Odisha news

ପିପିଲି :ମହିଳା ମହାସଂଘ ଘରେ ଘରେ ପରିବା ପଂହଚାଇଲା

0

ପିପିଲି- ବିଶ୍ୱମହାମାରୀ କୋରନା ଭାଇରସ ସଂକ୍ରମିତକୁ ରୋକିବା ଓ ହାଟ ମଧ୍ୟରେ ସାମାଜିକ ଦୁରତା ବଜାୟ ନରହିବା ଲକ୍ଷ୍ୟରଖି ଜିଲ୍ଲା ପ୍ରଶାସନ ପିପିଲି ଓ ସାତଶଙ୍ଖ ହାଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି । ସେଥିପାଇଁ ଚାଷୀ ବଜାରକୁ ପନି ପରିବା ଆଣି ପାରୁନି କିମ୍ବା ଖାଉଟି ବଜାରରୁ ତଟକା ପନିପରିବା କିଣି ପାରୁନାହାଁନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ ଡାଉନ ଘୋଷଣା ହେବା ପରେ ଜନଜୀବନ ଯାତାୟତ ଚଳପ୍ରଚଳରେ ରୋକ ଲାଗିବା ସହ ଘରୁ କେହୀ ଅଯଥା କାର୍ଯ୍ୟରେ ବାହାରକୁ ବାହାରି ପାରିବେ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ଠିକ୍ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପିପିଲି ତେଇସିପୁର ପଂଚାୟତରେ ସାଧାରଣ ଲୋକ ମାନେ ଘରୁ ବାହାରକୁ ବାହାରୁ ନଥିବା ବେଳେ ତାଙ୍କ ଘର ପାଖରେ ସାହାର୍ଯ୍ୟର ହାତ ବଢାଇଛି ମହିଳା ମହାସଂଘ । ଆତ୍ମା ଅଧ୍ୟକ୍ଷ ତଥା ତେଇସିପୁର ସମିତି ସଭ୍ୟ ଧରଣୀଧର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରରେ, ମହାସଂଘର ସଭାନେତ୍ରୀ ଶାନ୍ତିଲତା ପରିଡା ଓ ସଂପାଦିକା ଉମାମଣୀ ରଥଙ୍କ ନେତୃତ୍ୱରେ ତେଇସିପୁର ଗ୍ରାମରେ ପ୍ରତି ଘର ପାଖରେ ପନିପରିବା ସୁଲଭ ମୂଲ୍ୟରେ ପହଂଚାଇଥିଲେ । ଏହି ପନିପରିବା ବଜାର ଦର ଠାରୁ ଯଥେଷ୍ଟ କମ୍ ଦାମରେ ଲୋକଙ୍କ ଦୁଆର ପାଖରେ ମହିଳା ମହାସଂଘ ପହଂଚାଇଛି । ଆଳୁ, ପିଆଜ, ଅଦା, ରସୁଣ, କଂଚାଲଙ୍କା, ଲେମ୍ବୁ, କାକୁଡି, କଖାରୁ, ଭେଣ୍ଡି, ପୋଟଳ, ଜହ୍ନି, କଲରା ପ୍ରଭୃତି ଧରି ଗାଁରେ ଘରେ ଘରେ ବୁଲି ବିକ୍ରି କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟ କରିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆହ୍ୱାନ ଦେଇଥିବା ବେଳେ ବିଧାୟକ ପ୍ରଦୀପ ମହାରଥି ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ନିଜ ନିର୍ବାଚନ ମଣ୍ଡଳିରେ ଏହି କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମହିଳା ମହାସଂଘକୁ ନିଦେ୍ଦର୍ଶ ଦେଇଥିବା ମହିଳା ମହାସଂଘ ସଭାନେତ୍ରୀ ଉମାମଣିରଥ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ତେଇସିପୁର ଗାଁରୁ ଆଜି ମହିଳା ମହାସଂଘ ତରଫରୁ ପନିପରିବା ବିକି୍ର ଆରମ୍ଭ ହୋଇଛି । ଏହାସହ ସମସ୍ତ ପରିବାରକୁ ମାଗଣାରେ ମାସ୍କ ଓ ସାବୁନ ମଧ୍ୟ ପ୍ରଦାନ କରାଯାଇଛି । ଏହି ଅବସରରେ ଧରଣୀଧର ସାହୁ ପ୍ରତିଦିନ ଭଳି ଆଜି ମଧ୍ୟ କାନ୍ଧରେ ମେସିନ ଧରି ପୁରା ତେଇସିପୁର ଗାଁକୁ ସାନିଟାଇଜ୍ କରିଥିଲେ । ପିପିଲି ବ୍ଲକ ବିପିଏମ୍ ଗଣେଶ୍ୱର ସ୍ୱାଇଁ ଉପସ୍ଥିତ ରହି ଏହି କାର୍ଯ୍ୟକୁ ତଦାରଖ କରିଥିଲେ ।

Leave A Reply