ମହିଳାମାନେ ନିଜର ଏହିସବୁ ଜିନିଷ ଅନ୍ୟ କୁ କଦାପି ଦେବା ଉଚିତ ନୁହେଁ, ନଚେତ ସ୍ୱାମୀଙ୍କ ସୌଭାଗ୍ୟ ରେ ବାଧା ସୃଷ୍ଟି ହୋଇଥାଏ
ସାଧାରଣ ଭାବରେ ଆମକୁ ଆବଶ୍ୟକତା ପଡିବା ଦ୍ୱାରା ଆମେ ଅନ୍ୟର ଜିନିଷ କୁ ବ୍ୟବହାର କରିଥାଉ, କିମ୍ବା ମାଗିକି ନେଇଥାଉ l ଏହାକୁ ଆମେ ଗୋଟିଏ ସାହାଯ୍ୟ ଭାବରେ ଦେଖିଥାଉ l କିନ୍ତୁ କିଛିଟା ଜିନିଷ ଏଭଳି ରହିଛି ଯାହାକୁ ହିନ୍ଦୁ ଧର୍ମରେ ମହିଳାମାନେ କଦାପି ଅନ୍ୟକୁ ଦେବା ଉଚିତ ନୁହେଁ l ଦେବା ଦ୍ୱାରା ସ୍ୱାମୀଙ୍କ ସୌଭାଗ୍ୟ ରେ ବାଧା ଉପୁଜିଥାଏ l
– ହିନ୍ଦୁ ଧର୍ମରେ ସିନ୍ଦୁର ସଧବା ମହିଳାଙ୍କର ପରିଚୟ ହୋଇଥାଏ l ମହିଳାମାନେ ନିଜ ମଥାରେ ଲଗାଉଥିବା ସିନ୍ଦୁର ଅନ୍ୟକୁ ଲଗାଇବାକୁ ଦେବା ଉଚିତ ନୁହେଁ l ଏହାକୁ ଅନ୍ୟ ସହିତ ବାଣ୍ଟିବା ଦ୍ୱାରା ଦାମ୍ପତ୍ୟ ଜୀବନ ରେ ଅଶାନ୍ତି ଦେଖା ଦେଇଥାଏ l ଏବଂ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ରେ ବିଭିନ୍ନ ବାଧାବିଘ୍ନ ଆସିଥାଏ l
– ପ୍ରତ୍ୟେକ ସଧବା ନାରୀ ନିଜ କପାଳ ରେ ବିନ୍ଦି ଲଗାଇ ଥାଆନ୍ତି, କିନ୍ତୁ ଅନ୍ୟର ଲଗାଇଥିବା ବିନ୍ଦି କଦାପି ଲଗାଇବା ଉଚିତ ନୁହେଁ l ଏହାଦ୍ୱାରା ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଏ ଏବଂ ସ୍ୱାମୀଙ୍କ ସଫଳତା ବାଧାପ୍ରାପ୍ତ ହୋଇଥାଏ l
– ମହିଳାମାନେ ନିଜର ଚୁଡ଼ି କଙ୍କଣ ଅନ୍ୟ କେଉଁ ମହିଳାକୁ ପିନ୍ଧିବାକୁ ଦେବା ଉଚିତ ନୁହେଁ l ଯଦି ଆପଣ ଦେବାକୁ ଯାଉଛନ୍ତି ତେବେ ନୂଆ କିଣି କି ଦେବା ଜରୁରୀ l ଏହାଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ଜୀବନ ରେ ସୌଭାଗ୍ୟ ର ଆଗମନ ହୋଇଥାଏ l
– ହିନ୍ଦୁ ଧର୍ମରେ ସାଧବାମାହିଲା ମାନେ ଗୋଡ଼ ଆଙ୍ଗୁଳି ରେ ଝୁଣ୍ଟିଆ ପିନ୍ଧିବା ପରମ୍ପରା ରହିଛି l ଏହାକୁ ପ୍ରତ୍ୟେକ ସଧବା ନାରୀ ଗୋଡ଼ରେ ଧାରଣ କରି ଥାଆନ୍ତି l କିନ୍ତୁ ଅନ୍ୟ କୌଣସି ମହିଳା ମାନଙ୍କ ର ଧାରଣ କରିବା ଉଚିତ ନୁହେଁ l ଏହାଦ୍ୱାରା ଦାମ୍ପତ୍ୟ ଜୀବନ ରେ କଳହ ବୃଦ୍ଧି ପାଇଥାଏ l
– ପ୍ରତ୍ୟେକ ବିବାହିତା ମହିଳାଙ୍କ ପାଇଁ ତାଙ୍କର ମଙ୍ଗଳସୂତ୍ର ସବୁଠୁ ମୁଖ୍ୟ ଅଟେ l ଏହା ଗୋଟିଏ ସଧବା ନାରୀ ର ପରିଚୟ ଅଟେ l କିନ୍ତୁ ମଙ୍ଗଳ ସୂତ୍ର ନିଜର ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ l ଏହାଦ୍ୱାରା ଦରିଦ୍ରତା ସ୍ୱାମୀଙ୍କ ଜୀବନ ରେ ଦେଖା ଦେଇଥାଏ l