Odisha news

ବୋରିଗୁମ୍ମା : ବ୍ଲକ ପ୍ରଶାସନ ର ସହଯୋଗ ରେ ସ୍ୱୟଂ ସହାୟକ ଗୋଷ୍ଠୀ ଖୋଲିଲେ ସୁଲଭ ପନିପରିବା ଦୋକାନ।

0
ବୋରିଗୁମ୍ମା (କେ.ସାକିଲି ଦୋରା)– ବୋରିଗୁମ୍ମା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟସ୍ଥ ପଞ୍ଚାୟତ ଷ୍ଟଲ ରେ ବ୍ଲକ ପ୍ରଶାସନ ଓ ଏ ସି ପି ପ୍ରକଳ୍ପ ସହଯୋଗ ରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ସୁଲଭ ପନିପରିବା ଦୋକାନ ଖୋଲିଛନ୍ତି। ସାରା ଦେଶରେ ଲକ ଡାଉନ ଚାଲିଥିବା ବେଳେ ଲୋକମାନେ ଅତ୍ୟାବଶକ ସାମଗ୍ରୀ ନିମନ୍ତେ ସକାଳ ୭ ଟା ରୁ ୧୧ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଛି। ଲୋକମାନେ କିଭଳି ସୁଲଭ ମୂଲ୍ୟରେ ତଟକା ପନିପରିବା ପାଇବେ ,ଏହାକୁ ଲକ୍ଷ୍ୟ କରି ବ୍ଲକ ପ୍ରଶାସନ ଓ ଏ ସି ପି ପ୍ରକଳ୍ପ ଙ୍କ ସହଯୋଗ ରେ ପନିପରିବା ଦୋକାନ ଖୋଲାଯାଇଥିଲା। ବ୍ଲକ ବି ଡ଼ି ଓ ପ୍ରଣୟ ରଞ୍ଜନ ବେହେରା ପନିପରିବା ଦୋକାନ କୁ ଉଦଘାଟନ କରିଥିଲେ। ଏହାକୁ ଆୟୋଜନ କରିଥିଲେ ହର୍ଷ ଟ୍ରଷ୍ଟ। ନୂଆଗାଁ ପଞ୍ଚାୟତ ର ମା ଲଷ୍ମୀ ଉତ୍ପାଦିକା ଦଳ ଓ ମା ଡଙ୍ଗରଦେଇ ଉତ୍ପାଦିକା ଦଳ ର ମହିଳା ମାନେ ପନିପରିବା ଦୋକାନ ଖୋଲିଥିଲେ। ହର୍ଷ ଟ୍ରଷ୍ଟ ର ଟିମ ଲିଡ଼ର ରାଜେଶ ବାରିକ ଓ ଅର୍ଚ୍ଚନା ଶର୍ମା କହିଛନ୍ତି ଯେ ଲକ ଡାଉନ ଶେଷ ହେବା ପର୍ଯ୍ୟନ୍ତ ସୁଲଭ ପନିପରିବା ଦୋକାନ ଖୋଲାରହିବ। ଏ ସି ପି ପ୍ରକଳ୍ପ ର ଟିମ ମ୍ୟାନେଜର ବିଶ୍ୱ ରଞ୍ଜନ ଜେନା  ଓ ହର୍ଷ ଟ୍ରଷ୍ଟ ର ସଦସ୍ୟ କିଶୋର ଚନ୍ଦ୍ର ଦାସ, ରଘୁନାଥ ପଣ୍ଡା, ନୀତିଶ ଧର, ପ୍ରଶାନ୍ତ ପଡ଼ିହାରି, ନିରଞ୍ଜନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ  ମା ଲଷ୍ମୀ ଉତ୍ପାଦିକା ଦଳ ର ସଭାପତି ଦନେଇ ଗଦାବା ,ସମ୍ପାଦିକା ବୁଦେଇ ଗଦାବା ଏବଂ ମା ଡଙ୍ଗରଦେଇ ଉତ୍ପାଦିକା ଦଳ ର ସଭାପତି ଦମୟନ୍ତି ଗୌଡ଼ ଓ ସମ୍ପାଦିକା ରଶ୍ମିତା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଲୋକ ମାନେ ସୁଲଭ ମୂଲ୍ୟରେ ପନିପରିବା କିଣିବା ସହ ସମାଜିକ ଦୂରତା କୁ ଗୁରୁତ୍ୱ ଦିଆଯାଇଥିଲା।

Leave A Reply