କୁଆଖିଆ : ରସୁଲପୁର ବ୍ଲକ୍ ଅନ୍ତର୍ଗତ ଖଣ୍ଡିତର ସାନତ୍ରିଲୋଚନପୁର ,ଜଳେଶ୍ୱରପୁର ଆଦି ଗ୍ରାମରେ ବନ୍ୟାଜଳ ପଶି ବ୍ୟାପକ କ୍ଷୟ କ୍ଷତି କରିଥିଲା । ସେହି ଗ୍ରାମବାସୀଙ୍କ ଭଲମନ୍ଦ ବୁଝିବାସହ ଜିଲ୍ଲାର ଅଗ୍ରଣୀ ସ୍ୱେଛା ସେବୀ ସଂଗଠନ ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ଦିଆ ଯାଇଥିଲା ।
ସେହିପରି ବନୟାରେ କ୍ଷତି ଗ୍ରସ୍ତ ସାନ ଗୋବିନ୍ଦପୁର,କୁରୁଆଁ,ଜଗତପୁର,କଳସପୁର,କୁଝାଲା,ସୁଜନପୁର,ଆମ୍ପର,ହଳଦିଆ ବସନ୍ତ, ବାଲିଆ,ଝାଲପଡାରେ ବନ୍ୟା ଘେରରେ ଥିବା ଲୋକ ମାନଙ୍କୁ ସଂଗଠନର ପ୍ରତିଷ୍ଟାତା ପ୍ରଶାନ୍ତ କୁମାର ଷଡଙ୍ଗୀଙ୍କ ନେତୃତରେ ଅନ୍ୟସଦସ୍ୟ ମାନେ ମିଶି ୮ ଦିନ ହେବ ବିଭିନ୍ନ ଦିନରେ ଭିନ୍ନ ଭିନ୍ନ ଗ୍ରାମରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଯାଜପୁର ଜିଲ୍ଲାର ଏହି ଅଗ୍ରଣୀ ସ୍ୱେଛାସେବି ସଂଗଠନ ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ୮ ଦିନ ହେବ ବନ୍ୟା କ୍ଷତି ଗ୍ରସ୍ତ ଲୋକ ମାନଙ୍କ ପାଇଁ ବିଭିନ୍ନ ଜନ ହୀତକର କାର୍ଯ୍ୟ ତଥା ଶୁଖିଲା ଖାଦ୍ୟ ବଂଟନ ,ରନ୍ଦା ଖାଦ୍ୟ ବଂଟନ କରି ଜନ ସାଧାରଣରେ ପ୍ରଶଂସିତହୋଇଛି ।
ସଂଗଠନର ଦେବାଶିଷ ଦାଶ, ସତ୍ୟରଂଜନ ସାହୁ,ସୁଦିପ୍ତ ମହାପାତ୍ର ,ସତ୍ୟଜିତ ଷଡଙ୍ଗି,ସୁବାସ ବେହେରା,ଉମେଶ ସାହୁ,ଅଭିମନ୍ୟୁ ନାୟକ,ଉମେଶ ସାହୁ,ସ୍ମୃତିରଂଜନ ପଣ୍ଡା, ଯୁଧିଷ୍ଟିର ବେହେରା ,ପ୍ରହଲ୍ଲାଦ ଦାସ ଦୀପକ ଜେନା ଚନ୍ଦନ ମଲ୍ଲିକ,ଅଶ୍ୱିନୀ ଦାସ,ସୁମନ୍ତ କର ପ୍ରମୁଖ ସମସ୍ତ ସଭ୍ୟ ବନ୍ୟା ପାଣିରେ ପଶି ସହଯୋଗ କରିଥିଲେ ।