ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ‘ବିବିସି ଇଣ୍ଡିଆନ୍ ସ୍ପୋର୍ଟସ୍ୱମାନ୍ ଅଫ୍ ଦି ଇୟର୍ (ଆଇଏସ୍ଡବ୍ଲୁଓଟିୱାଇ) ପୁରସ୍କାର କାର୍ଯ୍ୟକ୍ରମ’ରେ ଯୋଗ ଦେବେ
ଭୁବନେଶ୍ବର: ‘ବିବିସି ଇଣ୍ଡିଆନ୍ ସ୍ପୋର୍ଟସ୍ୱମାନ୍ ଅଫ୍ ଦି ଇୟର୍ (ଆଇଏସ୍ଡବ୍ଲୁଓଟିୱାଇ) ପୁରସ୍କାର କାର୍ଯ୍ୟକ୍ରମ’ରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି।
ଅପରାହ୍ଣ ୧.୨୦ରେ ମୁଖ୍ୟମନ୍ତ୍ରୀ ବାସଭବନରୁ ବାହାରି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚି ‘ଭିଟି-ଟିଏସସ୍ଜି ହକର୍ ୯୦୦ ଏକ୍ସପି’ ବିମାନରେ ଦିଲ୍ଲୀ ଯାତ୍ରା କରିଛନ୍ତି। ସେଠାରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରି ୩- ଡକ୍ଟର୍ ଏ.ପି.ଜେ. ଅବ୍ଦୁଲ୍ କଲାମ୍ ରୋଡସ୍ଥିତ ବାସଭବନକୁ ଯିବେ।
ସନ୍ଧ୍ୟାବେଳେ ସେଠାରୁ ବାହାରି ‘ତାଜ୍ ପାଲେସ୍ ହୋଟେଲ୍’ରେ ଆୟୋଜିତ ହେବାକୁ ଥିବା ‘ବିବିସି ଇଣ୍ଡିଆନ୍ ସ୍ପୋର୍ଟସ୍ୱମାନ୍ ଅଫ୍ ଦି ଇୟର୍ (ଆଇଏସ୍ଡବ୍ଲୁଓଟିୱାଇ) ପୁରସ୍କାର କାର୍ଯ୍ୟକ୍ରମ’ରେ ଯୋଗ ଦେବେ। ସେଠାରୁ ରାତି ୮.୩୦ରେ ପୁଣି ୩- ଡକ୍ଟର୍ ଏ.ପି.ଜେ. ଅବ୍ଦୁଲ୍ କଲାମ୍ ରୋଡସ୍ଥିତ ବାସଭବନକୁ ପ୍ରତ୍ୟାବର୍ତ୍ତନ କରିବେ।
