Odisha news

ମହିଳା ମାନଙ୍କ ହାତ ଆଙ୍ଗୁଠି କୁ ଭେଣ୍ଡି ଭଳି କାଟି ଶୁଖାଇ ଯାଇଥାଏ ଏହି ଦେଶରେ , କଣ ରହିଛି ଏହା ପଛର କାରଣ

ନୂଆଦିଲ୍ଲୀ : ବିଶ୍ଵର ସମସ୍ତ ଦେଶରେ ଅଲଗା ଅଲଗା ରୀତିନୀତି ରହିଛି । ଜନ୍ମରୁ ନେଇ ବିବାହ ଓ ତା ପରେ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ରୀତିନୀତି ଥାଏ । କିନ୍ତୁ ସେଥିରେ ଏପରି କିଛି ରୀତିନୀତି ରହିଛି ଯେଉଁଥିରେ କିଛି ନିୟମ ଅତି କଠୋର ଓ କ୍ରୂର ହୋଇଥାଏ । ଏଭଳି ଗୋଟିଏ ଦେଶ ହେଉଛି ଇଣ୍ଡୋନେସିଆର ପାପୁଆ ଗିନି ଦ୍ଵିପ ରେ ଦାନି ଜନଜାତିର ଲୋକମାନେ ରୁହନ୍ତି ।
ଏହି ଦ୍ଵୀପରେ ରହୁଥିବା ଦାନୀ ଜନଜାତିର ମହିଳା ମାନେ କଟା ହାତ ଆଙ୍ଗୁଠି ସହିତ ରହିବାକୁ ବାଧ୍ୟ ହୁଅନ୍ତି । ଏହା ପଛରେ ରହିଛି ଗୋଟିଏ ପୁରୁଣା ପରମ୍ପରା । ଏହି ପରମ୍ପରା ଅନୁସାରେ ପରିବାରର ମୁଖିଆ ଙ୍କ ମୃତ୍ୟୁ ପରେ ଆଙ୍ଗୁଠି କାଟି ଶୋକ ଜାହିର କରିବା ପାଇଁ ମହିଳା ମାନଙ୍କ ର ଦୁଇ ହାତର କିଛି ଆଙ୍ଗୁଠି କଟା ଯାଇଥାଏ ।
ଦି ଗାଡିଆନ ର ତଥ୍ୟ ଅନୁସାରେ ଏଠାକାର ଲୋକ ମାନଙ୍କର ଏହି ପରମ୍ପରା ଅନୁସାରେ ଏହାଦ୍ବାରା ମାରିବା ଲୋକର ଆତ୍ମା ଶାନ୍ତି ପାଇଥାଏ । ଏହି ସମୟରେ ମହିଳା ମାନଙ୍କ ସହିତ ଯାହା ଘଟିଥାଏ , ତାହା ରୁମ ମୂଳକୁ ଟାଙ୍କୁରୀ ଉଠିବ । ଆଙ୍ଗୁଠି କାଟିବା ପୂର୍ବରୁ ମହିଳା ମାନଙ୍କ ହାତକୁ ପ୍ରଥମେ ରାଶିରେ ବାନ୍ଧି ଦିଆଯାଏ , କାରଣ ରକ୍ତର ପ୍ରବାହ ବନ୍ଦ୍ ହୋଇଯିବ । ଏହାପରେ କୁରାଢି ସାହାଯ୍ୟରେ ଆଙ୍ଗୁଠି କାଟି ଦିଆଯାଏ ।
ଆଙ୍ଗୁଠି କାଟିବା ପରେ ତାକୁ ଶୁଖାଇ ଦେଇ କେହି କେହି ରଖନ୍ତି କିମ୍ବା ଆଉ କେହି ଜଳାଇ ଦେଇ ଥାଆନ୍ତି । ଏହା ଧୀରେ ଧୀରେ ପ୍ରତିବନ୍ଧିତ ହେବାକୁ ଲାଗିଲାଣି । ତଥାପି ଆଜି ମଧ୍ୟ କିଛି ବୃଦ୍ଧା ଙ୍କ ର ହାତ ଆଙ୍ଗୁଠି ନହିଁ ।
Nalco

Comments are closed.