ଇତି ମଧ୍ୟରେ ଦୀପାବଳୀ ସମାପ୍ତ ହୋଇ ଯାଇଛି l କିନ୍ତୁ ସୋସିଆଲ ମିଡିଆରେ ଗୋଟିଏ ଖବର ଖୁବ ଭାଇରଲ ହେବାରେ ଲାଗିଛି l ଉଦୟପୁର ରାଜ ପରିବାରର ରାଜକୁମାର ଲାକ୍ଷରାଜ ସିଂ ଙ୍କ ଗୋଟିଏ ଭିଡିଓ ଭାଇରଲ ହେବାରେ ଲାଗିଛି l ଯେଉଁଥିରେ ଲୋକେ ତାଙ୍କର ଗରୀବ ଙ୍କ ପ୍ରତି ଦୟା ଓ କରୁଣାର ପ୍ରଶଂସା କରିବାକୁ ଥକୁ ନାହାନ୍ତି l ଯାହାକୁ ନେଇ ଏବେ ଜୋରେ ଚର୍ଚା l ଦୀପାବଳୀ ଗୋଟିଏ ଦୀପର ଓ ଆଲୋକର ଉତ୍ସବ , ଏହି ଅବସରରେ ଅନେକ ଲୋକ ରାସ୍ତା କଡରେ ଦୀପ ର ପସରା ମେଲି ଦୀପ ବିକ୍ରୀ କରି ଥାଆନ୍ତି l ଉଦୟପୁର ରାଜରାସ୍ତାରେ ଦ୍ରୁତ ବେଗର ଚାଲିଥିଲା ରାଜକୁମାର ଲାକ୍ଷରାଜ ଙ୍କ ଗାଡି l
ହାତଟା ଯାଇ ଅଟକି ଥିଲା ରାସ୍ତା କଡରେ ବସି ଦୀପ ବିକ୍ରୀ କରୁଥିବା ଜଣେ ମହିଳାଙ୍କ ନିକଟରେ l ଏବଂ ରାଜକୁମାର ଗାଡ଼ିରୁ ଓଲ୍ହାଇ ଦୀପ ବିକ୍ରୀ କରୁଥିବା ମହିଳାଙ୍କ ନିକଟକୁ ଯାଇ ଦୀପ ବାଛିବାରେ ଲାଗି ପଡ଼ିଥିଲେ ଏବଂ ଅନେକ ମାତ୍ରାରେ ଦୀପ କିଣି ଥିଲେ l ଯେଉଁଠି ଆଜିର ଆଧୁନିକ ସମାଜରେ ଲୋକେ ବଡ ବଡ଼ ମଲ ଓ ଦୋକାନରୁ ଦୀପ କିଣୁଛନ୍ତି ସେହି ସ୍ଥାନରେ ଜଣେ ରାଜକୁମାର ରାସ୍ତା କଡ଼ରୁ ଦୀପ କିଣିଥିଲେ l ଏବଂ ନିଜେ ଦୀପ ଗୁଡିକୁ ହାତରେ ଧରି ଗାଡ଼ିରେ ବସିଥିଲେ l ଲକ୍ଷରାଜ ସିଂହ କହିଥିଲେ ଯେ ‘ଦୀପାବଳୀ ଗୋଟିଏ ଆନନ୍ଦର ପର୍ବ, ଆମେ ଯଦି ଏହି ଲୋକ ମାନଙ୍କ ନିକଟରୁ କିଛି ଦୀପ କିଣିବା ତେବେ ସେମାନଙ୍କ ଘରେ ମଧ୍ୟ ଖୁସିର ଆଲୋକ ଜଳିବ l କାହିଁକି ନା ଏହି ଛୋଟ ଛୋଟ ବ୍ୟବସାୟୀ ଙ୍କ ପରିବାର ସେହିଥିରୁ ଚାଲିଥାଏ l ‘ ଲାକ୍ଷରାଜ ସିଂହ ହେଉଛନ୍ତି ମେବାଡ଼ ଭଗବାନ ଶ୍ରୀରାମ ଙ୍କ ପୁତ୍ର ଲବ ଙ୍କ ବଂଶଜ ଅଟନ୍ତି l