Odisha news

କୁଜଙ୍ଗ : ବିଧାୟକଙ୍କ ସମିକ୍ଷା ବୈଠକ

0

କୁଜଙ୍ଗ,୧୦ା୮ ଆଜି କୁଜଙ୍ଗ ବ୍ଲକ୍ ପରିସରରେ ପାରାଦ୍ୱିପର ବିଧାୟକ ସମ୍ବିତ ରାଉତରାୟ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ମନବଳ ବୃଦ୍ଧି କରିବା ପାଇଁ ପାରାଦ୍ୱିପ ସମେତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଭିନ୍ନ ପଂଚାୟତ ମାନଙ୍କରେ ଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପର ପରିସ୍କାର ପରିଚ୍ଛନ୍ନ ଉପରେ ବୈଠକରେ ଗୁରୁତ୍ୱରାପ କରିଥିଲେ । ପୂର୍ବପରି କରୋନା ସମ୍ପର୍କିତ ସଚେତନତା ଆହୁରି ତୀବ୍ର କରିବାକୁ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ପରାମର୍ଶର୍ ଦେଇଥିଲେ ।

ଏହି ସମିକ୍ଷା ବୈଠକରେ ସାଂସଦଙ୍କ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ, ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତି ରଂଜନ ବେହେରା, ବିଧାୟକଙ୍କ ପ୍ରତିନିଧି ନିରଞ୍ଜନ ପ୍ରଧାନ, କାଠକୋଟ ସରପଂଚ ମିହିର ରଂଜନ ପଟ୍ଟନାୟକ, ଗରେଇ ସରପଂଚ ସଂଗ୍ରାମ ମନ୍ତ୍ରୀ, ଜିଲ୍ଲାନାସି ସରପଂଚ ପ୍ରମୋଦ କୁମାର ସ୍ୱାଇଁ, କୁଜଙ୍ଗ ସରପଂଚ ଭାରତ ଭୁଷଣ ନାୟକ, ପାରାଦ୍ୱିପ ଗଡ ସରପଂଚ ମିହିର ରଂଜନ ସାହୁ, ଭୂତମୁଣ୍ଡାଇ ପଂଚାୟତର ପୂର୍ବତନ ସରପଂଚ ସଂଜୟ କୁମାର ସ୍ୱାଇଁ, ସମିତି ସଭ୍ୟ ଧୀରେନ୍ଦ୍ର ସେଠୀ, ପୀତାମ୍ବର ମାଝୀ ପ୍ରମୁଖ ସାମାଜିକ ଦୂରତ୍ୱ ବଜାଏ ରଖି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ମାସର ଶେଷ ସପ୍ତାହରେ ଏହିଭଳି କରୋନା ସମ୍ପର୍କିତ ବୈଠକ କରିବା ପାଇଁ ବିଧାୟକଙ୍କୁ ସରପଂଚ ମାନେ ଅନୁରୋଧ କରୁଥିଲେ ।

Leave A Reply