Odisha news

ଗୋପରେ ରକ୍ତଦାନ ଶିବିର

0

ଗୋପ : କରୋନା ବିପତି ସମୟରେ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଛି । ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ପ୍ରତ୍ୟେକ ସ୍ଥାନରେ ଛୋଟ ଛୋଟ ରକ୍ତ ଦାନ ଶିବିର ଆୟୋଜନ କରାଯିବାକୁ ନିବେଦନ କରାଯାଇଥିଲା ଯେପରି ସାମାଜିକ ଦୂରତ୍ୱ ବଜାର ରଖାଯାଇପାରୁଥିବ । ଏହି ମର୍ମରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାସଙ୍କ ନିଦେ୍ର୍ଦଶକ୍ରମେ ଆମ ଓଡିଶା ଓ ଗୋପ ବ୍ଲକ ଯୁବ ସମାଜସେବୀ ମନଦୀପ ପାଇକରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ଗୋପ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୋପ,ମାଟିଆଖାତ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ସମୁଦାୟ ୨୦ ୟୁନିଟ୍ ରକ୍ତ ସଂଗୃହିିତ ହୋଇଥିବା ବେଳେ ଏହା କରୋନା ବିପତି ପରେ ରାଜ୍ୟ ସ୍ତରରେ ପ୍ରଥମ, ରକ୍ତଦାନ ଶିବିର ବୋଲି ଜାଣିବାକୁ ମିଳିଛି । ଭୂବନେଶ୍ୱର ମହାନଗର ନିଗମ ର ରକ୍ତଭଣ୍ଡାର ଦ୍ୱାରା ଏହି ରକ୍ତ ସଂଗୃହିତ ହୋଇଥିଲା । ଏହି ଭଳି ପ୍ରତ୍ୟେକ ସପ୍ତାହରେ ଏକ ଛୋଟ ରକ୍ତଦାନ ଶିବିର ଆୟୋଜନ କରିବାକୁ ଯୁବ ସମାଜସେବୀ ମନଦୀପ ଏବଂ ତାଙ୍କର ସାଥିମାନେ ନିଷ୍ପତି ନେଇଥିବା ବେଳେ ଏହି ମହତ କାର୍ଯ୍ୟରେ ସେମାନଙ୍କୁ ସମସ୍ତ ପ୍ରକାର ସାହାର୍ଯ୍ୟ କରିବାକୁ ମାନ୍ୟବର ଶିକ୍ଷା ମନ୍ତ୍ରୀ ନିଜର ପ୍ରତିକ୍ରିୟାରେ କହିଛନ୍ତି । ଆଜିର ରକ୍ତଦାନ ଶିବିର ସମୟରେ ରକ୍ତଦାତା ମାନେ ହାତ,ଗୋଡ ଭଲଭାବେ ଧୋଇବା ସହିତ ସଫା ହୋଇଥିଲେ ଏବଂ ପରେ ରକ୍ତଦାନ କରିଥିଲେ । ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ଦେବାଶିଷ ସାହୁ ଓ ରମଣ ପଟ୍ଟନାୟକ ଦାୟିତ୍ୱରେ ଥିବା ବେଳେ ଏହି ରକ୍ତଦାନ ଶିବିରକୁ ସମ୍ବାଦ ପ୍ରତିନିଧି ଅଜୟ ନାୟକ ପରିଚାଳନା କରିଥିଲେ । ଆସନ୍ତା ସପ୍ତାହରେ କୁଶୁପୁରୁ ଠାରେ ଥିବା ବିଜୁ ପଟ୍ଟନାୟକ କଲେଜ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଏବଂ ନାଗପୁର ଠାରେ ମଧ୍ୟ ରକ୍ତଦାନ ଶିବିର ଆୟୋଜିତ ହେବ ବୋଲି ଶ୍ରୀଯୁକ୍ତ ପାଇକରାୟ ଜଣାଇଛନ୍ତି ।
ରକ୍ତଦାତା ଜୀବନଦାତା-ସୁକାନ୍ତ ମହାରଣା,ରମଣ ପଟ୍ଟନାୟକ,ବିଶ୍ୱଜିତ ବେଉରା,ପିନାକୀ ପରିଡା, ଅକ୍ଷୟ କୁମାର ସାହୁ,ବିଜୟ କୁମାର ମୁଦୁଲି,ଶୁଭେନ୍ଦୁ ପ୍ରଧାନ,ଦେବରାଜ ମହାରଣା,ଦେବବ୍ରତ ସାହୁ,ଜମ୍ବେଶ୍ୱର ଭଟ୍ଟ, ପ୍ରକାଶ ନାୟକ,ହୃଷିକେଶ ନାଥ,ଦୂର୍ଯ୍ୟୋଧନ ଜେନା,ରାକେଶ କୁମାର ଜେନା,ପ୍ରଳୟ ରଂଜନ ମଲ୍ଲିକ ପ୍ରମୂଖ ।

Leave A Reply