ଧର୍ମଶାଳା : ଲକ୍ଡାଉନକୁ ସଫଳ କରିବା ପାଇଁ ଧର୍ମଶାଳା ପୋଲିସ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଏହାକୁ ସାକାର ରୂପ ଦେବାକୁ ଯାଇଁ ଆଜି ଅପରାହ୍ନରେ ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ ସାଇକେଲ ଯୋଗେ ତାଙ୍କ ସହକର୍ମୀ ମାନଙ୍କ ସହିତ ଧର୍ମଶାଳା ବଜାର ,ଶାନ୍ତି ବଜାର ଓ ଜାରକା ବଜାର ପରିଭ୍ରମଣ କରି ଲୋକମାନଙ୍କୁ ସଚେତନତା କରାଇଥିଲେ । ଏହି କ୍ରମରେ ଆଇନଶୃଙ୍ଖଳାର ତଦାରଖ କରିବା ସହ ଲୋକମାନଙ୍କୁ ସଚେତନ କରାଇବା ଓ ସେମାନଙ୍କର ସୁରକ୍ଷା ମଧ୍ୟ ସେମାନଙ୍କ ଦାୟିତ୍ୱ । ଏଭଳିସ୍ଥଳେ ଲକଡାଉନ ସମୟରେ କିଛି ଅମାନିଆଙ୍କ ପାଇଁ ପୋଲିସ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି । ତଥାପି ସେମାନେ ଚେତୁନାହାନ୍ତି । ସେମାନଙ୍କୁ ସଚେତନ କରାଇବା ସହ ବାଟକୁ ଆଣିବା ପାଇଁ ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ପକ୍ଷରୁ ଏକ ଏଭଳି ପ୍ରୟାସ ଆରମ୍ଭ ହୋଇଛି । ନିଜେ ଥାନା ଅଧିକାରୀ ସାଇକେଲ ଚଢି କର୍ମଚାରୀଙ୍କ ସହ ଆଜି ଜାରକା ବଜାର ପରିକ୍ରମା କରିଛନ୍ତି । ଏହାଦ୍ୱାରା ଲୋକମାନେ ଏହି ସମୟରେ ସାଇକେଲ ବ୍ୟବହାର କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଆସିବା ସହ ଲକଡାଉନର କଟକଣାକୁ ମାନିବେ ବୋଲି ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଆଶା ରଖିଛନ୍ତି । ତେବେ ମାନ୍ୟବର ହାଇକୋର୍ଟଙ୍କ ରାୟକୁ ସମ୍ମାନ ଦେବାକୁ ଯାଇ ଆସନ୍ତାକାଲି ଠାରୁ ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଥାନାଧିକାରୀ ଶ୍ରୀ ସାହୁଙ୍କ ସହ ଜାରକା ବିଟ ହାଉସ ଅଧିକାରୀ ରାଜ କିଶୋର ନାୟକ,ସୁଦାମ ଚରଣ ନନ୍ଦୀ,ପଞ୍ଚାନନ ଦାସ,ପ୍ରକାଶ ସେଠୀ,ନଳିନୀ ରଞନ ବରାଳ ପ୍ରମୁଖ ଯୋଗ ଦେଇ ସଚେତନତା କରାଇଥିଲେ ।