Odisha news

ବୈତରନି ରୋଡରେ କାଳୀପୂଜା 

0
କୋରେଇ ,୧୫.୧୧ : କୋରେଇ ବ୍ଲକ ଅନ୍ତର୍ଗତ ବରୁଣ୍ଡେଇ ବଜାରର କାଳୀପୂଜା ଗତ ରବିବାର ଠାରୁ ମହା ଆଡ଼ମ୍ବର ରେ ପାଳନ କରାଯାଇ ଥିବାବେଳେ ଚଳିତ ବର୍ଷ ଦର୍ଶକ ମାନଙ୍କୁ ଆକୃଷ୍ଟ କରବା ପାଇଁ ବିଭିନ୍ନ ଜାଗାରେ ବରୁଆଳି ଷ୍ଟାଣ୍ଡ କରାଯାଇଥିବା ବେଳେ ମଣ୍ଡପକୁ ବିଭିନ୍ନ କାରୁକାର୍ଯ୍ୟରେ ସଜାଯାଇଛି ଏବଂ ବଡ଼ ବଡ଼ ଇଲେକ୍ଟ୍ରି ତୋରଣ ସାଙ୍ଗକୁ ବଜାର କୁ ଆଲୋକ ମାଳାରେ ସୁସଜିତ କରାଯାଇଛି!ସୋମବାର ସମୂହ ପ୍ରସାଦ ସେବନ କରାଯାଇଥିଲା!ମଙ୍ଗଳବାର ସନ୍ଧ୍ୟାରେ କମିଟିର ସଭାପତି ଶତ୍ରୁଘ୍ନ ପଣ୍ଡାଙ୍କ ଅଦକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାଣକୃଷ୍ଣ ମହାବିଦ୍ୟାଳୟର ଅଦକ୍ଷ ସତ୍ୟନାରାୟଣ ଖଣ୍ଡାଇ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦଘାଟନ କରିଥିଲେ! ସନମ୍ମାନିତ ଅତିଥିଭାବେ କୋରେଇ ଥାନାର ଏ ଏସ ଆଇ ପ୍ରଶାନ୍ତ ତ୍ରିପାଠୀ, ସମିତି ସଭ୍ୟ ରଶ୍ମି ରଞ୍ଜନ ପରିଡା, ପୂର୍ବତନ ସରପଞ୍ଚ ଉଦୟନାଥ ପରିଡା, କମିଟିର ସମ୍ପାଦକ ହୃଷିକେଶ ସାହୁ ଯୋଗଦେଇ କାଳୀପୂଜା କୁ ବଜାରମଧ୍ୟରେ ଆରମ୍ଭ  କରିଥିବା ପୂର୍ବଜ ମାନଙ୍କୁ ଆଜିର ଯୁବ ପିଢ଼ି ମନେରଖିବାପାଇଁ ସେମାନଙ୍କ ଉଦେଶ୍ୟରେ ଏ ପୂଜ୍ୟ ପୂଜାର  କାର୍ଯ୍ୟକ୍ରମ  ହେଉଥିବା ମତବ୍ୟକ୍ତ କରିଥିଲେ !ଏହି ପରିପ୍ରେକ୍ଷୀରେ ସମ୍ବର୍ଦ୍ଧିତ ବ୍ୟକ୍ତି ମଧ୍ୟରୁ ମୃତ୍ୟୁ ବରଣ କରିଥିବା ସେମାନଙ୍କ ଉତ୍ତରାଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ବଜାରର  କିଛି ପୁରାତନ ବ୍ୟବସାୟୀ,ଏ ଅଂଚଳର ସାମାଜିକ କର୍ମୀ ଓ କିଛି ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା!ଏହା ପରେ ପ୍ରଭୁ ପାଦ ମହାନ୍ତିଓ ତାଙ୍କ ସାଥି ମାନେ  ମେଲୋଡି ପରିବେଷଣ  କରିଥିଲେ!ଆଜି ବୁଧବାର ସନ୍ଧ୍ୟାରେ ଶରତ ବାରିକ ଓ ତାଙ୍କ ସାଥିମାନଙ୍କୁ ନେଇ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା!ଆସନ୍ତା କାଲି ମେଲୋଡି କାର୍ଯ୍ୟକ୍ରମ ଥିବାବେଳେ ୧୭,୧୮,୧୯ତାରିଖରେ ବୀଣାପାଣି କଳା ପରିଷଦ ପକ୍ଷରୁ ଯାତ୍ରା ପରିବେଷଣ କରାଯିବାକୁ କମିଟି ପକ୍ଷରୁ କୁହାଯାଇଛି
Leave A Reply