ନାରୀ ମାନଙ୍କର ପ୍ରସାଧନ ସାମଗ୍ରୀ ମାନଙ୍କ ମଧ୍ୟରେ ଗୋଟିଏ ହେଉଛି ନେଲ୍ ପଲିସ , ଯାହା ନଖର ସୌନ୍ଦର୍ଯ୍ୟ କୁ ବୃଦ୍ଧି କରିଥାଏ l ନେଲ୍ ପଲିସ ଲଗାଇବା ପାଇଁ ପ୍ରାୟ ସମସ୍ତ ମହିଳା ଓ ଝିଅମାନେ ପସନ୍ଦ କରି ଥାଆନ୍ତି l ଏବଂ କିଛି ଏଭଳି ଲୋକ ମଧ୍ୟ ଥାଆନ୍ତି ଯେଉଁ ମାନଙ୍କର ନଖ ରୁ ନେଲ୍ ପଲିସ କେତେବେଳେ ମଧ୍ୟ ଛାଡି ନଥାଏ l ନେଲ୍ ପଲିସ ଅନେକ ଗୁଡିଏ ରାସାୟନିକ ଜିନିଷ ରେ ପ୍ରସ୍ତୁତ ହୋଇଥାଏ l ଯେପରିକି ଫର୍ମାଲ୍ଡି ହାଇଡ଼ , ଟୋଲୁନ ଓ ଡ଼ାଈବ୍ୟୁଟିଲ ର ପ୍ରୟୋଗ ହୋଇଥାଏ l ଏହି ସମସ୍ତ ରସାୟନ ଖୁବ କ୍ଷତିକାରକ l ଏହି କାରଣରୁ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ନାହିଁ l
* ନେଲ୍ ପଲିସ ପୋଛିବା ପାଇଁ ବ୍ୟବହାର ହେଉଥିବା ରିମୁଭର ମଧ୍ୟ ଖୁବ କ୍ଷତି କାରକ l ଏହା ମଧ୍ୟ କେମିକାଲ ରେ ଭରପୁର ହୋଇଥାଏ l ଏହାର ପ୍ରୟୋଗ ତ୍ୱଚା କୁ ଶୁଷ୍କ କରିବା ସହିତ ରୁକ୍ଷ କରିଦେଇ ଥାଏ l ତ୍ୱଚା ର ପ୍ରାକୃତିକ ତୈଳ ନଷ୍ଟ ହୋଇଥାଏ ଏବଂ ବିଭିନ୍ନ ଇନଫେକ୍ସନ ମଧ୍ୟ ହୋଇଥାଏ l
* ନେଲ୍ ପଲିସ ରେ ଟ୍ରାଇଫେନିଳ ଫସଫେଟ ର ସୁଗନ୍ଧ ଫୁସଫୁସ ପ୍ରତି ହାନିକାରକ ହୋଇଥାଏ l ଏହା ଫୁସଫୁସ କୁ ଫୁଲାଇ ଦେଇଥାଏ ଯାହାଦ୍ୱାରା ପ୍ରଶ୍ୱାସ ନେବାରେ ବାଧା ଉପୁଜଇ ଥାଏ l ଏବଂ ଆସ୍ଥମା ରୋଗୀ ଙ୍କ ଭଳି ପେଲା ଉଠିଥାଏ l
* ଗର୍ଭବତୀ ମହିଳା ମାନଙ୍କ ପାଇଁ ନେଲ୍ ପଲିସ ର କେମିକାଲ ଖୁବ କ୍ଷତିକାରକ ହୋଇଥାଏ l କାହିଁକି ନା ଏହା ଗର୍ଭସ୍ଥ ଶିଶୁ ନିକଟରେ ପହଂଚି ଜନ୍ମ ଜାତ ବିକାର ସୃଷ୍ଟି କରିଥାଏ l ତେଣୁ ଗର୍ଭବତୀ ମହିଳା ମାନେ ନେଲ୍ ପଲିସ ଠାରୁ ଦୁରେଇ ରହିବା ଆବଶ୍ୟକ l
* ନେଲ୍ ପଲିସ ରେ ରହିଥିବା କେମିକାଲ ଶ୍ୱାସନଳୀ କୁ ମଧ୍ୟ ପ୍ରଭାବିତ କରିଥାଏ, ତେଣୁ କଦାପି ସର୍ଦି ଥଣ୍ଡା ସମୟରେ ଛାତି ରେ କଫ ଜମିଥିବା ବେଳେ ନେଲ୍ ପଲିସ ର ବ୍ୟବହାର କରିବା ଉଚିତ ନୁହେଁ l
*ନେଲ୍ ପଲିସ ରେ ଥିବା କେମିକାଲ ମଧ୍ୟ ପେଟ କୁ ପ୍ରଭାବିତ କରିପାରେ, ତେଣୁ କଦାପି ଆପଣ ଖାଇବା ହାତରେ ନେଲ୍ ପଲିସ ଲଗାଇବା ଉଚିତ ନୁହେଁ l ଏଥିରେ ଥିବା କେମିକାଲ ପେଟ ମଧ୍ୟ କୁ ଯାଇ ପେଟରେ ସଂକ୍ରମଣ କରିଥାଏ l
* ଅତ୍ୟଧିକ ନେଲ୍ ପଲିସ ଲଗାଇବା ଦ୍ୱାରା ନଖର ଏନାମେଲ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଥାଏ, ନେଲ୍ ପଲିସ ନଖର ପ୍ରାକୃତିକ ଚମକ କୁ ନଷ୍ଟ କରିଦେଇ ଥାଏ, ଯାହାଦ୍ୱାରା ନଖ ଖୁବ ଶୀଘ୍ର ନଷ୍ଟ ହୋଇ ଯାଇଥାଏ l