Odisha news

ବନ୍ୟା କ୍ଲିଷ୍ଟ ଅଂଚଳରେ ସେବା ସହାୟତା

0

କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ଗୋଟି ପଂଚାୟତରେ ବନ୍ୟା ଆସି  ପ୍ରଭୁତ କ୍ଷୟକ୍ଷତି କରିଛି । ଏ ସବୁ ବନ୍ୟା କ୍ଲିଷ୍ଟ ଲୋକଙ୍କ ପାଖରେ ବିଭିନ୍ନ ଦିନରେ ବିଭିନ୍ନ ସଂଗଠନ  ପହଁଚି ସେବା ସହାୟତା ଦେବା ସହ  ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଂଟନ କରିଥିଲେ ।

ସେହିପରି  ପ୍ରଥମା ଖଣ୍ଡ ପଂଚାୟତରେ  ରାମେଶ୍ୱର ସ୍ୱୟଂସହାୟିକା ଗୋଷ୍ଟି ପକ୍ଷରୁ ସଭାପତି ସତ୍ୟଭାମା ରାଉତ,ଝରଣା ସେଠି ସମାଜ ସେବି ଚିନ୍ତା ମଣି ରାଉତଙ୍କ ପକ୍ଷରୁ  ପଂଚାୟତରେ ଶୁଖିଲା ଖାଦ୍ୟ ପ୍ୟାକେଟ ପ୍ରଦାନ କରାଯାଇଛି । ଏଥିରେ ଶିକ୍ଷାବିତ ସନାତନ ବାରିକ,ନରେଶ ଚନ୍ଦ୍ର ମହାନ୍ତି,ଆଦିତ୍ୟ ସେଠି,ଲକ୍ଷ୍ମୀଧର ରାଉତ,ମହେଶ୍ୱର ସାହୁ,ବଉଳ ସେଠି ପ୍ରମୁଖ ଖାଦ୍ୟ ପ୍ୟାକେଟ ବଂଟନ କରିଥିଲେ ।

ସେହିପରି ପ୍ରଥମା ଖଣ୍ଡି ସରପଂଚ ଚିନ୍ତା ମଣି ସୁର,ମୁକୁନ୍ଦଦେବ ମହାନ୍ତି,ରମେଶ ସ୍ୱାଇଁ,ଗଗନ ଗୁଇଁ,ଭରତ ଦାସ ପ୍ରମୁଖ ଦୁଇଦିନ ହେବ ପଂଚାୟତରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ସେହିପରି ଡୋନେଟ ବ୍ଲଡ ସେଭ ଲାଇଫ ପକ୍ଷରୁ  ହିମାଂଶୁ ସାହୁଙ୍କ ନେତୃତ୍ୱରେ ଖରସୋ୍ରତା ନଦୀ କୁଳରେ ବାସ କରୁଥିବା ଆଦିବାସୀ ପରିବାର ପାଖରେ ପହଁଚି ସହାୟତାର ହାତ ବଢାଇଛନ୍ତି ।

ସେମାନଙ୍କୁ ନାଗାର୍ଜୁନ ସାହୁ, ସଂଜିବ ବେହେରା ,ପ୍ରକାଶ ମିଶ୍ର,ସମ୍ଭିତ ଶୁଭଙ୍କର,ଦିପକ ପତି,ପ୍ରସନ୍ନଜିତ ସାହୁ,ତ୍ରିନାଥ ସେଠି,ଆସୁତୋଷ ପଣ୍ଡା,ଅଭିମନ୍ୟୁ ଲେଙ୍କା,କାହ୍ନୁଚଣ ବେହେରା,ମନୋରଂଜନ ବାରିକ,ଗଣେଷ ମହାନ୍ତି,ପ୍ରମୁଖ ସମସ୍ତ ସଦସ୍ୟ ସ୍ୱପ୍ନେଶ୍ୱରପୁର ସ୍କୁଲରେ ଆଶ୍ରୟ ନେଇଥିବା କିଛି ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ଯୋଗାଇ ଦେଇ ଭଲମନ୍ଦ ବୁଝିଥିଲେ ।

Leave A Reply