Odisha news

ବୋରିଗୁମ୍ମା : କେ ସି ସି ବ୍ୟାଙ୍କ କର୍ମଚାରୀ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୧,୩୯,୦୦୦ ଟଙ୍କା ପ୍ରଦାନ।

0
ବୋରିଗୁମ୍ମା – କରୋନା ସହାୟତା ପ୍ରଦାନ ନିମନ୍ତେ ବିଭିନ୍ନ ବର୍ଗର ଲୋକମାନେ ଅଣ୍ଟା ଭିଡିଛନ୍ତି। ଏହି କ୍ରମରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ଆସୋସିଏସନ ପଛରେ ନାହିଁ। କରୋନା ଭୁତାଣୁ ଜନିତ ମହାମାରୀ ର ମୁକାବିଲା ପାଇଁ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ଆସୋସିଏସନ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୧,୩୯,୦୦୦ ଟଙ୍କା ଦାନ ସୂତ୍ରରେ ପ୍ରଦାନ କରିଛନ୍ତି। କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ର ଙ୍କୁ ଭେଟି ୧,୩୯,୦୦୦ ଟଙ୍କା ର ଚେକ ପ୍ରଦାନ କରିଛନ୍ତି। ଚେକ ପ୍ରଦାନ ସମୟରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଡ଼.ଇନ୍ଦିରା ନନ୍ଦ, ସମ୍ପାଦକ ଅନନ୍ତ କୁମାର ସାମଲ,ଅବିଭକ୍ତ କୋରାପୁଟ ଜିଲ୍ଲା ଲ୍ୟାମ୍ପ ସଂଘ ର ସଭାପତି ରମାକାନ୍ତ ରାଉଳ, ବ୍ୟାଙ୍କ କର୍ମଚାରୀ ଆସୋସିଏସନ ର ସାଧାରଣ ସମ୍ପାଦକ ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply