ଫୁଲବାଣୀ : କରୋନା ରୋଗର ସଂକ୍ରମଣକୁ ରୋକିବା ଲାଗି ସରକାର ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଛନ୍ତି । ଲକଡାଉନ୍ ଏବେ ବଢି ଏପ୍ରିଲ ୩୦ ଯାଏଁ ଚାଲିବ । ଲୋକଙ୍କୁ ଏହି ସମୟ ମଧ୍ୟରେ ଘରେ ରହିବା, ମାସ୍କ ପିନ୍ଧିବା, ହାତ ଭଲକରି ସଫା କରିବା ଓ ସାମାଜିକ ଦୂରତ୍ୱ ରଖିବା ଆଦି ଉପରେ ପ୍ରଶାସନ ଗୁରୁତ୍ୱ ଦେବାସହ ପରାମର୍ଶ ଦେଇଛି । ତଥାପି କିଛି ଅମାନିଆ ଲୋକ ଘରୁ ଗାଡି ଓ ଗୋଡ କାଢୁଛନ୍ତି । ସେଥିପାଇଁ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଫୁଲବାଣୀ ସମେତ ଆଖପାଖ ଅଂଚଳରେ ନିଜେ ଗସ୍ତ କରି ଲୋକଙ୍କୁ ଏହି ସବିବାବଦରେ ବ୍ୟକ୍ତିଗତ ଭାବେ ବୁଝାଇବା ସହ ସମସ୍ତ ଅଂଚଳରେ ଲୋକେ ସେମାନଙ୍କର ବିଭିନ୍ନ କାର୍ଯ୍ୟବେଳେ ସାମାଜିକ ଦୁରତାକୁ ବଜାୟ ରଖୁଛନ୍ତି କିନାହିଁ ତାହା ନିଶ୍ଚିତ କରୁଛନ୍ତି । ଏବଂ ବାଲିଗୁଡା ଉପଖଣ୍ଡ ଅଂଚଳରେ ଏସଡିପିଓ ମାନସ ରଂଜନ ବାରିକ ଗାଁ ଗାଁ ବୁଲି ଗାଁ ଲୋକଙ୍କୁ କରୋନା ସଂପର୍କରେ ସଚେତନ ସୃଷ୍ଟି କରିବାସହ ଶପଥ ପାଠ ମଧ୍ୟ କରାଉଛନ୍ତିି । ନିଜ ଡୁ୍ୟଟିକୁ ସୁଚାରୁରୂପେ ପାଳନ କରିବାସହ ଲୋକଙ୍କୁ ସଚେତନ କରିବାରେ ନିଜକୁ ସମ୍ପୁର୍ଣ୍ଣ ଭାବରେ ନିୟୋଜିତ କରିଛନ୍ତି ଶ୍ରୀ ବାରିକ ।