Odisha news

ଧର୍ମଶାଳା: ଆମ୍ବୁଲାନସ୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା ୬ ଆହତ

0

ଧର୍ମଶାଳା : ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥ ଦେଉଳି ଗ୍ରମ ନିକଟରେ ଆମ୍ବୁଲାନସ୍ ସହିତ ମାଲବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣ ଆହତ ହୋଇଛନ୍ତି । ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ର୍ତ୍ରି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ଡ୍ରାଇଭର ଓ ଅନ୍ୟ ୨ ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆମ୍ବୁଲାନ୍ସରେଥିବା ସମସ୍ତ ୬ ଜଣ ଆହତ ହେଲେ ଭଦ୍ରକ ଜିଲ୍ଲା ଦାଣ୍ଡପଲ୍ଲି ଗ୍ରାମର ନୃସିଂହ ବେହେରା (୪୦), ମନୋଜ ପହି (୫୦), ବଳରାମ ପହି(୫୫), ଅରେଇକଣା ଗ୍ରାମର ଅନିରୁଦ୍ଧ ପହି(୭୨), ସୁନ୍ଦରପୁର ଗ୍ରାମର ଅତୁଲ୍ୟ ରାଉତ(୪୮) ଓ ଆମ୍ବୁଲାନ୍ସ ଚାଳକ ଭଦ୍ରକ ନୂଆ ବଜାର ଅଞ୍ଚଳର ସୁନିଲ ମୁଖୀ (୩୮) ବୋଲି ଜଣାପଡିଛି । ଗତ କାଲି ରାତିରେ ଏକ ଶବନେଇ ପୁରୀ ଯାଇଥିଲେ । ଶବ ସକ୍ରାର ପରେ ଆଜି ସେମାନେ ଓଡି ୨୨ଏନ ନମ୍ବର ବିଶିଷ୍ଟ ଆମ୍ବୁଲାନ୍ସରେ ଭଦ୍ରକ ଫେରୁଥିବା ବେଳେ ସାମନାପଟୁ ଆସୁଥିବା ଏପି ୩୯ଡ୍ଲୁ-୬୧୩୯ ନମ୍ବର ଏକ ଗହମ ବୋଝେଇ ଟ୍ରକ ସହିତ ପୁର୍ବାହ୍ନ ସାଡେ ୯ଟା ସମୟରେ ଦେଉଳି ଗ୍ରମ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଆମ୍ବୁଲାନନ୍ସ ରେ ଥିବା ଡ୍ରାଇଭର ସମେତ ୬ ଜଣ ଆହତ ହୋଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣା ଗ୍ରସ୍ତ ଗାଡି ୨ଟିକୁ ଜବତ କରି ତଦନ୍ତ ଚଳାଇଛି ।

Leave A Reply