Odisha news

ତାଇୱାନ ରାଷ୍ଟ୍ରପତି ନିର୍ବାଚନ : ଜିତିଲେ ଚୀନ ବିରୋଧୀ ଲାଇ ଚିଙ୍ଗ୍

0

ତାଇୱାନର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଚୀନର ସ୍ୱପ୍ନକୁ ଭାଙ୍ଗି ଦେଇଛି । ଏହି ନିର୍ବାଚନରେ ଚାଇନା ସମର୍ଥକ ପ୍ରାର୍ଥୀଙ୍କୁ ପ୍ରବଳ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ସେପଟେ ଚୀନର କଠୋର  ବିରୋଧୀ ପ୍ରାର୍ଥୀ ଧମାକାଦାର ବିଜୟ ହାସଲ କରିଛନ୍ତି। ଏହି କାରଣରୁ ଚୀନରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଚିନ୍ତା ବଢିଯାଇଛି। ଆମେରିକାର ମଧ୍ୟସ୍ଥତାରେ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ତାଇୱାନର ଶାସକ ଚୀନ ବିରୋଧୀ ଦଳ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି। ତାଇୱାନର ମୁଖ୍ୟ ବିରୋଧୀ ଦଳ କୁଓମିଣ୍ଟାଙ୍ଗ (କେଏମଟି)ର ପ୍ରାର୍ଥୀ ହାଉ ୟୁ-ଏହ ଏହି ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି।

ରିପୋର୍ଟ ଅନୁଯାୟୀ, ତାଇୱାନର ବର୍ତ୍ତମାନର ଉପରାଷ୍ଟ୍ରପତି ଲାଇ ଚିଙ୍ଗ-ତେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହାକୁ ନେଇ ଚୀନରେ ହଇଚଇ ସୃଷ୍ଟି ହୋଇଛି। ଶାସକ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (ଡିପିପି)ର ପ୍ରତିନିଧିତ୍ୱ କରୁଥିବା ଉପରାଷ୍ଟ୍ରପତି ଲାଇ ଚିଙ୍ଗ-ତେ ବିଦାୟୀ ରାଷ୍ଟ୍ରପତି ତାଇ ଇଙ୍ଗ୍-ୱେନଙ୍କ ବିରୋଧରେ ନିର୍ବାଚନ ଲଢୁଥିଲେ।

ଲାଇ ଚିଙ୍ଗ ତେଙ୍କୁ ବିପଜ୍ଜନକ ବିଚ୍ଛିନ୍ନତାବାଦୀ ଭାବେ ଘୋଷଣା କରିଛି ଚୀନ୍ । ବିବାଦୀୟ ପ୍ରସଙ୍ଗରେ ଆଲୋଚନା ପାଇଁ ଲାଇ ଚିଙ୍ଗ-ତେଙ୍କ ବାରମ୍ବାର ଆହ୍ୱାନକୁ ମଧ୍ୟ ଚୀନ୍ ପ୍ରତ୍ୟାଖ୍ୟାନ କରିଛି। ସେପଟେ ଲାଇ କହିଛନ୍ତି ଯେ ସେ ତାଇୱାନ ଷ୍ଟ୍ରେଟ୍ ରେ ଶାନ୍ତି ବଜାୟ ରଖିବା ଏବଂ ଦ୍ୱୀପର ସୁରକ୍ଷାକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ।

 

Govt
Leave A Reply