Odisha news

ନୂଆ ପୁଣି ପନ୍ଦର ଜଣ ପଜିଟିଭ ଚିହ୍ନଟ :କରୋନା ରୋଗୀ ସଂଖ୍ୟା କୋଡିଏ କୁ ବୃଦ୍ଧି ,ଭୁବନେଶ୍ୱର କରୋନା ଟାର୍ଗେଟରେ

0

ଭୁବନେଶ୍ୱର: କରୋନା ଟାର୍ଗେଟରେ ରାଜଧାନୀ ଭୁବନେଶ୍ୱର |  ପୁଣି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି |ଯାଜପୁର ଏକ ,ଭଦ୍ରକ ଦୁଇ ,ପୁରୀ ଏକ, ସାତ ସୂର୍ଯ୍ୟାନଗର,କଟକ ଏକ,  ତିନିଜଣ ରୋଗୀ ଭୁବନେଶ୍ୱର ବମିଖାଲ ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଏହି ସମସ୍ତଙ୍କୁ  ମିଶାଇ କୋଡିଏ କରୋନା ରୋଗୀଙ୍କ ସଂଖ୍ୟା ରେ ପହଂଚିଛି |

ଏହା ପୂର୍ବରୁ କରୋନା ଭୂତାଣରୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଥିଲେ । ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକ ସହର । ଆଜି ରାତି ଆଠଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ ରହିବ ଭୁବନେଶ୍ୱର, କଟକ ଓ ଭଦ୍ରକ ସହର । ରାଜ୍ୟରେ ସେତେବେଳେ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତ ଭୁବନେଶ୍ବରରୁ ଓ ଭଦ୍ରକରୁ ୨୦ ପ୍ରତିଶତ ଥିବାରୁ ଏପରି କଡ଼ା ପଦକ୍ଷେପ ନିଆଯାଇଛି । ତେବେ ଏହି ସମୟସୀମା ମଧ୍ୟରେ ଘରୁ ବାହାରିବା ପୁରାପୁରି ବନ୍ଦ କରିଦିଆଯାଇଛି ।

Leave A Reply