ଭୁବନେଶ୍ୱର : ରାଜସ୍ୱ୍ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ପି.କେ ମହାପାତ୍ର (ଆଇଏଏସ), ଜୁମ କ୍ଲାଉଡ ମିଟିଙ୍ଗ ମାଧ୍ୟମରେ ଏବଂ ଏମ୍/ଏସ୍ ଏମ୍ଜି ସଂସ୍ଥା ପ୍ରେସôାହନା ରେ ଏହି “ ପୋଶଣ” କାର୍ଯ୍ୟକ୍ରମର ଶୁଭାଆରମ୍ଭ କରିଛନ୍ତି । ହଙ୍ଗର ଫ୍ରି ଓଡିଶା ଇନିସିଏଟିଭ୍ ଅନ୍ତର୍ଗତ, ସୋ ଆମ୍ ଆଇ ଫାଉଡେସନ୍ ଟ୍ରଷ୍ଟ ଏହି “ପୋଶଣ” କାର୍ଯ୍ୟକ୍ରମକୁ ହାତ ରେ ନେଇଛନ୍ତି ।ଏହି କାର୍ଯ୍ୟକ୍ରମ ପୋଶଣ କାର୍ଯ୍ୟକ୍ରମରେ ପ୍ରାୟ ୫୦୦୦ରୁ ଉର୍ଦ୍ଧ ପରିବାର କୁ ରାସନ ଯୋଗାଇବାକୁ ଯୋଜନା କରାଯାଇଛି । କରୋନା ଭାଇରସ ଯୋଗୁଁ ସୃଷ୍ଟି ଥିବା ଏହି ଜରୁରୀକାଳୀନ ପରିସ୍ଥିତି ରେ ଏହି ପରିବାରଙ୍କୁ (୪ସଦସ୍ୟ ପରିବାର) ତାଲା ବନ୍ଦ ସହଯୋଗ କରିବା ପାଇଁ ୧୫ଦିନ ପାଇଁ ସମସ୍ତ ରାସନ ଯୋଗାଇ ଦିଆଯିବ ।
ରାଜ୍ୟ ସଚିବାଳୟ ଠାରେ ଏହି ପୋଶଣ କାର୍ଯ୍ୟକ୍ରମ କୁ ଆରମ୍ଭ କରି ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ “ ଫାଉଡେସନ୍ ର ପ୍ରଚେଷ୍ଟା ଏବଂ ଏମ୍ଜି ମହାନ୍ତି ଫାର୍ମର ଉଦାରତା ଖୁବ୍ ପ୍ରଶଂସନୀୟ ଏହା ସହ ବିନା ସରକାରୀ ସହାୟତା ରେ ୧୫ଦିନ ପାଇଁ ଏହି କାର୍ଯ୍ୟକ୍ରମ ୨୦୦୦ ରୁ ଅଧିକ ଲୋକଙ୍କୁ ଦିନ କୁ ଦୁଇ ଓଳି ଖାଦ୍ୟ ଯୋଗାଇବ, ତେଣୁ ଏହି ଭଳି କାର୍ଯ୍ୟକ୍ରମକୁ ଆରମ୍ଭ କରି ମୁଁ ଅତି ଆନନ୍ଦିତ” ।
ଏହା ପ୍ୂର୍ବରୁ କ୍ଷୁଧାମୁକ୍ତ ଓଡିଶାର ସ୍ୱେଚ୍ଛାସେବୀ,ଏମ୍/ଏସ୍ ଏମ୍ଜି ମହାନ୍ତି ର କର୍ମଚାରୀମାନେ ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ନଥିବା ୧୦ଟି ପରିବାର କୁ ରାସନ ଯୋଗାଇବାରେ ସହିଦନଗର ର ପୂର୍ବତନ କର୍ପୋରେଟର ଶ୍ରୀମତୀ ଶାଶ୍ୱତୀ ଏବଂ ଶ୍ରୀ ଉମାକାନ୍ତ ମିଶ୍ରଙ୍କୁ ସାହାଯ୍ୟ କରିଥିଲେ ।
ଏମ୍/ଏସ୍ ଏମ୍ଜି ମହାନ୍ତି ର ସହଭାଗୀ ଶ୍ରୀ ତନୁଜ ମହାନ୍ତି କହିଛନ୍ତି “ମୂଳ ବାସ୍ତବତାକୁ ହୃଦୟଙ୍ଗମ କରି ତାଲା ବନ୍ଦ ହେତୁ ଆମେ ସରକାରୀ ଯୋଜନା ଅଧିନରେ ଲାଭ ପାଇନଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତି ନେଇଛୁ । ଆମେ ଫାଉଡେସନ୍ ଟ୍ରଷ୍ଟ ସହ ମିଳିତ ଭାବେ କ୍ଷୁଧାମୁକ୍ତ ଓଡିଶା ଲକ୍ଷ୍ୟରେ ବହୁତ ଆଗକୁ ଯିବୁ” ।
କ୍ଷୁଧାମୁକ୍ତ ଓଡିଶାର ସହ ପ୍ରତିଷ୍ଠାତା ଡକ୍ଟର ଚିଦତମିକା ଖଟୁଆ ସୂଚନା ଦେଇଛନ୍ତି ଯେ, “ସେମାନେ ପ୍ରାୟ ୧୦୦୦ କାର୍ଯ୍ୟରତ ପୋଲିସ/ ଟ୍ରାଫିକ କନେଷ୍ଟବଳ, ଅବହେଳିତ ବୃଦ୍ଧ, ମହିଳା,ଭିନ୍ନକ୍ଷମ ମାନଙ୍କୁ ଓଏସ୍ପିଏଚଡବ୍ଲୁସି, ରାଉଣ୍ଡ ଟେବୁଲ କ୍ଲବ୍ ଏବଂ ଭୁବନେଶ୍ୱର ର ଯୁବବର୍ଗଙ୍କ ସହଯୋଗରେ ୨୪ ମାର୍ଚ୍ଚ ୨୦୨୦ ଠାରୁ ଦୈନିକ ତରଭୁଜ, ରନ୍ଧା ମଧ୍ୟହ୍ନ ଭୋଜନ, ଜଳଖିଆ ଏବଂ ରାତ୍ରୀ ଭୋଜନ ଯୋଗାଉଛୁ” ।
କ୍ଷୁଧାମୁକ୍ତ ଓଡିଶାର ପ୍ରତିଷ୍ଠାତା ପିନାକି ମହାନ୍ତି କହିଛନ୍ତି, “ଖାଦ୍ୟ ଯୋଗାଇବା ସମୟରେ ସେ ଅନୁଭବ କଲେ ଯେ ଅନେକ ଗରିବ ପରିବାର ଅଛନ୍ତି (ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୂକ୍ତ ନଥିବା) ଯେଉଁ ମାନଙ୍କ ପାଖରେ ଖାଦ୍ୟ ନାହିଁ ଏବଂ ଏହାର ସମାଧାନ ସରକାର ଏହି ସମୟରେ ଏକାକୀ କରିପାରିବ ନାହିଁ” ।
ସୋ ଆମ୍ ଆଇ ଫାଉଡେସନ୍ ନନ୍ ପ୍ରୋଫିଟ ସଂସ୍ଥା ଏବଂ ଟ୍ରଷ୍ଟ ଆକ୍ଟ ଅନୁଯାୟୀ ପଞ୍ଜିକୃତ ତାହାର ମୂଳ ଉଦେଶ୍ୟ ହେଉଛି ସୁଖ ବିସ୍ତାର କରିବା, କ୍ଷୁଧା ଏବଂ ପୃଷ୍ଟିହୀନତା କୁ ହ୍ରାସ କରିବା ପାଇଁ ଖାଦ୍ୟକୁ ସଂଚୟ କରି ଅନାହାର ଲୋକଙ୍କୁ ଯୋଗାଇ ଓଡିଶାକୁ କ୍ଷୁଧାମୁକ୍ତ ରାଜ୍ୟରେ ପରିଣତ କରିବା । ୧୮ ଅଗଷ୍ଟ ୨୦୧୯ୁ ରେ ଆହାର କେନ୍ଦ୍ର, ୱେବ ପ୍ରୋଟେଲ ଏବଂ ମୋବାଇଲ ଆପ୍ଲିକେଶନ ଉନ୍ମୋଚନ କରାଯାଇଛି । ମୋବାଇଲ ଆହାର କେନ୍ଦ୍ର ଏବଂ ‘ଶ୍ରଦ୍ଧା ଅର୍ପନ’ ୧୬ ଜାନୁଆରୀ ୨୦୨୦ ରେ ଆରମ୍ଭ କରାଯାଇଛି । ବର୍ତମାନ ସମୟରେ ଭୁବନେଶ୍ୱର ଠାରେ ଦୁଇଟି ଆହାର କେନ୍ଦ୍ର କାର୍ଯ୍ୟରତ ରହିଛି ।
Prev Post