନ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ମଦ ମାଫିଆ ବିକ୍ରମ ସାହୁଙ୍କର ବେଲ ପିଟିସନକୁ ଖାରଜ କରିଦେଇଥିବା ଘଟଣା ସମଗ୍ର ଅନୁଗୁଳ ଜିଲ୍ଲାରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ, ସଂମ୍ପ୍ରତି ଦେଶ ତଥା ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସମଗ୍ର ଦେଶ, ରାଜ୍ୟ ତଥା ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।

ଏହି ଲକ୍ ଡାଉନ୍ ସମୟରେ ସମସ୍ତ ଜନସାଧାରଣ ନିଜ ଘରେ ରହିବା,ଦୋକାନ ବଜାର ବନ୍ଦ ସହ ମଦ ଦୋକାନ ଓ ମଦଭାଟିକୁ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଦେ୍ର୍ଦଶ ଜାରି କରାଯାଇଛି । ଏହି ଲକ୍ ଡାଉନ୍ ସମୟରେ ବେଆଇନ ଭାବେ ଚୋରାରେ ଚଢ଼ା ଦରରେ ମଦ ବିକ୍ରି କରିବା ପାଇଁ ଅନୁଗୁଳ ସହରର କୁଖ୍ୟାତ ମଦ ବ୍ୟବସାୟୀ ବିକ୍ରମ ସାହୁ ଙ୍କ କରଡାଗାଡିଆରେ ଥିବା ନିଜର ଦେଶୀ ମଦ ଭାଟିରେ ମଦ ପ୍ରସ୍ତୁତ କରାଯାଉଥିଲା ।

୨୪ ତାରିଖ ଭୋର ସମୟରେ ଏହି ବେଆଇନ ତଥା ଚୋରା କାରବାରର କୋ÷ଣସି ସୂତ୍ରରୁ ଖବର ପାଇ ଆଇ.ଜି ନରସିଂହ ଭୋଳ ଓ ଏସ.ପି ଜଗମୋହନ ମିନାଙ୍କ ନିଦେ୍ର୍ଦଶକ୍ରମେ ଅନୁଗୁଳ ଏସଡିପିଓ ଅଶ୍ୱିନୀ କୁମାର ସାହୁ, ଆଇ ଆଇ ସି ରମେଶ ବିଶୋଇ ପ୍ରମୁଖ ସଦଳବଳେ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ କରଡାଗାଡିଆସ୍ଥିତ ମଦ ଭାଟିରେ ଅତର୍କିତ ଚଢ଼ାଉ କରିଥିଲେ । ପୁଲିସର ଏହି ଚଢ଼ାଉ ସମୟରେ ସେଠାରୁ ୪୪୪୦ ଲିଟର ଦେଶୀ ମଦ ପାଉଚ, ୬୦୦୦ ଲିଟର ପୋଚ,୩୦ଟି ପ୍ଲାଷ୍ଟିକ ବ୍ୟାରେଲ, ୧୮ଟି ମୋଟରସାଇକେଲ, ୨୧ଟି ମୋବାଇଲ ଫୋନ, ଗୋଟିଏ ଅଟୋରିକ୍ସା ଏବଂ ଗୋଟିଏ ଫଡ ଏଣ୍ଡାଭର କାରକୁ ଜବତ କରାଯାଇଥିବା ବେଳେ ମଦ ଭାଟିର ମାଲିକ ବିକ୍ରମ ସାହୁ ଙ୍କ ସମେତ ମଦ ଭାଟିର ୧୨ ଜଣ କର୍ମଚାରୀ ଏବଂ ୩୦ ଜଣ ମଦ ବେପାରୀ ଙ୍କୁ ପୁଲିସ ଗିରଫ କରିଥିଲେ । ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲେ ଯେ, ବିକ୍ରମ ସରକାରଙ୍କ ଠାରୁ ଲିଜ୍ରେ ପାଇଥିବା ଦେଶୀ ମଦ ଭାଟିକୁ ଅବକାରୀ ବିଭାଗ ପକ୍ଷରୁ ସିଲ କରାଯାଇଥିଲା ।

କିନ୍ତୁ ମଦ ମାଫିଆ ବିକ୍ରମ ସରକାରଙ୍କ ସିଲ କୁ ଭାଙ୍ଗି ଅବକାରୀ ବିଭାଗର କିଛି ଦୁନୀତିଖୋର ଅଧିକାରୀଙ୍କ ସହାୟତାରେ ଉକ୍ତ ଭାଟିରେ ଲକ୍ଷ ଲକ୍ଷ ଟଙ୍କାର ଚୋରା ଦେଶୀ ମଦ ପ୍ରସ୍ତୁତ କରି ଅନୁଗୁଳ ଜିଲ୍ଲାର ବିଭିନ୍ନ ଗ୍ରାମକୁ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ଚୋରା ମଦ ବେପାରୀ ଯୁବକଙ୍କ ଦ୍ୱାରା ଏହି ବ୍ୟବସାୟ କରୁଥିଲା । ସୂଚନା ଯୋଗ୍ୟ ଯେ, ବର୍ତମାନ ବିକ୍ରମର ମଦ ଭାଟି ଲାଇସେନ୍ସକୁ ସମ୍ପୁର୍ଣ୍ଣ କ୍ୟାନସେଲ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ତଦନ୍ତ ରିପୋର୍ଟ ପ୍ରସ୍ତୁତ କରୁଥିବା ଜଣାଯାଇଛି । ମଦ ମାଫିଆ ବିକ୍ରମର ବେଲ ପିଟିସନ ମଙ୍ଗଳବାର ଦିନ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଜଜ୍ ଖାରଜ କରିବା ଘଟଣା ଅନୁଗୁଳରେ ପ୍ରଚାର ହେବା ପରେ ସମଗ୍ର ସହରରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଥିଲା । ମଦ ମାଫିଆ ବିକ୍ରମ ସବୁବେଳେ ଏହି ଭଳି ବେଆଇନ ମଦ କାରବାର କରୁଥିଲେ ମଧ୍ୟ ଆଇନ ଆଖିରେ ଧୂଳି ଦେଇ ଖସିଯାଉଥିଲେ ।

Leave A Reply