କୁଆଖିଆ :  ରସୁଲପୁର ବ୍ଲକ ଅନ୍ତର୍ଗତ ବିଜୁ ଗ୍ରାମିଣ ବଜାର ବନ ମାଳୀ ବ୍ରହ୍ମଚାରୀ ଶିକ୍ଷକ ଭବନରେ ଆଜି ସାମାଜିକ ଦୁରତା ରକ୍ଷା କରାଯାଇ ରସୁଲପୁର ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ବୈଠକ ଅନୁଷ୍ଟିତ ହୋଇଯାଇଛି । ସଂଘ ସଭାପତି ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଟିତ ବୈଠକରର ରାଜ୍ୟ କାର୍ଯ୍ୟକାରି ସଭାପତି ବିକ୍ରମ କୁମାର ଦାସ ଯୋଗ ଦେଇ ଶିକ୍ଷକଙ୍କ ବୃତି ଗତ ସମସ୍ୟା ଓ ତାର ସମାଧାନ ସରକାରଙ୍କଦ୍ୱାରା ପ୍ରସ୍ତୁତ ଗ୍ରେଡେସନ ଲିଷ୍ଟରେ ବ୍ୟାପକ ତୃଟିଥିବା ସମ୍ପର୍କରେ ଆଲୋଚନା ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ଦାଶ,ଗୋଲକ ବିହାରୀ ରାଉତ ପ୍ରମୁଖ ଯୋଗଦେଇ କରୋନାକୁ ପ୍ରତିହତ କରି ଶିକ୍ଷକ ମାନେ ଗ୍ରାମାଂଚଳରେ ସଚେତନତାର ବାର୍ତା ପ୍ରଚାର କରିଥିବାରୁ ସେମାନଙ୍କର ଦାଇତ୍ୱକୁ ସଂଘରେ ପ୍ରଶଂସା କରାଯାଇଥିଲା । ସମ୍ପାଦକ ସୁବାସ ପାଢି ବିବରଣୀ ପାଠ କରିଥିଲେ ।

ଶିକ୍ଷକ ଅରୁଣ କୁମାର ସ୍ୱାଇଁ,କୋଷାଧ୍ୟକ୍ଷା ଦେବକି ପାତ୍ର ରାଜେନ୍ଦ୍ର ନାରାୟଣ ସାହୁ , ଅବିିନାଶ ଆଏଚ,ସୁରେଶ କୁମାର ସାହୁ ଓ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଶିକ୍ଷାକର୍ମୀ ଓ ଶିକ୍ଷାସହାୟକ ମାନଙ୍କ ଚାକିରି ଆରମ୍ଭ ଦିନରୁ ଚାକିରି କାଳକୁ ଗଣି ପଦୋନ୍ନତି ଓ କ୍ୟାଡର ଲିଷ୍ଟ ବରିଷ୍ଟତା ଭିତିରେ କରିବାକୁ  ବୈଠକରେ ଦାବି ଉପସ୍ଥାପନ ହୋଇଥିଲା । ଏହା ଛଡା ଖାଲି ପଡିଥିବା ସ୍କୁଲରେ ନୁତନ ନିଯୁକ୍ତି ଦେବାକୁ ସଂଘପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here