Odisha news

୧୯ ରେ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ନାଟ୍ୟ ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି 

କୋଣାର୍କ, ସବ୍ୟୁ,  ସବୁ ବର୍ଷ ପରି  ଚଳିତବର୍ଷ କୋଣାର୍କ ର ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ନାଟ୍ୟ ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି  ୩୫ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । ଗୁରୁ ସ୍ବର୍ଗତ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ନାଟ୍ୟ ମଣ୍ଡପରେ ପ୍ରତିବର୍ଷ ୩ ଦିନ ଧରି ଏହି ମହୋତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ  ରାଜ୍ୟ ସରକାରଙ୍କ କୋଭିଡି କଟକଣା ଯୋଗୁଁ ଏହି ମହୋତ୍ସବ ଗୋଟିଏ ଦିନ  ପାଳନ କରାଯିବ ବୋଲି ରବିବାର ଅପରାହ୍ନରେ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ  କୋଣାର୍କ ନାଟ୍ୟ ମଣ୍ତପ ର ଆୟୋଜକ ତଥା ଯୁଗ୍ମ ସମ୍ପାଦକ ଗୁରୁପଦ ବଳିୟାର ସିଂ ସୂଚନା ଦେଇଛନ୍ତି ।  ରବିବାର ଅପରାହ୍ନରେ କୋଣାର୍କ ନାଟ୍ୟ ମଣ୍ତପ ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ  ରେ    ନାଟ୍ୟମଣ୍ଡପର ଉପଦେଷ୍ଟା ତଥା ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ନାଟ୍ୟମଣ୍ଡପର କାର୍ଯ୍ୟ କାରୀ ସଭାପତି ରମଣିରଞ୍ଜନ ଜେନା ,ସମ୍ପାଦକ ସୁବାଶିଷ ପ୍ରଧାନ ,ଗୁରୁ ଜୟକୃଷ୍ଣ ନାୟକ , ସୁଲୋଚନା ପ୍ରଧାନ ଓ ସହ ସଂପାଦକ ଗୁରୁପଦ ବଳୟାରସିଂ  ଙ୍କ ସହ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ଚଳିତ ବର୍ଷ ଏହାକୁ ସୀମିତ ଦର୍ଶକ ଙ୍କ ଉପସ୍ଥିତିରେ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।କରୋନା କଟକଣା ଯୋଗୁଁ ପ୍ରତିବର୍ଷ ଅନୁଷ୍ଠିତ ୩ ଦିନ ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ କୁ ଗୋଟିଏ ଦିନ ଲାଗି ଅର୍ଥାତ୍ ୧୯ ତାରିଖ ଦିନ ଅନୁଷ୍ଠିତ ହେବ । ଚଳିତ ବର୍ଷ ମଧ୍ୟ ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ ରେ ଦିନରେ ସାହିତ୍ୟ ଉତ୍ସବ କରାଯିବ  ଏଥିରେ ରାଜ୍ୟ ରୁ ବଛା ବଛା ସାହିତ୍ୟକ, କବି, କବିୟତ୍ରୀ ମାନେ ଯୋଗ ଦେବେ ବୋଲି ସୂଚନା ଦିଆ ଯାଇଛି। ଏହି ଗୋଟିଏ ଦିନରେ ସୁନାମଧନ୍ୟ କଳାକାର ମାନଙ୍କ ଦ୍ୱାରା ଘଣ୍ଟମର୍ଦନ,ଓଡିଶୀନୃତ୍ୟ,କଥକ ନୃତ୍ୟ ପର୍ଯ୍ୟାୟ କ୍ରମେ ପରିବେଷଣ କରାଯିବ,ତା ସହିତ କରୋନା କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ଦର୍ଶକ ଙ୍କୁ ଅନୁମତି ଦିଆଯିବାର ବ୍ୟବସ୍ଥା କରାଯାଇଛି । କରୋନା କଟକଣା ଯୋଗୁଁ ମାକ୍ସ, ସାମାଜିକ ଦୂରତା ଓ ସାନାଟାଇଜ୍ କୁ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ନାଟ୍ୟମଣ୍ଡପର ଯୁଗ୍ମ ସମ୍ପାଦକ ଗୁରୁପଦ ବଳୀୟାରସିଂ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

Comments are closed.