ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେବା ପରେ ଏବେ ପରିସ୍ଥିତି ଉଦ୍ବେଗଜନକ ହୋଇଛି । ଜିଲ୍ଲାରେ କଳକାରଖାନା ଓ ଖଣି ଗୁଡିକରେ କାମ କରୁଥିବା ଶ୍ରମିକ ମାନେ ଦୟନୀୟ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ କମ୍ପାନୀ ପକ୍ଷରୁ କାରଖାନା ପରିସରରେ ରହିବା ପାଇଁ ଗୃହ ଯୋଗାଇ ଦିଆଯାଇ ନଥିବାରୁ ଅନୁଗୁଳ ଓ ଏହାର ଆଖପାଖ ଅଚଂଳରେ ଘରଭଡା ନେଇ ରହୁଛନ୍ତି ।
ଯାହା ଦ୍ୱାରା ସଂକ୍ରମଣର ଆଶଙ୍କା ବେଶୀ । ତେଣୁ କମ୍ପାନୀ ମାନଙ୍କର କର୍ମଚାରୀ ଓ ଶ୍ରମିକ ମାନଙ୍କୁ ସେମାନଙ୍କର କାରଖାନା ପରିସରରେ ରହିବା ବ୍ୟବସ୍ଥା କରାଯିବାକୁ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି । ଏ ସଂକ୍ରାନ୍ତରେ ଦଳ ପକ୍ଷରୁ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଅନୁଗୁଳକୁ ପ୍ରତ୍ୟେକ ଦିନ ବସ ଯୋଗେ କର୍ମଚାରୀଙ୍କୁ ନେବା ଆଣିବା ନକରି ସେମାନଙ୍କ ପରିସର ଭିତରେ ରଖିବାର ବ୍ୟବସ୍ଥା କରିବା ପାଇଁ ଦାବୀ ଜଣାଇଛନ୍ତି ।
ଅନ୍ୟ ରାଜ୍ୟରୁ ଆସି କାମ କରୁଥିବା ଶ୍ରମିକ ମାନଙ୍କ ପାଖରୁ ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ଶିଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀପତ୍ରରେ ଉଲ୍ଲ୍ଖେ କରାଯାଇଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ବିପ୍ଳବ ଜେନା, ଓବିସି ସେଲ ସଭାପତି ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଦାବୀପତ୍ର ପ୍ରଦାନ କରିଥିଲେ ।