ଗ୍ରୀଷ୍ମ ଋତୁରେ ଆମେ ସାଧାରଣତଃ କିଛିଟା ଆରାମ ଦାୟକ ପାନୀୟ ପିଇବା ଉଚିତ୍। ଯାହା ଆମ ଶରୀର କୁ ସୁସ୍ଥ ରଖିବା ସହ ପ୍ରାକୃତିକ ଉପାୟରେ ମଧ୍ୟ ଶରୀରକୁ ସୁରକ୍ଷା ପ୍ରଦାନ କରିଥାଏ। ଯଦି ଆପଣ ଗ୍ରୀଷ୍ମ ଋତୁରେ ଲେମନ ଟି ନିୟମିତ ସେବନ କରିବେ ତେବେ ଏହା ଶରୀରକୁ ପ୍ରାକୃତିକ ଉପାୟରେ ଇମ୍ୟୁନିଟି ପ୍ରଦାନ କରିବା ସହ ଶକ୍ତି ପ୍ରଦାନ କରିଥାଏ। ଲେମ୍ବୁ ରେ ସାଇ ଟ୍ରକ୍ ଏସିଡ ରହିଥାଏ । ଯାହା ପେଟ କୁ ପ୍ରାକୃତିକ ଉପାୟରେ ସୁସ୍ଥ ରଖିଥାଏ । ଲେମନ୍ ଟି ରେ ଆଣ୍ଟି ଅକ୍ସୀଡ଼ାଣ୍ଟ ରହିଥାଏ ।
* ପାଚନ ସମ୍ବନ୍ଧୀୟ ସମସ୍ୟା:-
ପ୍ରତିଦିନ ସକାଳୁ ଲେମନ୍ ଟି ପିଇବା ଦ୍ଵାରା ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଯଦି ନିୟମିତ ଭାବରେ ଲେମନ୍ ଟି ନିୟମିତ ପିଇବେ ତେବେ ପାଚନ ସମ୍ବନ୍ଧୀୟ ସମସ୍ୟା ଯେପରିକି ଗ୍ୟାସ୍, ଏସିଡିଟି, ସମସ୍ୟା ଦୂର ହୋଇଥାଏ।
* ଇମ୍ୟୁନିଟି:-
ଲେମ୍ବୁ ରେ ଭଲ ମାତ୍ରାରେ ଭିଟାମିନ ସି ରହିଥାଏ ଯାହାକି ଇମ୍ୟୁନିଟି କୁ ମଜବୁତ୍ କରିଥାଏ। ଯାହା ଶରୀର କୁ ବିଭିନ୍ନ ସଂକ୍ରମଣ ରୁ ଦୂରେଇ ରଖିଥାଏ ।
* ମୋଟାପଣ ଦୂର କରିଥାଏ :-
ଯଦି ଆପଣ ନିୟମିତ ସକାଳୁ ଖାଲି ପେଟରେ ଲେମନ୍ ଟି ସେବନ କରିବେ ତେବେ ଓଜନ ହ୍ରାସ କରିବା ର ଅନେକ ସମ୍ଭାବନା ରହିଥାଏ । ଲେମ୍ବୁ ରେ କ୍ୟାଲୋରୀ ଖୁବ୍ କମ୍ ରହିଥାଏ ।
* ତ୍ବଚା ସମନ୍ଧିୟ ସମସ୍ୟା ଦୂର ହୋଇଥାଏ:-
ଗ୍ରୀଷ୍ମ ଋତୁରେ ପ୍ରାୟତଃ ତ୍ୱଚ଼ା ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ। ତେଣୁ ଏହି ସବୁ ସମସ୍ୟା ପାଇଁ ଲେମନ୍ ଟି ନିହାତି ପିଇବା ଜରୁରୀ।